Browsing category

ମହାନଗର

ଆଦୃତ ଶିଶୁ ସଦନରୁ ଦୁଇ ନାଗସାପ ଉଦ୍ଧାର

ମେଣ୍ଢାଶାଲ,୭/୩(ଏସ ଏସ ନିଉଜ)କଣ୍ଟାବାଡ଼ ନିକଟ ଝୁମୁକା ଜେନାଲ କଡ଼ରେ ଥିବା ଆଦୃତ ଶିଶୁ ସଦନ ପରିସର ରୁ ସୋମବାର ଦିନ ଦୁଇଟି ନାଗ ସାପ ଉଦ୍ଧାର ହୋଇଛି।ସାପଦୁଇଟି ପରିସର ବଗିଚାରେ ବୁଲୁଥିବାର କର୍ମଚାରୀ ମାନେ ଦେଖି ମେଣ୍ଢାଶାଳଗ୍ରାମର ସାପ ଧରାଳି ସଂଯୁକ୍ତ ପତ୍ରଙ୍କୁ ଖବର ଦେଇଥିଲେ।ପାତ୍ର ଖବର ପାଇ ଆସି ସାପ ଦୁଇଟିକୁ ଧରିବା ସହ ଚନ୍ଦକା ଜଙ୍ଗଲରେ ଛାଡିଥିଲେ।ଏହାପୂର୍ବରୁ ଏଠାରୁ ତିନିଟି ସାପ ମଧ୍ୟ ଧରା ଯାଇଥିବାର ପାତ୍ର କହିଛନ୍ତି।ଜଙ୍ଗଲ କଡରେ ଆଦୃତ ଶିଶୁ ସଦନ […]

ଆରପାରିରେ ପୁରୁଖା ମୁରବୀ ଅଲେଖଚନ୍ଦ୍ରରଥ

ବାରଙ୍ଗ,୬/୩(ଏସ୍‌ଏସ୍‌ନିଉଜ) ବାରଙ୍ଗ ଅଂଚଳର ଖ୍ୟାତନାମା ମାତୃଭକ୍ତ,ନିତିବାନ,ନିଷ୍ଠାବାନ ଓ ସୁନାମଧନ୍ୟ ମୁରବୀ ଅଲେଖ ଚନ୍ଦ୍ର ରଥ ରବିବାର ପୁର୍ବାହ୍ନ୪-୫୫ରେ ସ୍ୱର୍ଗାରୋହଣ କରିଛନ୍ତି । ଗଣ୍ଡରପୁରସ୍ଥିତ ବାସଭବନରେ ୮୧ବର୍ଷ ବୟସରେ ରଥଙ୍କର ବିୟୋଗ ଘଟିଥିବାର ଜଣାପଡିବାପରେ ଗଣ୍ଡରପୁର ଗ୍ରାମସମେତ ବାରଙ୍ଗ ଅଂଚଳରରେ ଶୋକର ଛାୟା ଖେଳିଯାଇଛି ।ସେ ତାଙ୍କ ଜୀବନକାଳ ମଧ୍ୟରେ ଗଣ୍ଡରପୁରରେ ଶ୍ରୀଅରବିନ୍ଦ ସରକାରୀ ଉଚ୍ଚବିଦ୍ୟାଳୟ,ଖଇରାପଡାରେ ଶ୍ରୀଅରବିନ୍ଦ କେନ୍ଦ୍ରଧ୍ୟାନ  ମନ୍ଦିର, ଶ୍ରୀଅରବିନ୍ଦ ପୁର୍ଣାଙ୍ଗଶିକ୍ଷାକେନ୍ଦ୍ର ଏବଂ ଦାଢାରେ ଅରୋପୁର୍ଣାଙ୍ଗଗବେଷଣା ନିଳୟ ପରି ଅନେକ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଭାବେ ସେ ନିଜକୁ […]

ମହାନଦୀରେ ଫସିଲେ ହାତୀ

ବାରଙ୍ଗ, ୬/୩(ଏସ୍‌ଏସ୍‌ନିଉଜ) ନରାଜ ଆନିକଟ ନିକଟରେ ମହାନଦୀରେ ପାର ହେବା ସମୟରେ ଫସିଯାଇଥିଲା ଦୁଇଟି ହାତୀ ।ସେଥିମଧ୍ୟରେ ଗୋଟିଏ ଦନ୍ତା ଓ ଅନ୍ୟଟି ମାଇହାତୀଥିବାର ଜଣାପଡିଥିଲା ।ଶନିବାର ରାତିରେ ଆଠଗଡ ଖୁଂଟୁଣୀ ଜଙ୍ଗଲରୁ ୨ଟି ହାତୀ ମହାନଦୀ ଦେଇ ନଦୀ ପାର ହୋଇ ଚନ୍ଦକା ଡମପଡା ଜଙ୍ଗଲକୁ ଆସୁଥିଲେ ।ମହାନଦୀ ପାଣିର ସାମାନ୍ୟ ସ୍ରୋତ ଥିବାରୁ ନଦୀର ପାଣିରେ ଭାସି ଆସିଥିଲେ ।ରବିବାର ସକାଳେ ମହାନଦୀରେ ହାତୀ ଥିବାର ଜଣାପଡିବା ପରେ ଆଖାପାଖ ଗ୍ରାମବାସୀମାନଙ୍କ ଭୀଡ ଲାଗିରହିଥିଲା […]

ରକ୍ତ ଜୁଡୁବୁଡୁ ଅବସ୍ଥାରେ ହରିଣ: ଉଦ୍ଧାର

ଭୁବନେଶ୍ୱର,୬/୩(ଏସଏସନିଉଜ)ରବିବାରଦିନ ପିସିଆର ଟିମ ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ।ହରିଣଟିର ଗୋଡ଼ ଭାଙ୍ଗି ଯାଇଛି । ଅଜଣା ଗାଡ଼ି ଧକ୍କାରେ ହରିଣର ବେଳେ, ଗୋଡ଼ ଭାଙ୍ଗି ଯାଇଥିବାର ଅନୁମାନ କରାଯାଉଛି ।ତେବେ ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ବାହାରି ହରିଣଟି ସହର ମଧ୍ୟକୁ ପଶିଆସିଥିବାର ଜଣାପଡିଛି ।ଖବର ପାଇ ବନବିଭାଗ ପହଁଚି ହରିଣଟିର ଚିକିସ୍‌ କରାଯାଇଛି ।

ବିଜେପିର କଟକ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

କଟକ ,୬/୩(ଏସ ଏସ ନିଉଜ) ବିଜେପିର କଟକ ମହାନଗର ପାଇଁ ମେୟର ପାର୍ଥି ହେଲେ ଶ୍ରୀତମ ଦାସ । ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ କଟକ ମହାନଗର ନିଗମ ପାଇଁ ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଥିବାର ଜଣାଡିଛି ।  

ବିଜେପିର ଭୁବନେଶ୍ୱର ପାଇଁ ମେୟର ପାର୍ଥୀ ଡକ୍ଟର ସୁନୀତି ମୁଣ୍ଡ

ଭୁବନେଶ୍ୱର,୫/୩(ଏସଏସନିଉଜ)କଂଗ୍ରେସ ଓ ବିଜେଡି ପରେ ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପି ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁନୀତି ମୁଣ୍ଡଙ୍କ ନାମ ଘୋଷଣା କରିଛନ୍ତି ।

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୫/୩(ଏସଏସନିଉଜ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । କଟକ ପାଇଁ ସାଂସଦ ସୁବାସ ସିଂହ, ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜେଡି । ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଏହି ତିନିଜଣ ପାର୍ଥୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।  

ଆରପାରିରେ ସେନ୍ ୱାର୍ଣ୍ଣ

ଭୁବନେଶ୍ୱର,୪/୩(ଏସଏସନିଉଜ)ଅଷ୍ଟ୍ରେଲୀୟର ଜଣାଶୁଣା ପୂର୍ବତନ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ହୋଇଛି । ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ସେନ ଓ୍ବର୍ଣ୍ଣଙ୍କ ହୃଦଘାତରେ ପରଲୋକ ଘଟିଥିବା ସୁଚନା ମିଳିଛି ।ସେ ଏକଦିବସୀୟ ମ୍ୟାଚରେ ୨୯୩ଟି ୱିକେଟ୍ ଓ ଟେଷ୍ଟରେ ଦ୍ବିତୀୟ ସର୍ବାଧିକ ୭୦୮ଟି ୱିକେଟ୍ ନେଇଛନ୍ତି ।

ଆଉ ୬୫ ଓଡିଆ ଛାତ୍ର ଖାରକିଭ୍ରୁ ଉଦ୍ଧାର ହେଲେ

ଭୁବନେଶ୍ୱର,୪/୩(ଏସଏସନିଉଜ)ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ […]

ବାରଙ୍ଗ ପୋଲିସ ଧରିଲା ମଦ ବୋଝେଇ କାର

ବାରଙ୍ଗ,୪/୨(ଏସ ଏସ ନିଉଜ) ବାରଙ୍ଗ ଥାନା ପୋଲିସ ଶୁକ୍ରବାର ଦିନ ଫକୀର ପଡା ଗ୍ରାମପାଖରୁ ଏକ ମଦ ବୋଝେଇ କାରକୁ ଜବତ କରିବାସହ ଚାଳକକୁ ଗିରଫ କରି କୋର୍ଟ ଚାଳଣ କରିଛି ।କାର ଚାଳକ ହେଉଛନ୍ତି ମେଘା ଗ୍ରାମର ମନୋଜ କୁମାର ସାହୁ।ମନୋଜ ଓଡ଼ି02- ଏଜେ – 5869 ନମ୍ବର କାର ଯୋଗେ ମେଘାରୁ ୩୫ଲିଟର ଦେଶୀ ମଦ ନେଇ ଆସୁଥିବାର ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଖବର ପାଇଥିଲେ।ସଦଳବଳେ ଫକୀର ପଡା ଗାଁ […]