Browsing category

ମହାନଗର

ଭୂମିକମ୍ପରେ ଥରିଲା ରାଜଧାନୀ

ଭୁବନେଶ୍ୱର,୫/୨(ଏସଏସନିଉଜ) ଆଜି ଦିଲ୍ଲୀର ଏନସିଆରରେ ସକାଳ ୯ଟା ୪୫ ମିନିଟରେ ଏହି ଭୂମିକମ୍ପ ହୋଇଥିଲା । ପ୍ରାୟ ୧୫ରୁ ୨୦ ସେକେଣ୍ଡ ପାଇଁ ଦିଲ୍ଲୀ-ଏନସିଆରରେ ଲୋକମାନେ ଭୂମିକମ୍ପ ଅନୁଭବ କରିଥିବାବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ସେହିଭଳିଭାବେ ଜାମ୍ମୁ-କାଶ୍ମୀର ଓ ହରିଆଣାରେ ମଧ୍ୟ ଭୂମିକମ୍ପ ହୋଇଛି ।

ବସ ମାଲିକଙ୍କ ଘରଉପରକୁ ବୋମାମାଡ

ସାକ୍ଷୀଗୋପାଳ, ,୪/୨(ଏସଏସନିଉଜ) ଆଜି ଭୋର ସମୟରେ ସତ୍ୟଵାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡି ପଞ୍ଚାୟତର ଵିଲିପଡା ସାମିଲ ବଡେଇକେରା ଗ୍ରାମର ବସମାଲିକ ସୁବାଷ ଚନ୍ଦ୍ର ବରାଳଙ୍କ ଘର ଉପରକୁ ଦୁଇଟି ବୋମାମାଡ ହୋଇଛି । ସୁବାଷ ଚନ୍ଦ୍ର ବରାଳଙ୍କ ବସରେ କାର୍ଯ୍ୟକରୁଥିବା ବିଲିପଡ଼ା ଗ୍ରାମର ସଞ୍ଜୟ କୁମାର ସୁକାରୀଙ୍କୁ କୈାଣସି କାରଣରୁ ବାହାର କରିଦେଇଥିବାରୁ ସେ ଉତକ୍ଷିପ୍ତ ହୋଇ ଘରଉପରକୁ ବୋମାମାଡ କରିଥିବାର ସେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ସଞୟଙ୍କୁ ବାହାର କରିବାପରେ ସେ ବସମାଲିକଙ୍କୁ ଧମକ ଦେଇଆସୁଥିଲେ […]

ଜିଲ୍ଲା ପରିଷଦ ପାର୍ଥିନି ବବିତା ରାଉତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

ବାରଙ୍ଗ,୪/୨(ଏସଏସନିଉଜ) ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ଗାଁ ଛକରେ ହୋର୍ଡିଂ ସାଙ୍ଗକୁ ପୋଷ୍ଟର ବ୍ୟାନର୍ ରେ ଛାଇ ଗଲାଣି । ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ନିର୍ବାଚନୀଚର୍ଚ୍ଚା ।କାହାକୁ ବେଶୀ ସମର୍ଥନ ମିଳିବ ଓ କାହା ସପକ୍ଷରେ ଭୋଟ ଯିବ,କାହାକାହା ଭିତରେ ଲଢେଇ ଯୋରଧରିବ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି ।ଏହରିଭିତରେ ପାର୍ଥୀମାନେ ସେମାନଙ୍କ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ଭୁୁବନେଶ୍ୱର ଉତର ନିର୍ବାଚନ […]

୫ ହଜାର ଲାଞ୍ଚ ନେଇ ଧରାପଡିଲେ ପୋଲିସବାବୁ

ଭୁବନେଶ୍ୱର,୪/୨(ଏସଏସନିଉଜ) ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଜଣେ ହୋଟେଲ ମାଲିକଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିବା ସହ ଗ୍ରହଣ କରିଥିବା ବେଳେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିବାସହ ସାହୁଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏ ସଂକ୍ରାନ୍ତରେ ୨/୨୨କେଶନଂରେ ଏକ ମକଦ୍ଦମା ରଜୁକରିଛି ଭିଜିଲାନ୍ସ ।  

ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ଘଟଣାରେ ୨ କୋର୍ଟ ଚାଲାଣ

ଜଟଣୀ,୩/୨(ଏସ ଏସ ନିଉଜ)୨୯ ତାରିଖ ଶନିବାର ରାତିରେ ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ହୋଇଥିବା ଘଟଣାରେ ଜଟଣୀ ପୁଲିସ ଏହିଥାନା ଅନ୍ତର୍ଗତ ବଡନୂଆଗାଁ ଅଞ୍ଚଳର ପିଣ୍ଟୁ ଓରଫ ହୃଦାନନ୍ଦ ମହାପାତ୍ର ଓ ବେଣାପଞ୍ଜରୀ ଗ୍ରାମର ରାଜୁ ଓରଫ ଏସକେ ଟିପୁସୁଲତାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ତେବେ ଟିପୁ ନାମରେ ପୁର୍ବରୁ ଜଟଣୀଥାନାରେ ଅନେକ ମାମଲା ରହିଛି ।ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଟିପୁସୁଲତାନ ସଂପୃକ୍ତ ରହିଥିବା ପୁଲିସ କହିଛି ।

୭ ରୁ ଖୋଲିବ ସ୍କୁଲ ଓ କଲେଜ୍‌

ଭୁବନେଶ୍ୱର,୩/୨(ଏସଏସନିଉଜ) ରାଜ୍ୟରେ ଆସନ୍ତା ୭ ତାରିଖରୁ ସ୍କୁଲ କଲେଜ୍‌, ୟୁନିଭର୍ସିଟି ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହ ସ୍କୁଲ, କଲେଜ ସହ ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। । କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବ୍ରୁଆରୀ ୧୪ରୁ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ/ଅନଲାଇନ କ୍ଲାସ କରିପାରିବେ।

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ  ରଥ କାଠ

ପୁରୀ, ୩/୨(ଏସଏସନିଉଜ) ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବୁଧବାର ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ  ରଥକାଠ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜରୁ ୩ଟି ଟ୍ରକରେ ପ୍ରଥମ ପର୍ଯ୍ୟାୟ  ରେ ୬୩ ଖଣ୍ଡ ଅସନ ଓ ଧଉରା କାଠ ପହଁଚିଛି । ଆସନ୍ତା ୫ ତାରିଖ ସରସ୍ୱତୀ ପୂଜା ଦିନ ବିଧି ଅନୁଯାୟୀ ୩ଟି ଧଉରା କାଠରେ ପୂଜାର୍ଚ୍ଚନା କରାଯିବ ।

ହାତୀନେଲା ବୃଦ୍ଧର ଜୀବନ

କରଞ୍ଜିଆ ,୩/୨(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବା ବେଳେ ଏକ ଦନ୍ତା ଆକ୍ରମଣରେ ଗୌତମ ନାୟକ ନାମକ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । କରଞ୍ଜିଆ ବନଖଣ୍ଡ ଦଚଧିଆଣି ରେଂଜର ଦରୀ ଗାଁମୁଣ୍ଡରେ ଥିବା ହାତୀପଲ୍ଲକୁ ବନବିଭାଗ ଘଉଡାଇବା ବେଳେ ହାତୀପଲ୍ଲ ଗାଁମୁହା ହୋଇଥିଲେ ।ଯାହାଫଳରେ ଲୋକମାନେ ଏଣେତେଣେ ଦୈାଡାଦୈାଡି କରିବା ଆରମ୍ଭ କରିଥିଲେ ।ଏହି ସମୟରେ ଗୈାତମ ଏକ ଦନ୍ତା ହାବୁଡରେ ପଡିବାରୁ ଦନ୍ତାଟି ଆକ୍ରମଣ କରିଥିଲା ।ପରେ ଗୈାତମକୁ ଚିକିସ୍‌ାପାଇଁ […]

ନନ୍ଦନକାନନରେ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳନ

ବାରଙ୍ଗ,୨/୨(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ଚେତନା କେନ୍ଦ୍ର ସମ୍ମୁଖରେ ବୁଧବାର ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ ହୋଇଥାଇଛି।କୋଭିଡ କଟକଣାକୁ ଦୃଷ୍ଟିରେ ରଖି କର୍ତ୍ତୁପକ୍ଷ ଏହି ଦିବସରେ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିବା ପର‌୍ୟ୍ୟଟକଙ୍କୁ ଉତ୍ସବରେ ସାମିଲ କରିବା ସହିତ ସେମାନଙ୍କୁ ସଚେତନତା କରିବା ଲାଗି ଦସ୍ତଖତ ଅଭିଯାନ କାର‌୍ୟ୍ୟକ୍ରମ କରାଯାଇଥିଲା।ତା ସହିତ ସଂଞ୍ଚାର ଜରିଆରେ ଆର୍ଦ୍ରଭୂମି ଉପରେ ଏହାର ସୁରକ୍ଷା ପାଇଁ ପରିଦର୍ଶକ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କୁଇଜ ଓ ଫଟୋଚିତ୍ର ପ୍ରତିଯୋଗିତା କରାଯାଇଥିଲା।ପ୍ରଥମ,ଦ୍ବିତୀୟ ଓ ତୃତୀୟ […]

ଚାଲିଗଲା ବଂଶୀର ଜୀବନ

ବାରଙ୍ଗ,୨/୨(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ବାଘ ସଫାରୀ ୩୧ନମ୍ବର ଫିଡିଙ୍ଗ ଚାମ୍ବରରେ ଚିକିତ୍ସିତ ହେଉଥିବା ପ୍ରାଣୀଉଦ୍ୟାନର ଆକର୍ଷଣ ୧୦ମାସର ସାଧାରଣ(ନାଲି ରଙ୍ଗର) ବାଘ ବଂଶି ବୁଧବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ବାଘ ବଂଶି ଗତମାସ ୨୫ତାରିଖରୁ ଅସୁସ୍ଥ ଥିଲା।ରକ୍ତ ସଂକ୍ରମଣ ସହିତ ପ୍ରଚୁର ରକ୍ତ ଶ୍ରାବ ସମସ୍ୟା ସାଙ୍ଗକୁ ପାକାଶୟ ଅନ୍ତଦାହ ଯୋଗୁଁ ଅସୁସ୍ଥ ହେବାରୁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ତାର ଚିକିତ୍ସା କରୁଥିଲେ।ତେବେ ଗତ କିଛିଦିନ ହେଲା ଖାଇବା ପରିମାଣ କମିଯାଇଥିଲା।ସେ ଗୋଟିଏ ସ୍ଥାନରେ ପଡିରହୁଥିଲା।ରକ୍ତ ସଂକ୍ରମିତ […]