ମାଆପୁଅ ଗିରଫ
ଭୁବନେଶ୍ୱର, ୧୮/୩(ଏସଏସନିଉଜ) ଭରତପୁର ଅଞ୍ଚଳରେ ପୁଲିସ ଚଢାଉ କରି ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମା ଓ ପୁଅଙ୍କୁ ଗିରଫ କରିଛି ପୁଲିସ ।ନିଜ ଘରେ ମା ଓ ପୁଅଗଞ୍ଜେଇ ରଖି ବାହାରକୁ ଚାଲାଣ କରୁଥିବାର ବିଶେଷସୁତ୍ରରୁ ଖବର ପାଇ ଭରତପୁରଥାନା ପୋଲିସ ଚଢଉ କରିଥିଲା
Browsing category
ଭୁବନେଶ୍ୱର, ୧୮/୩(ଏସଏସନିଉଜ) ଭରତପୁର ଅଞ୍ଚଳରେ ପୁଲିସ ଚଢାଉ କରି ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମା ଓ ପୁଅଙ୍କୁ ଗିରଫ କରିଛି ପୁଲିସ ।ନିଜ ଘରେ ମା ଓ ପୁଅଗଞ୍ଜେଇ ରଖି ବାହାରକୁ ଚାଲାଣ କରୁଥିବାର ବିଶେଷସୁତ୍ରରୁ ଖବର ପାଇ ଭରତପୁରଥାନା ପୋଲିସ ଚଢଉ କରିଥିଲା
ବାରଙ୍ଗ,୧୮/୩(ଏସଏସନିଉଜ)ନନ୍ଦନକାନନ ପାଇଁ ଖୁସି ଖବର ମା ହେଲା ବିଜ୍ଲି ।ଦ୍ୱିତୀୟଥର ପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଛି ସିଂହସଫାରୀର ଆକର୍ଷଣୀୟ ସିଂହି ବିଜ୍ଲି ।ସମ୍ରାଟ ସହ ମିଶି ପୁଣି ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିପାରିଛି ।ଗତ କାଲି ରାତିରେ ମା ହୋଇଛି ।ଗୋଟିଏ ଛୁଆକୁ ଜନ୍ମ ଦେଇଛି । ଗତ୨୦ଜୁଲାଇ୨୦୨୧ରେ ବଜ୍ଲି ପ୍ରଥମ କରି ଦେଇଥିବା ଛୁଆ ମଧ୍ୟରୁ ଗୋଟିଏ ଯାହାର ନାମ ବର୍ଷା ରହିଥିଲା ସିଏ ବଂଚିରହିଥିଲା ।ବିଜ୍ଲି ପୁଣି ଛୁଆ ଦେଇଥିବାର […]
ବାରଙ୍ଗ,୧୭/୩(ଏସ୍ଏସ୍ନିଉଜ)ପଟିଆ ତଥା ବାରଙ୍ଗ ଅଂଚଳର ସର୍ବପୁରାତନ ଶେବପୀଠରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର । ଏହି ପୀଠର ଅଧିଷ୍ଠିତ ଠାକୁର ହେଉଛନ୍ତି ଶ୍ରୀଶ୍ରୀ ସୋମନାଥଦେବ । ପରମ୍ପରା ଅନୁଯାୟୀ ବାବା ସୋମନାଥ ମନ୍ଦିରରୁ ଏକାଦଶୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।ଗ୍ରାମଗ୍ରାମ ବୁଲିବେ ,ଭକ୍ତମାନଙ୍କୁ ଦର୍ଶନ ଦେବେ ,ଆଉ ପରମ୍ପରା ଅନୁଯାୟୀ ଭୋଗ ଖାଇବେ । ସୋମନାଥ ପ୍ରତ୍ୟେହ ସନ୍ଧ୍ୟା ଆଲତି ଓ ଭୋଗ ଲାଗିସାରିବାପରେ ମାଆ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରରୁ ବିଭିର୍ଣ ଗ୍ରାମଅଭିମୁଖେ […]
ଜଟଣୀ ,୧୭/୩(ଏସଏସନିଉଜ)ମନ୍ଦିରରୁ ଚୋରୀକରି ପୋଲିସ ଆଖିରେ ଧୁଳିେଇ ଫେରାର ରହୁଥିବା ୩ଚୋରକୁ ଜଟଣୀପୋଲିସ ଗୁରୁବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଡେଲାଙ୍ଗ ଘୋରଡିଆର ପ୍ରକାସଚନ୍ଦ୍ରସିଂ,କଣାସ ବୈଦନାଥପାଟଣାର ସଦାଶିବପଟ୍ଟନାୟକ ଓରଫ କାବୁ ,ଡେଲାଙ୍ଗର ରଫିକ ଓରଫ ମିଥୁନସାହୁ ।ସେମାନଙ୍କଠାରୁ କିଛି ପିତଳର ସାମଗ୍ରୀ , ୨ ଟି ରୂପାର ମୁକୁଟ ଓ ଏକ ନମ୍ବରବିହିନ ପଲସର ଜବତ କରିଛି । ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନୀରେ ଥିବା ନିଳକଣ୍ଠେଶ୍ଵର ମନ୍ଦିରର ପୂଜାରୀ ଥାନାରେ ଗତ […]
ଭୁବନେଶ୍ୱର, ୧୭/୩(ଏସଏସନିଉଜ)ଆସନ୍ତା ଏପ୍ରିଲ ୨୮ରୁ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। ଚଳିତ ବର୍ଷକଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଶିକ୍ଷାର ପରୀକ୍ଷା ଅଫ୍ ଲାଇନରେ ହେବା ନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କରୋନା ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କେହାଳ କରାଯାଇଥିବା ସହ ଦୈନିକ ଗୋଟିଏ ସିଟିଂ ସକାଳ ୯ଟାରୁ ପରୀକ୍ଷା କରାଯିବ। ମୂଲ୍ୟାଙ୍କନ ନେଇ ମଧ୍ୟ ଦୁଇଟି ସ୍କିମ ମାଧ୍ୟମରେ ପରୀକ୍ଷାରେ କରାଯାଇଥିବା ପ୍ରଦର୍ଶନ ଅନୁସାରେ ମାର୍କ ମିଳିବ। ପ୍ରଥମ ଟି ବାର୍ଷିକ […]
କଟକ, ୧୭/୩(ଏସଏସନିଉଜ) ମର୍କତନଗର ଥାନା ପୁଲିସ ଡକାୟତି ଗ୍ୟାଙ୍ଗକୁ କାବୁ କରି ସେମାନଙ୍କ ନିକଟରୁ ୭.୬୫ ଏମଏମ ଦେଶୀ ବନ୍ଧୁକ, ଦୁଇ ରାଉଣ୍ଡ ୭.୬୫ ଏମଏମ୍ ଜୀବନ୍ତ ଗୁଳି, ଦୁଇଟି ଭୁଜାଲି, ତିନିଟି ମୋବାଇଲ୍ ଏବଂ ଦୁଇଟି ବାଇକ୍ ଜବତ କରିଛି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସତିଚଉରାର ଘଣ୍ଟୁଆ ଓରଫ ଅନିଲ ଦାସ, ଜଗତସିଂହପୁର ସମୀର ପ୍ରଧାନ, ବିଶ୍ବଜିତ ବଳିଆରସିଂହ ଓରଫ ଚିଣ୍ଟୁ ।ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛ୍ନ୍ତି । ୧୫ ତାରିଖ […]
ବାଲେଶ୍ୱର,୧୭/୩(ଏସ ଏସ ନିଉଜ)ସୋର ଆରଡବ୍ଲୁ ସେକ୍ସନର ସହକାରୀ ଯନ୍ତ୍ରୀପ୍ରମୋଥ ବେହୁରିଆଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ଟିମ୍ କାର୍ଯ୍ୟାଳୟ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।
ଭୁବନେଶ୍ୱର,୧୬/୩(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ଯାଆଁଳାରେ ଲୁଟ୍ ପାଇଁ ଫାୟାରିଂ ହୋଇଥିବାର ଜଣାପଡିଛି।ଏକ ଜୁଏଲାରୀ ଦୋଜନରୁ ଲୁଟ୍ ପରେ ଫାୟାରିଂ କରି ଦୁର୍ବୁତ୍ତ ମାନେ ଚମ୍ପଟ୍ ମାରିଥିବାର ଜଣାପଡିଛି ।ଜୁଏଲାରୀରେ କିଛି କେମିକାଲ୍ ସ୍ପ୍ରେ ପରେ ଲୁଟିଥିଲେ ଦୁର୍ବୁତ।ସ୍ଥାନୀୟ ଲୋକମାନେ ଦୁର୍ବୁତ୍ତ ମାନଙ୍କୁ ଧରିବାକୁ ପିଛା କରିବାରୁ ୩ ଦୁର୍ବୃତ୍ତ ଫାୟାରିଂ କରି ଚମ୍ପଟ୍ ମାରିଥିବା ସୂଚନା ମିଳିଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବର,୧୬/୩(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।ଜନସାଧାରଣ ଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ […]
ପୁରୀ,୧୬/୩(ଏସ ଏସ ନିଉଜ)ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।ବାରବାଟୀ ଜାଗା ପରିସରରେ ଗୁଳିମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏହାଜଣାପଡିବା ପରେ ପୁରୀରେ ଉତେଜନା ପ୍ରକାଶ ପାଇଛି । ପୋଲିସ ପହଁଚି ଶବ ଜବତ କରିବା ସହ […]