Browsing category

ମହାନଗର

ଆସିଲା ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍‌

ଭୁବନେଶ୍ୱର,୨୮/୨(ଏସଏସନିଉଜ) ମାର୍ଚ୍ଚ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।ଏହିମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ପଡୁଛି ।ଏଣୁ ସର୍ବସାଧାରଣସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ଘର ଭିତରେ ନିଜ ପରିବାର ଲୋକଙ୍କ ସହିତ ହୋଲି ଖେଳିବାସହ ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଂଗ ଖେଳିପାରିବେ ନାହିଁ। ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ […]

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୨(ଏସ ଏସ ନିଉଜ) ଆପଣମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍ଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା […]

ଜାଗର ପାଇଁ ଗାଇଡଲାଇନ

ଭୁବନେଶ୍ୱର, ୨୭/୨(ଏସଏସନିଉଜ) ସ୍ୱତନ୍ତ୍ର ରିଲିଫ କମିଶନର ଜାଗର ପାଇଁ ଗାଇଡଲାଇନ ଜାରି କରିଛନ୍ତି । କୋଭିଡ୍ ସଂକ୍ରମଣ ରାଜ୍ୟରେ ହ୍ରାସ ପାଇଥିଲେ ମଧ୍ୟ ପ୍ରବଳ ଜନ ସମାଗମ ହେବାର ଆଶଙ୍କା ଥିବାରୁ କୋଭିଡ ନୀୟମମାନିବାକୁ ଜନସାଧାରଣଙ୍କୁ କୁହାଯାଇଛି । ସାମାଜିକ ଦୂରତା ରକ୍ଷା ସହ କୋଭିଡ୍ ନିୟମକୁ ମାନିବାକୁ ଶ୍ରଦ୍ଧାଳୁମାନେ କୁହାଯାଇଛି । ଆବଶ୍ୟକତାକୁଦେଖି ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ପଦକ୍ଷେପ ନେବାକୁ ଓ କଟକଣା ଲାଗୁ କରିବାକୁ ମଧ୍ୟ କୁହାଯାଇଛି ।

ସୋମବାରରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର,୨୭/୨(ଏସଏସନିଉଜ) ସୋମବାରଠାରୁ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବାନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି। କୋଭିଡ ପାଇଁ ଦୁଇ ବର୍ଷ ପରେସ୍କୁଲ ଖୋଲୁଥିବାରୁ ପ୍ରଥମ ସପ୍ତାହର ୬ଦିନ କେବଳ ବିଭିନ୍ନ ଆକ୍ଟିଭିଟି ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର‌୍ୟ୍ୟରେ ନିୟୋଜିତ କରାଯିବ । ମାର୍ଚ୍ଚ ୯ରୁ ୩ ଦିନ ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ […]

ବାଜିଲା ବିଗୁଲ,୨୪ରେ ପୈାରନିର୍ବାଚନ

ଭୁବନେଶ୍ୱର,୨୪/୨(ଏସଏସନିଉଜ)ପଞ୍ଚାୟତ ନିର୍ବାଚନ ଶେଷ ହେଉହେଉ ୧୦୬ ଏନଏସି/ମ୍ୟୁନିସିପାଲଟି, ୩ଟି ମହାନଗର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ, ମାର୍ଚ୍ଚ ୨୬ରେ ଭୋଟ ଗଣତି, ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବାସହ ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର‌୍ୟ୍ୟନ୍ତ ମନୋନୟକ ପତ୍ର ଦାଖଲ, ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ମାର୍ଚ୍ଚ ୨୪ରେ […]

ସିନ୍ଧୁର ନେଲା ମହିଳାଙ୍କ ଜୀବନ

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ) ଚିଲପାଟଣା ଗ୍ରାମର ରମେଶ କୁମାର ସାହୁ ଙ୍କ ବୋଉ ବୁଧିମଣି ସାହୁ ପୁରୁଣା ରୋଗର ଯନ୍ତ୍ରଣା ସହ୍ୟ କରିନପାରି ସିନ୍ଧୁର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ବୁଧିମଣି ଅନେକ ଦିନହେବ ରୋଗରେ ଯନ୍ତ୍ରଣା ପାଉଥିବାବେଳେ ରୋଗର କଷ୍ଟ ସହିନପାରି ଲୁଚିକରି ସିନ୍ଧୁର ଖାଇ ଦେଇଥିଲେ । ପରେ ସିନ୍ଦୁର ଖାଇବା ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାଙ୍କୁ ପରିବାରଲୋକ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀକୁ ନେଇଥିଲେ।ପୁରୀ ରେ ଡାକ୍ତର ତାଙ୍କୁ ମୃତ୍ୟୁ […]

ମଟର ସାଇକେଲରୁ ଲକ୍ଷେ ଟଙ୍କାଚୋରୀ

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ)ଚା ପିଇବା ସମୟରେ ଗାଡିର ଡିକିଭାଙ୍ଗି କେହି ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ନେଇଯାଇଥିବାର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।ନୂଅସମେଶ୍ପରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର ପୁରୀ ନିମାପଡା ବ୍ୟଙ୍କ ସାକ୍ଷୀଗୋପାଳ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇଥିଲେ । ସାକ୍ଷୀଗୋପାଳ ବଜାରରେ ଏକ ଚା ଦେକାନରେ ଚା ପିଇବା ସମୟରେ କେହି  ଚାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିଲେ ।ପୋଲିସ ୬୩/୨୨କେଶନମ୍ବର ରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି […]

ଆରମ୍ଭ ହେଲା ଯୁଦ୍ଧ

ଭୁବନେଶ୍ୱର,୨୪/୨(ଏସ ଏସ ନିଉଜ)ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ।ରୁଷ ସାମ୍ନାରେ ମୁଣ୍ଡ ନୁଆଁଇବୁ ନାହିଁ, କୌଣସି ପରିସ୍ଥିତିରେ ୟୁକ୍ରେନ ପଛକୁ ହଟିବାର ନାହିଁ କି ଆତ୍ମସମର୍ପଣର ପ୍ରଶ୍ନ ଉଠୁନି  ବୋଲି ଘୋଷଣା କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ।ଏହାସହିତ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ବାନ କରିଛନ୍ତି ରାଷ୍ଟ୍ରପତି । ଯୁଦ୍ଧ ଭିତରେ ୟୁକ୍ରେନ୍ ଭାରତକୁ ସହାୟତା ମାଗିଛି ।ପୁଟିନଙ୍କ ସହ ଆଲୋଚନା ପାଇଁ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଭାରତରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତ।

ପୁଣି ଗଡିଲା ଟୟଟ୍ରେନ୍‌

ବାରଙ୍ଗ,୨୩/୨(ଏସ୍‌ଏସ୍‌ନିଉଜ) ଗତକିଛିମାସର ବ୍ୟବଧାନପରେ ନନ୍ଦନକାନନରେ ପୁଣି ଚାଲିଲା ଶିଶୁରେଳଗାଡି ।ତେବେ ନୁଆରୁପରେଖରେ ଶୋଭାପାଇଥିବା ଶିଶୁରେଳଗାଡି ଚାଲିବା ଦିନଠାରୁ ଯାନ୍ତ୍ରିକ ତୃଟିକୁ ନେଇ ଚର୍ଚ୍ଚାରେ ରହିଆସୁଅଛି ।୪କୋଟି୯୮ଲକ୍ଷଟଙ୍କାର ବ୍ୟୟବରାଦରେ ନବିକରଣକରାଯାଇ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କରାଗଲା ।କିନ୍ତି ଚାଲିବା ଆରମ୍ଭରୁ ବିଭ୍ରାଟ ଦେଖାଦେଇଥବା ସହ ବିବାଦ ମଧ୍ୟରେ ଛନ୍ଦିହୋଇରହିଥିଲା ।ଶେଷରେ ଦଶହରାଦିନ ଅପରାହ୍ନରେ ୫୦ଜଣ ପର୍ଯ୍ୟଟକଙ୍କୁ ବୁଲାଇ ପ୍ଟାଟଫର୍ମକୁ ଫେରୁଥିବାବେଳେ ପ୍ୟାନେଲବୋର୍ଡ ଓ ମଟର ପୋଡିଧୁଆଁମୟ ହୋଇଯାଇଥିଲା ।ସେହଦିନଠାରୁ ମରାମତି ପାଇଁ ଏହାକୁ ବନ୍ଦ କରାଯାଇଥିଲା ।ବୁଧବାରଦିନ […]

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ପୀଠରେ ମହାଦୀପ

ଭୁବନେଶ୍ୱର, ୨୪/୨(ଏସଏସନିଉଜ) ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରୀ । ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ଚଳିତବର୍ଷ ଏହାକୁ ଦର୍ଶନ କରିପାରିବେ ଭକ୍ତ ।ଏହାସହ କୋଭିଡ୍ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିପାରିବେ । ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ କିନ୍ତୁ ଆଡକାଠ ପାଖରୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]