Browsing category

ମହାନଗର

ଖୋଲିଲା ସ୍କୁଲ

ଭୁୁବନେଶ୍ୱର,୭/୨(ଏସଏସନିଉଜ) ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର‌୍ୟ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ […]

ଲାଞ୍ଚ ନେଇ ଧରାପଡିଲେ ଥାନା ଅଧିକାରୀ

କଟକ,୭/୨(ଏସ ଏସ ନିଉଜ) ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା ଆଇ ଆଇ ସି ଅଲେଖ କୁମାର ଗରଡ଼ିଆ ।ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆଇ ଆଇସିଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ପକ୍ଷରୁ ରେଡ ଚାଲିଥିବାର ଜଣାପଡିଛି ।

ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ

ପୁରୀ,୬/୨(ଏସଏସନିଉଜ) ଚନ୍ଦ୍ରଭାଗା ମାଘମେଳା ବୁଡ଼ କ‌ରୋନା ପାଇଁ ଚଳିତବର୍ଷ ଫିକା ପଡିଲା । କେବଳ ମାଘସପ୍ତମୀର ନୀତିକାନ୍ତି କରାଯାଇପାରିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।ଏଥିପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ । ନିର୍ଦ୍ଦେଶନାମା ଅନୁଯାୟୀ ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ପ୍ରବେଶ ଉପରେ କଟକଣା କରାଯାଇଛି । ରବିବାର ଅପରାହ୍ନ ୪ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। […]

୨୦ ମଦ ଭାଟି ଭାଙ୍ଗିଲା ପୋଲିସ

ଭୁବନେଶ୍ବର, ୬/୨(ଏସଏସନିଉଜ) ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଶନିବାର ଦିନ ସାଲିଆସାହି ଇଡ୍‌କୋ ବସ୍ତିରେ କମିସନରେଟ୍ ପୁଲିସ ଚଢ଼ଉ କରି ୨୦ ମଦ ଭାଟିକୁ ଭାଙ୍ଗିଛି । ଏଥିରେ ସମ୍ପୃକ୍ତଥିବା ବସ୍ତିର ମୁନିରାମ ସୋରେନ୍‌, ଶ୍ୟାମ୍‌ସୁନ୍ଦର ମୁର୍ମୁ, ରାମ ଟୁଡ଼ୁ, କାହ୍ନୁ ଟୁଡ଼ୁ ଏବଂ ରବୀନ୍ଦ୍ର କୁମାର ମୁର୍ମୁଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।ପୋଲିସକୁ ଦେଖି ବସ୍ତିଲୋକ କରିଥିବା ଢେଲାମାଡକୁ ଖାତିରି ନକରି ବେପାରୀମାନଙ୍କୁ ଧରିବାରୁ ବସ୍ତୀଲୋକ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ଭାଟି ଭିତରେ […]

ଚିଲିକା ମଝିରେ ଅଟକିଲା ଭସାପୋଲ

ବ୍ରହ୍ମଗିରି,୬/୧(ଏସଏସନିଉଜ) ଯାତ୍ରୀବାହୀ ଭସା ପୋଲ ମଝି ଚିଲିକାରେ ଫସିଯାଇଛି ।ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ମହିଁଶା ଗାଁ ନିକଟରେ ଏହି ଭସା ପୋଲଟି ଅଟକି ଯାଇଛି । ୨ଟି ଯାତ୍ରୀ ବାହୀ ବସ୍ ସହିତ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି । ନିୟନ୍ତ୍ରଣ ହରାଇ ଟ୍ରାକ୍ ମିସ୍ କରିବାରୁ ମଝି ଚିଲିକାରେ ଫସିଥିବା ସୂଚନା ରହିଛି । ଦୁଇଟି ବସ ସହ ଶହ ଶହ ଯାତ୍ରୀ ଏବେ ଉଦ୍ଧାର ପାଇଁ ଅପେକ୍ଷା କରିଥିବାର ଜଣାପଡିଛି ।

ଆଖି ବୁଜିଲେ ଲତା ମଙ୍ଗେସକର

ଭୁବନେଶ୍ୱର,୬/୨(ଏସଏସନିଉଜ) ଆଖି ବୁଜିଲେ କୋକିଳକଣ୍ଠୀ ଲତା ମଙ୍ଗେସକର । ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲୋ କରୋନାରେ ସଂକ୍ରମିତ ହୋଇ ଜାନୁଆରୀ ୮ ତାରିଖରେ ମେଡିକାଲରେ ଭର୍ତି ହୋଇଥିଲେ ।ସେ କୋଭିଡ୍ ୧୯ ଓ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ ମଧ୍ୟ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ […]

ଭେଣ୍ଟିଲେଟରରେ ଲତା ମଙ୍ଗେଶକର

ଭୁବନେଶ୍ୱର,୫/୨(ଏସଏସନିଉଜ) ପୁଣି ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଛି । କରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ ୮ ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥାବସ୍ଥାରେ ସୁଧାର ଆସିବାରୁ ସ୍ୱତନ୍ତ୍ର ୱାର୍ଡକୁ ଆସିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ିବାରୁ ତାଙ୍କୁ ପୁନର୍ବାର ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି ।  

ଭୁବନେଶ୍ୱରରୁ ଗିରଫ ହେଲେ ୩ ମୋଷ୍ଟୱାଣ୍ଟେଡ

ଭୁବନେଶ୍ୱର,୫/୨(ଏସଏସନିଉଜ)ପୁନେର ଏକ ସଫ୍ଟୱେର କମ୍ପାନିରେ ଚାକିରି କରାଇ ଦେବା କହି ଲୋକଙ୍କଠାରୁ ୨୦ଲକ୍ଷଟଙ୍କା ଠକିଥିବା ୩ଜଣ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ସହାୟତାରେ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି ।ଏହି ୩ଜଣଙ୍କ ମଧ୍ୟରେ ୨ ଓଡ଼ିଆ ରହିଥିବାବେଳେ ୨୦୧୮ ମସିହାରୁ ବେଙ୍ଗାଲୁରୁ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ଏହି ତିନି ଅଭିଯୁକ୍ତ ଥିଲେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ଏମାନଙ୍କୁ ଗିରଫ କରି ବେଙ୍ଗାଲୁରୁ ପୁଲିସରକୁ ହସ୍ତାନ୍ତର କରିଛନ୍ତି।  

୧୯ ଜଣଙ୍କୁ ବହିଷ୍କାର କଲେ ରାଜ୍ୟ ବିଜେପି

ଭୁବନେଶ୍ୱର,୫/୨(ଏସଏସନିଉଜ)ଦଳ ବିରୋଧୀ କାର୍ଯ୍ୟ  ପାଇଁ ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଓ ରାଜ୍ୟ ସଭାପତି ଙ୍କଅନୁମୋଦନ କ୍ରମେ ୧୯ ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବାନେଇ ବିଜେପି ପକ୍ଷରୁ କୁହାଯାଇଛି ।ସେମାନେ ହେଲେ ରାୟଗଡ଼ା ଜିଲ୍ଲାର ନକୁଳ ସେନାପତି, ମିନକେତନ ହିକକା, ପୁରୀ ଜିଲ୍ଲାର ରାମଚନ୍ଦ୍ର ବେହେରା, ସୁଶାନ୍ତ କୁମାର କାନୁନଗୋ, ବିଶ୍ୱଜିତ୍ ମହାନ୍ତି, ସୁଶ୍ରୀ ବିଜୟଲକ୍ଷ୍ମୀ ତ୍ରିପାଠୀ, ଶାନ୍ତନୁ ଦଳାଇ, ସୁଶ୍ରୀ ଶାନ୍ତିମୟୀ ଦଳାଇ, ବାଲେଶ୍ୱର ଜିଲ୍ଲାର ସୁଶ୍ରୀ ଶୃତିରେଖା ପାଣିଗ୍ରାହୀ, ସୁଶ୍ରୀ ଜୟନ୍ତୀ ଜେନା, ମଞ୍ଜୁଲତା […]

ଭୁଜାଲି ଦେଖାଇ ମାଛ ବ୍ୟବସାୟୀଙ୍କଠାରୁ ଲୁଟ୍‌

ଭୁବନେଶ୍ୱର,୫/୨(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ କଳ୍ପନା ଛକ ନିକଟରେ ୪ଜଣ ଦୁବୃର୍ତ୍ତ ଭୁଜାଲି ଦେଖାଇ ଦୁଇ ମାଛ ବ୍ୟବସାୟୀଙ୍କଠାରୁ ଲୁଟ୍ କରିଥିବାର ବରଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଲୁଟର ଶିକାର ହୋଇଛନ୍ତି ବାଳକାଟୀ ଅଞ୍ଚଳର ଦୁଇ ମାଛ ବ୍ୟବସାୟୀ ଅରୁଣ କୁମାର ବେହେରା ଓ ତ୍ରିଲୋଚନ ବେହେରା ।ଏହି ଦୁଇଜଣ ବ୍ୟବସାୟୀ ନିଜ ଓଡି-୦୨ ବିଜି- ୦୧୫୨ ନଂ  ସ୍କୁଟିଡିକିରେ ୪୫ହାଜର ଟଙ୍କା ରଖି ରଖି ୪ନମ୍ବର ମାଛ ମାର୍କେଟକୁ ଆସୁଥିଲେ ।ଆସୁଥିବା ବେଳେ ୪ଜଣ ଦୁର୍ବୁତ […]