ପୁରୀମେନ କେନାଲରୁ ଅଜଣା ମୃତଦେହ ଉଦ୍ଧାର
ବାରଙ୍ଗ,୧୫/୩(ଏସ ଏସ ନିଉଜ) ନନ୍ଦନକାନନ ଥାନା ଅଧିନସ୍ଥ କୁଞ୍ଜବିହାରୀ ମହାବିଦ୍ୟାଳୟ ପଛ ପାର୍ଶ୍ଵ ବାରଙ୍ଗ-ପୁରୀ ମୁଖ୍ୟ କେନାଲରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ମୃତକଙ୍କ ବୟସ ୬୦ ବର୍ଷ ହେବ ଅନୁମାନ କରାଯାଉଛି।ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୧୨.୩୦ ଘଟିକା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ କଲେଜ ପଛପଟ ପୁରୀ ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଏକ ବ୍ୟକ୍ତିଙ୍କ ମୃତଦେହ ଭାସି ଭାସି ଆସୁଥିବାର ଦେଖିବାକୁ ପାଇଥିଲେ।ବ୍ୟକ୍ତିଙ୍କ ଜଣକ ଏକ ଧଳା ରଙ୍ଗର ଗଞ୍ଜି ଓ […]