Browsing category

ମହାନଗର

ପୁଣି ମୂର୍ତ୍ତି ଚୋରି

ପୁରୀ, ୧୩/୩(ଏସଏସନିଉଜ) ବୀରନରସିଂହପୁରର ଗୋପୀନାଥଙ୍କ ମନ୍ଦିର ଗ୍ରିଲ୍ କାଟି ଦୁର୍ବୃତ୍ତମାନେ ଗୋପୀନାଥଙ୍କ ଚଳନ୍ତି ପ୍ରତିମା, ବାବା ଲୋକନାଥ, ଦୋଳଗୋବିନ୍ଦ, ମା’ ବନଦୁର୍ଗା ଓ କନକ ଦୁର୍ଗାଙ୍କ ୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଥିବାନେଇ ପୁଜକ ବିଜୟାନନ୍ଦ ପଣ୍ଡା ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଚୋରୀ ହୋଇଥିବା ଅଷ୍ଟଧାତୁ ମୂର୍ତ୍ତିର ଓଜନ ଦେଢ଼ ଟନ୍‌ରୁ ଅଧିକ ଓ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଖବର ପାଇ ଥାନା ଅଧରକାରୀଙ୍କ ସହ ଏସ୍‌ଡିପିଓ […]

ମହିଳାଙ୍କୁ ସାମର୍ଥ୍ୟ ଯୋଗାଇଦେବା ଲକ୍ଷ୍ୟରେ ଡବ୍ଲ୍ୟୁଟିସି

ଭୁବନେଶ୍ୱର,୧୨/୩(ଏସ ଏସ ନିଉଜ)ଡବ୍ଲ୍ୟୁଟିସି ଭୁବନେଶ୍ୱର ଏକ ବାଣିଜ୍ୟ ସୁବିଧାଜନକ ସଂସ୍ଥା ଭାବରେ ସକ୍ରିୟ ଭାବେ ଜଡ଼ିତ ହୋଇଅଛି ଯାହାକି ଓଡ଼ିଶାର ବିଶ୍ୱବ୍ୟାପୀ ପ୍ରୋତ୍ସାହନ ଦେବା ସହିତ ଏମଏସଏମଇଗୁଡ଼ିକୁ ସ୍ଥାନୀୟ ଭାବେ ଆବଶ୍ୟକୀୟ ସାମର୍ଥ୍ୟ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି | ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ଏହିପରି MSME DI ସହିତ ମିଳିତ ଭାବରେ କଟକ ରେ 11 ମାର୍ଚ୍ଚ 2022 ରେ IDCO ଟାୱାରରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । […]

ବାଣପୁର ଏନଏସି ଅଞ୍ଚଳରେ ୧୪୪

ବାଣପୁର,୧୨/୩(ଏସଏସନିଉଜ)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାପରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବାର ସୁଚନା ଦେବାସହ ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଛନ୍ତି ।ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ, ୧୫ ଜଣ […]

ହଟିଲା କଟକଣା, ରବିବାର ବି ଜଗାଦର୍ଶନ

ପୁରୀ, ୧୨/୩(ଏସଏସନିଉଜ) ମାର୍ଚ୍ଚ ୨୦ରୁ ରବିବାର ବି ଶ୍ରୀମନ୍ଦିର ଖୋଲା ରହିବ । ସାଧାରଣ ଭକ୍ତ ସବୁଦିନ ଭଳି ରବିବାର ଦିନ ବି ଜଗା ଦର୍ଶନ କରିପାରିବେ । କରୋନା ପାଇଁ ଲାଗିଥିବା କଟକଣାକୁ ହଟାଯାଇଛି ।ଏହାଫଳରେ ମଙ୍ଗଳ ଆଳତୀରୁ ପହୁଡ଼ ପର୍ଯ୍ୟନ୍ତ ଭକ୍ତଙ୍କୁ ମିଳିବ ଦର୍ଶନ। ବଡ଼ସିଂହାର ବେଶ ଦର୍ଶନ କରି ପାରିବେ ଭକ୍ତ । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଛତିଶା ନିଯୋଗ ବୈଠକରେ ରବିବାର ଦିନ ମଧ୍ୟ ଜଗାଦର୍ଶନକୁ ଅନୁମତି ଦେବାକୁ ଛତିଶାନିଯୋଗ […]

ଉଦ୍ଧାର ବଜ୍ରକାପ୍ତା ଓ ଶାବକ ନନ୍ଦନକାନନ ଆସିଲା

ବାରଙ୍ଗ,୧୨/୩(ଏସ ଏସ ନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିଲା ଦେଓଗଡ଼ରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଓ ଶାବକ।ଗତ ୭ ତାରିଖରେ ଦେଓଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ଦେଓଗଡ଼ ପୋଲିସ ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲା।ଉଦ୍ଧାର ପରଦିନ ଅର୍ଥାତ ୮ ତାରିଖ ଦିନ ଉକ୍ତ ବଜ୍ରକାପ୍ତାଟି ଏକ ଶାବକ ଜନ୍ମ ଦେଇଥିଲା।ମା ଓ ଶାବକର ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦେଓଗଡ […]

ବିଜେପିକର୍ମୀଙ୍କ ଉପରେ ଚଢ଼ିଗଲା ଚିଲିକା ବିଧାୟକଙ୍କ ଗାଡ଼ି

ବାଣପୁର,୧୨/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦରେ ଲୋକାମାନେ ଉତ୍ୟକ୍ତ ହୋଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ୩ ବିଜେପି କର୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ […]

ସରିଲା ନାଏବ୍ ସରପଞ୍ଚ ନିର୍ବାଚନ

ବାରଙ୍ଗ,୧୧/୩(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୫ପଞ୍ଚାୟତରେ ଶୁକ୍ରବାର ଦିନ ଥିଲା ନାଏବ୍ ସରପଞ୍ଚ ପାଇଁ ଭୋଟ ଗ୍ରହଣ।ଏଥିରେ ଦାଢାପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ରଣଞିତ୍ କୁମାର ଦାସ ନିର୍ବାଚିତ ହୋଇଛନ୍ତି।ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦିଲ୍ଲୀପ କୁମାର ରାଉତଙ୍କ ଠାରୁ ଖଣ୍ଡେ ଭୋଟରେ ବିଜୟୀ ହୋଇଛନ୍ତି।ସେହିପରି କଲ୍ୟାଣପୁର ପଞ୍ଚାୟତର ନାଏବ୍ ସରପଞ୍ଚ ଭାବେ ଶାନ୍ତିଲତା ପଢିହାରୀ ବିଜୟ ଲାଭ କରିଛନ୍ତି ।ଏହି ପଂଚାୟତରେ ୧୩ଟି ୱାର୍ଡମେମ୍ବର ମଧ୍ୟରୁ ୯ଟି ୱାର୍ଡମେମ୍ବରଙ୍କ ସମର୍ଥନ ଶାନ୍ତିଲତାଙ୍କ ସପକ୍ଷରେ ଆସିଥିବାରୁ ସେ ନାଏବ୍ […]

ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୧୧/୩(ଏସ ଏସ ନିଉଜ) ଶୁକ୍ରବାର ସକାଳେ କଳାରାହାଙ୍ଗ ଲେବଲ କ୍ରସିଂ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତ ଦେହକୁ ମଞ୍ଚେଶ୍ୱର ଜିଆରପି ପୁଲିସ ଉଦ୍ଧାର କରିଛି ।ମୃତ ଯୁବକଙ୍କ ନାମ ପ୍ରଭାକର ବେହେରା, ବୟସ ୨୫ ବର୍ଷ ଓ ଘର କଟକ ନରସିଂହପୁର ଅନ୍ତର୍ଗତ ଶରଧାପୁର ବୋଲି ପୁଲିସ ସୂଚନା ଦେଇଛି ।ମୃତଦେହ ପାଖରୁ ଆଧାର କାର୍ଡ ମିଳିବାରୁ ପରିଚୟ ସହଜରେ ମିଳିଯାଇଥିଲା।ପୋଲିସ ମୃତକଙ୍କ ପରିବାରକୁ ଖବର ଦେଇ ପ୍ରାଥମିକ ତଦନ୍ତ କରିବା ସହ ମୃତ ଦେହକୁ […]

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୧/୩(ଏସ ଏସ ନିଉଜ)ଚଳିତବର୍ଷ ହେବ ମାଟ୍ରିକ ପରୀକ୍ଷା ।ଏପ୍ରିଲ ୨୯ରୁ ମେ’ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ ହେବ ନଚେତ ନିଜ ସ୍କୁଲରେ ନହେଲେ ପାଖ ସ୍କୁଲରେ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ।୩ଟିପଦ୍ଧତିରେ ମୂଲ୍ୟାଙ୍କନ ହେବ।ଯେଉଁ […]

ମୃତଦେହକୁ ରାସ୍ତାରେ ରଖି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ

ପିପିଲି୧୦/୩(ଏସଏସନିଉଜ)ଏହି ଥାନା ଅଧିନସ୍ଥ ମାଟିଆପଡା ଗ୍ରାମରେ ଅଜା ଘରେ ରହିପାଠପଢୁଥିବା ଦଶମଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା ଓରଫ ସୋନୁଙ୍କ ମୃତଦେହ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜିଆର୍ପିା ଥାନା ଅଞ୍ଚଳରୁ ରେଳଲାଇନରୁ ଉଦ୍ଧାର ହୋଇଥିଲା ।ଗତ ୭ତାରିଖ ସନ୍ଧ୍ୟାରୁ ଟ୍ୟୁସନକୁ ଯାଇଆଉ ଫେରିନଥିଲେ ।ତେବେ ନିଖୋଜ ସୋନୁଙ୍କ ମୃତଦେହ କଣ୍ଟାବାଞ୍ଜି ଅଂଚଳରୁ ମିଳିଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୃତକଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଗୁରୁବାର ପୂର୍ବାହ୍ନରେ ପିପିଲି ଟୋଲଗେଟଠାରେ ମୃତଦେହକୁ ରାଜପଥ […]