Browsing category

ମହାନଗର

ଗାଁଦାଣ୍ଡରେ ଗୋଡାଇଗୋଡାଇ ହାଣିଲେ

କଣାସ ,୧୯/୩(ଏସଏସନିଉଜ) ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳାଇ ପଦର ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅପରାହ୍ନରେ ଦୁର୍ବୃତ୍ତମାନେ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଁଛାଡି ପଳାଇଥିଲେ । ଦୁର୍ବୃତ୍ତମାନେ ଗାଁ ଦାଣ୍ଡରେ ଫାର୍ସା ଧରି ଗୋଡେଇ ଗୋଡେଇ ହାଣିଥିଲେ ।ଗୁରୁତରମାନଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ଜିଲ୍ଲା […]

ପଡିଲା ବୋମା

ବ୍ରହ୍ମଗିରି, ୧୯/୩(ଏସଏସନିଉଜ) ପୁଣି ଅଶାନ୍ତ ହୋଇପଡିଛି ଦଣ୍ଡୁଆସିପଡ଼ା ଗାଁ । ପୂର୍ବ ବିବାଦକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ବୋମାମାଡ ମଧ୍ୟ କରାଯାଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ହୋଇଥିବା ବୋମାମାଡ ଘଟଣାର ପୁଣି ପୁନରାବୃତି ହୋଇଛି ।ତେବେ କାହାର କୈାଣସି କ୍ଷତି ହୋଇନଥିବାର ଜଣାପଡିନଥିବାବେଳେ ବ୍ରହ୍ମଗିରି ଥାନା ପୋଲିସ ପହଁଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ଆରମ୍ଭ କରିଛି ।

ହୋଲିରେ ଜନ୍ମ ଦେଲା ଷ୍ଟମ୍ପଟେଲ ମାଙ୍କଡ଼

ବାରଙ୍ଗ,୧୯/୩(ଏସ ଏସ ନିଉଜ) ଷ୍ଟମ୍ପଟେଲ ମାଙ୍କଡ଼ ଶନିବାର ସକାଳେ ଏକ ଏକ ସାବକକୁ ଜନ୍ମ ଦେଇଛି।ଏହି ସାବକକୁ ମିଶାଇଲେ ୮ରେ ପହଂଚିଛି।ସେଥିମଧ୍ୟରେ ୩ମାଈ, ୩ଅଣ୍ଡିରା, ୨ଟିର ଲିଙ୍ଗ ନିରୂପଣ ହୋଇ ପାରିନାହିଁ।ତେବ୍ବେ ମା ଓ ଛୁଆ ଉଭୟ ସୁସ୍ତ ଥିବାର ଉପ ନିର୍ଦେଶକ ଡ଼,ସଞ୍ଜିତ କୁମାର କହିଛନ୍ତି ।

କରାଶ୍ରମରେ ନୂଆ କଏଦୀ

ମେଣ୍ଢାଶାଳ,୧୯/୩(ଏସ ଏସ ନିଉଜ)ଜାମୁଝରିସ୍ଥିତ ବିଜୁପଟ ନାୟକ ମୁକ୍ତାକାଶ କାରାଶ୍ରମ ଆଜି ନୂଆ ୫ଜଣ କଏଦୀ ଆସି ପହଞ୍ଚିଛନ୍ତି।ଫଳରେ କଏଦୀ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଂଚିଛି।କରୋନା ସଂକ୍ରମଣ ପାଇଁ ୬ମାସ ପୂର୍ବରୁ ୨୪ଜଣ କଏଦୀଙ୍କୁ ଛୁଟିରେ ଛଡ଼ାଯାଇଛି।ମୁକ୍ତାକାଶରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ରହିଥିବା ବେଳେ ବର୍ତମାନ ୨୫ଜଣ କଏଦୀ ରହିଛନ୍ତି ।କମ ସଂଖ୍ୟକ କଏଦୀ ରହୁଥିବା ଯୋଗୁ ଲୁଗାବୁଣା, ପରିବା ଉତ୍ପାଦନ,ଆଭ୍ୟନ୍ତରୀଣ ଅଞ୍ଚଳ ପରିସ୍କାର ପରିଛନ ପୂର୍ବଭଳି ହୋଇପାରୁନଥିବାର ଜଣାପଡିଛି।ନୂଆକରି ଆସିଥିବା କଏଦୀମାନଙ୍କ ମଧ୍ୟରେ ବାରିପଦା […]

ଚନ୍ଦକା ଅଭୟାରଣ୍ୟରେ ଲାଗିଛି ନିଆଁ

ଚନ୍ଦକା,୧୯/୩(ଏସ ଏସ ନିଉଜ) ଚନ୍ଦକା ଅଭୟାରଣ୍ୟ ର କିଛି ଅଞ୍ଚଳରେ ନିଆଁ ଲାଗିଥିବାର ଜଣାପଡିଛି।ଭଗିପୁର ଓ ଗୟଳବାଙ୍କ ଗାଁ ପାଖ ଅଭୟାରଣ୍ୟରେ ନିଆଁ ଲାଗିଛି।କ୍ଷୟକ୍ଷତିର ପରିମାଣ ଜଣାପଡିନଥିବା ବେଳେ ଖବର ପାଇ ବନ କର୍ମଚାରୀମାନେ ନିଆଁ ଲିଭାଉଛନ୍ତି ।

କାଠଚକ୍ରି ନେଲା ଜୀବନ

ବାଲିପାଟଣା, ୧୯/୩(ଏସ ଏସ ନିଉଜ)ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣରେ କାଠଚକ୍ରି ବାଣ ଫୁଟାଇ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ହେଉଛନ୍ତି ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ।ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା ଝୁଲଣ ଉତ୍ସବ ପାଳନ ହେଉଥିବା ବେଳେ ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ଉତ୍ସବ ଦେଖୁଥିଲେ ।ଏହି ସମୟରେ କାଠଚକ୍ରି ବାଣ ଟି ଛିକିଥିଲା ଓ ଆସି ସ୍ମୁତିଙ୍କ ମୁଣ୍ଡରେ ବାଜିଥିଲା । ପରେ ତାଙ୍କୁ ଉଦ୍ଧାର […]

ହୋଲି ପାଇଁ କଡ଼ା ସୁରକ୍ଷା

ଭୁବନେଶ୍ବର,୧୯/୩(ଏସ ଏସ ନିଉଜ)ରାଜଧାନୀ ଭୁବନେଶ୍ବର ରେ ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିସନରେଟ ପୋଲିସ । ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସହରର ବିଭିର୍ଣ ସ୍ଥାନରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।ଏହାସହ ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ ପଇତାରା ମାରୁଛନ୍ତି ।

ଦୋଳ ପାଇଁ ମାଡଗୋଳ

ବାଲିପାଟଣା,୧୯/୩(ଏସ ଏସ ନିଉଜ)ବଳିପାଟଣାରେ ହୋଇଛି ଗୋଷ୍ଠୀ ସଂଘର୍ଷ ।ସରକାରୀ ଜାଗାରେ ଦୋଳ ବିମାନ ଯିବା ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି ।ଯାହାଫଳରେ ରଣକ୍ଷେତ୍ର ପାଲଟିଥିଲା ମହୁଖଣ୍ଡାର ଗାଁ ଦାଣ୍ଡ । ଏହି ରଣକ୍ଷେତ୍ରରେ ୪ଜଣ ଗୁରୁତର ହୋଇଥିବା ବେଳେ ୮ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି ।

ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ

ଡେଲାଙ୍ଗ,୧୮/୩(ଏସ ଏସ ନିଉଜ) ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ । ଘଣ୍ଟଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠୁଛି ମେଳଣ ପଡିଆ। ହାତୀ ଘୋଡା ସଖୀ ନାଚ ସହ ଫଗୁ ଖେଳରେ ସମସ୍ତେ ମସଗୁଲ।ଭଗବାନ। ଭାବ ଭକ୍ତିମୟ ପରିବେଶ । ଏହି ମେଳଣରେ କଟକ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ ବିମାନ ଯୋଗ ଦେଇଛନ୍ତି ।ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକୃଷ୍ଣ। ଭକ୍ତମାନଙ୍କ ସହ ଫଗୁ ଖେଳୁଛନ୍ତି ।ଏହି ପୁରାଣ ପ୍ରସିଦ୍ଧ ମେଳଣ […]

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ପୁରୀ,୧୮/୩(ଏସଏସନିଉଜ) ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିବେ । ଦୋଳପୂର୍ଣ୍ଣିମା ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁନାବେଶ ବେଶ କରାଯିବ । ରତ୍ନସିଂହାସନରେ ଶ୍ରୀବିଗ୍ରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବାସହ ଅବିର ଓ ଝିମିରି ଫଗୁ ଲାଗି ନୀତି ଅନୁଷ୍ଠିତ ହେବ ।ଏହାସହ ଶ୍ରୀଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ମଧ୍ୟ ଦୋଳବେଦିକୁ ବିଜେ କରି ଦୋଳି […]