Browsing category

ମହାନଗର

ବିଜେପିର ଭୁବନେଶ୍ୱର ପାଇଁ ମେୟର ପାର୍ଥୀ ଡକ୍ଟର ସୁନୀତି ମୁଣ୍ଡ

ଭୁବନେଶ୍ୱର,୫/୩(ଏସଏସନିଉଜ)କଂଗ୍ରେସ ଓ ବିଜେଡି ପରେ ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପି ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁନୀତି ମୁଣ୍ଡଙ୍କ ନାମ ଘୋଷଣା କରିଛନ୍ତି ।

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୫/୩(ଏସଏସନିଉଜ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । କଟକ ପାଇଁ ସାଂସଦ ସୁବାସ ସିଂହ, ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଏହି ତିନିଜଣ ପାର୍ଥୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।  

ଆରପାରିରେ ସେନ୍ ୱାର୍ଣ୍ଣ

ଭୁବନେଶ୍ୱର,୪/୩(ଏସଏସନିଉଜ)ଅଷ୍ଟ୍ରେଲୀୟର ଜଣାଶୁଣା ପୂର୍ବତନ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ହୋଇଛି । ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ସେନ ଓ୍ବର୍ଣ୍ଣଙ୍କ ହୃଦଘାତରେ ପରଲୋକ ଘଟିଥିବା ସୁଚନା ମିଳିଛି ।ସେ ଏକଦିବସୀୟ ମ୍ୟାଚରେ ୨୯୩ଟି ୱିକେଟ୍ ଓ ଟେଷ୍ଟରେ ଦ୍ବିତୀୟ ସର୍ବାଧିକ ୭୦୮ଟି ୱିକେଟ୍ ନେଇଛନ୍ତି ।

ଆଉ ୬୫ ଓଡିଆ ଛାତ୍ର ଖାରକିଭ୍ରୁ ଉଦ୍ଧାର ହେଲେ

ଭୁବନେଶ୍ୱର,୪/୩(ଏସଏସନିଉଜ)ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ […]

ବାରଙ୍ଗ ପୋଲିସ ଧରିଲା ମଦ ବୋଝେଇ କାର

ବାରଙ୍ଗ,୪/୨(ଏସ ଏସ ନିଉଜ) ବାରଙ୍ଗ ଥାନା ପୋଲିସ ଶୁକ୍ରବାର ଦିନ ଫକୀର ପଡା ଗ୍ରାମପାଖରୁ ଏକ ମଦ ବୋଝେଇ କାରକୁ ଜବତ କରିବାସହ ଚାଳକକୁ ଗିରଫ କରି କୋର୍ଟ ଚାଳଣ କରିଛି ।କାର ଚାଳକ ହେଉଛନ୍ତି ମେଘା ଗ୍ରାମର ମନୋଜ କୁମାର ସାହୁ।ମନୋଜ ଓଡ଼ି02- ଏଜେ – 5869 ନମ୍ବର କାର ଯୋଗେ ମେଘାରୁ ୩୫ଲିଟର ଦେଶୀ ମଦ ନେଇ ଆସୁଥିବାର ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଖବର ପାଇଥିଲେ।ସଦଳବଳେ ଫକୀର ପଡା ଗାଁ […]

ଜୁନ୍ ୯ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି୨୦

କଟକ, ୪/୩(ଏସଏସନିଉଜ) ବାରବାଟୀରେ ଜୁନ୍ ୯ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ବୁଧବାର ଘୋଷଣା କରିଛି।ଅନ୍ୟ୪ଟିମ୍ୟାଚ ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ ଓ ‌ଚେନ୍ନଇରେ ଖେଳାଯିବ। କଟକରେ ଜୁନ୍ ୯ରେ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିବ ।

ଧରାହେଲା କୁମ୍ଭୀର

ଭୁବନେଶ୍ବର, ୪/୩(ଏସଏସନିଉଜ) ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବନ ବିଭାଗ କୁମ୍ଭୀରକୁ କାବୁ କରିବାରେ ସକ୍ଷମ ହୋଇଛି । ଗତ ୫ ଦିନ ହେବ କୁମ୍ଭୀରଟି ପୁରୀ କେନାଲରେ ଥିଲା ।ଯାହାକୁ ନେଇ କେନାଳ କୁଳରେ ରହିଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କୁମ୍ଭୀରର ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜି ଛାଡ଼ିଥିଲେ। କୁମ୍ଭୀର ଉଦ୍ଧାର ପରେ ତାକୁ ନନ୍ଦନକାନନକୁ ନିଆଯାଇଥିବାର […]

ଭୁବନେଶ୍ୱର ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା

ଭୁବନେଶ୍ୱର,୪/୩(ଏସଏସନିଉଜ) ବିଏମସି ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।

ମଦ ଓ ପୋଚ ନଷ୍ଟ କଲା ଅବକାରୀବିଭାଗ

ଆଠଗଡ଼,୪/୩(ଏସଏସନିଉଜ) ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମଠନଳା ଓ ହାତୀତୋପ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଅବକାରୀ ବିଭାଗ ଚଢାଉ କରି ୩୫୫୦ଲିଟର ପୋଚ ନଷ୍ଟ କରିଛନ୍ତି ।ଏହାସହ ଚାଲାଣ ପାଇଁ ରଖାଯାଇଥିବା ୨୬୦ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଛି ।ତେବେ ଏହି ଘଟଣାରେ ଅବକାରୀବିଭାଗ କାହାକୁ ଗିରଫ କରିପାରିନଥିବାର ଜଣାପଡିଛି ।  

ଯୁଦ୍ଧ ବନ୍ଦ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର,୩/୨(ଏସଏସନିଉଜ) ଋଷିଆ ଏବଂ ୟୁକେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଯୋ ବାଇଡେନ କହିଲେଣି ତୃତୀୟ ବିଶ୍ୱ ଯୁଦ୍ଧ ର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଜଣେ ଭାରତୀୟ ଡ଼ାକ୍ତରି ଛାତ୍ର ଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପଟେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଆଇନ୍ ମହାବିଦ୍ୟାଳୟ, […]