Browsing category

ମହାନଗର

ମଦ୍ୟପ ଯୁବକର ଆକ୍ରମଣରେ ଦୁଇ ଆହତ

ବାରଙ୍ଗ,୨୧/୩(ଏସ ଏସ ନିଉଜ)ଛତାବର ମେଳଣ ପଡ଼ିଆରେ ରବିବାର ଅପରାହ୍ନରେ ଜଣେ ମଦ୍ୟପ ଯୁବକର ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି।ଛତାବର ଗ୍ରାମର ମନୋଜ ମୁଦୁଲି ଓ କୃଷ୍ଣଚନ୍ଦ୍ର ମୁଦୁଲି ମେଳଣ ପଡ଼ିଆରେ ଥିବାବେଳେ ଏହି ଗ୍ରାମର ନିରଂଜନ ମହାକୁଡ଼ ତାଙ୍କ କାର ନଂ ଙଊ୦୨-ଈଛ =୯୨୭୯ ନେଇ ମେଳଣ ପଡିଆରେ ପହଞ୍ଚିଥିଲେ।ସେ ମାତାଲ ଅବସ୍ଥାରେ ରହିଥିବାରୁ କାରର ଚାବି ଆଣି ଆକ୍ରମଣ କରିଥିଲେ ।ଫଳରେ କୃଷ୍ଣଚନ୍ଦ୍ର ଙ୍କର କପାଳରେ ଓ ମନୋଜଙ୍କ ବେକରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ […]

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେଫସିଛନ୍ତି । ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀଉମେଶ କୁମାର ଶାସନୀ । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ତନାଘନା କରୁଥିବା ବେଳେ କେନ୍ଦୁଝର ଜିଲ୍ଳାର ଶାତପଡ଼ାରେ ଥିବା ସରକାରୀ ବାସଭବନ , କାର୍ଯ୍ୟାଳୟ ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢାଉ ଜାରି ରଖିଛି ।

ପୁଣି ବଢିଲା ତେଲ ଓ ଗ୍ୟାସ ରେଟ୍‌

ଭୁୁବନେଶ୍ୱର, ୨୨/୩(ଏସଏସନିଉଜ)ଦୀର୍ଘ ଚାରି ମାସର ବ୍ୟବଧାନ ପରେ ‌‌ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ଲେଖାଏଁ ବଢ଼ିଥିବାନେଇ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଏହି ନୁଆଦର ମଙ୍ଗଳବାର ସକାଳରୁ ଲାଗୁ ହେବ।ଏହାସହ । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି । ସେହିପରି ଡିଜେଲ ଦର ୮୬ ପଇସା ବଢି ୯୨ ଟଙ୍କା ୪୮ […]

ଆଜି ପ୍ରଚାରର ଶେଷଦିନ

ଭୁବନେଶ୍ବର, ୨୨/୩(ଏସଏସନିଉଜ) ପୌର ନିର୍ବାଚନ ଲାଗି ଆଜି ହେଉଛି ପ୍ରଚାରର ଶେଷଦିନ । ମଙ୍ଗଳବାର ଅପରାହ୍ଣ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ  ଭୋଟ୍ ଗ୍ରହଣ ହେବ । ୨୬ ତାରିଖସକାଳ ୮ଟାରୁ ଗଣତି ଚାଲିବ।ଶେଷଦିନ ହୋଇଥିବାରୁ ଭୋଟରଙ୍କୁ ଆପଣେଇବାପାଇଁ ପାର୍ଥୀମାନେ ପ୍ରାଣମୁର୍ଚ୍ଚା ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ତ ପୌରାଞ୍ଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ୧୯୫ ପ୍ଲାଟୁନ୍ ସୁରକ୍ଷାବଳ […]

କେରଳରେ ଭୁଶୁଡିଲା ଦର୍ଶକ ଗ୍ୟାଲେରୀ

ଭୁବନେଶ୍ୱର,୨୦/୩(ଏସଏସନିଉଜ) ଶନିବାର ରାତିରେ ଉତ୍ତର କେରଳର ମାଲାପ୍ପୁରମ୍ ଜିଲ୍ଲାର ବନ୍ଦୁର ନିକଟରେ ଥିବା ଫୁଟବଲ୍ ଷ୍ଟାଡିୟମର ମ୍ୟାଚ୍ ଚାଲୁଥିବା ବେଳେ ଭୁଶୁଡିପଡିଥିଲା ଦର୍ଶକ ଗ୍ୟାଲେରୀ।ଏହି ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ପରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଉଥିବା ବେଳେ ରାତି ପ୍ରାୟ ୯ଟା ବେଳେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା।ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପୁଣି ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର, ୨୦/୩(ଏସଏସନିଉଜ) ପୁଣି ରାଜଧାନୀରେ ଫୁଟିଛି ଗୁଳି । ତମାଣ୍ଡୋ ଅଞ୍ଚଳରେ ଥିବା ଏକ କାର୍ ଗ୍ୟାରେଜରେ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି ।ଏହି ଗୁଳିମାଡରେ ୨ ଆହତ ହୋଇଥିବାର ଜଣାପଡିଛି । ବଚସାକୁ ନେଇ ଗୁଳିମାଡ଼ ହୋଇଥିବାବେଳେ ୨ଟି କାର୍ ଓ ବନ୍ଧୁକ ଜବତ କରିଛି ପୋଲିସ ।ଏହାସହ ୫ ଜଣକୁ ଗିରଫ ମଧ୍ୟ କରିଥିବାର ସୂଚନା ମିଳିଛି ।

ଶ୍ରୀମନ୍ଦିରରେ ଚପଲ ପିନ୍ଧି ପଶିଲେ ଭକ୍ତ!

ପୁରୀ,୨୦/୩(ଏସ ଏସ ନିଉଜ)କୋଭିଡ୍‌ କଟକଣା ହଟିବା ପରେ ଆଜି ପ୍ରଥମ ଥର ପାଇଁ ରବିବାରରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଥିଲା ଶ୍ରୀମନ୍ଦିର।ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଈଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ପରେ ମଧ୍ୟ ପଶ୍ଚିମବଙ୍ଗର ନିତ୍ୟାନନ୍ଦ ନାମକ ବ୍ୟକ୍ତି ଚପଲ୍‌ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଅଭିଯୋଗ ହୋଇଛି। ନିତ୍ୟାନନ୍ଦ ଚପଲ ପିନ୍ଧି ରୋଷ ଘର ନିକଟରୁ ବୁଲୁଥିବା ବେଳେ ରୋଷ ପାଇକ ତାଙ୍କୁ ବାହାରକୁ ନେଇ ଆସିଥିଲେ।

ବାଣୀବିହାରରେ ଚାପା ଉତ୍ତେଜନା!

ଭୁବନେଶ୍ୱର,୨୦/୩(ଏସଏସନିଉଜ) ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଛି । ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ପରେ ହଷ୍ଟେଲରେ ପଶି ଦୁର୍ବୃତ୍ତ ମାନେ ୩ଟି ଗାଡ଼ି ଭଙ୍ଗାରୁଜା ସହ ପୋଡ଼ି ପୋଡ଼ିଦେଇଛନ୍ତି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା।ଏହାକୁନେଇ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଥିବାରୁ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାପାଇଁ ବୁଝାସୁଝା. କରି […]

ସରପଞ୍ଚଙ୍କ ଘରକୁ ବୋମାମାଡ

ନିଆଳି,୨୦/୩(ଏସଏସନିଉଜ) କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି ।ରାଜନୈତିକ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହେଉଛି ।ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

ଉତ୍ସବମୁଖର ନୂଆଶାସନ ଗାଁ

କଟକ,୧୯/୩(ଏସଏସନିଉଜ)ଆଠଗଡ଼ ବ୍ଲକ ନୁଆଶାସନ ଗାଁରୁ ଦାରୁ ନେବା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ, ନାଭିପଦ୍ମ, ନୀଳଚକ୍ର ଏବଂ ବିରଜା କ୍ଷେତ୍ରରୁ ସାଢି ଆସିଛି ।ନୂଆଶାସନ ଗାଁର ବିପିନ ବିହାରୀ ସାହୁଙ୍କ ବାଡ଼ିରେ ଥିବା ଲିମ୍ବ ଗଛ ଜଗତସିଂହପୁର ଏରସମା ଅଂଚଳର ଘଡିଜାଣ ସତ୍ୟଶାନ୍ତି ଆଶ୍ରମରେ ଜଗନ୍ନାଥଙ୍କ ପ୍ରତିମୂର୍ତି ପ୍ରତିଷ୍ଠା ହେବ ।ଏଥିନିମନ୍ତେ ଲିମ୍ବ ଗଛଟି ଚିହ୍ନଟ ହେବାପରେ ଗାଁରେ ଖୁସିର ମାହୋଲ ଖେଳିଯାଇଛି ।ଗାଁ ଲୋକେ ଲିମ୍ବ ଗଛକୁ ପୂଜାର୍ଚ୍ଚନା କରିବାକୁ ଆରମ୍ଭ କରିଛନ୍ତି ।ଶ୍ରୀରାମ […]