Browsing category

ମହାନଗର

ଜରାଆଶ୍ରମରେ ଖାଦ୍ୟ ବାଣ୍ଟିଲେ ଦିଲୀପ

ଚନ୍ଦ୍ରଶେଖରପୁର,୩୧/୧(ଏସ ଏସ ନିଉଜ) ବିଶ୍ବ କୁଷ୍ଠ ଦିବସ ଅବସରରେ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲାରେ ଥିବା ଏକ ଜରା ଆଶ୍ରମରେ ଖାଦ୍ଯ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ ସ୍ବାଇଁ ସମେତ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। କୁଷ୍ଠ ରୋଗ ଭୂତାଣୁ ଏପର୍ଯ୍ଯନ୍ତ ଦୂର ହୋଇନାହିଁ। ଆମକୁ ସଚେତନ ରହିବାକୁ ପଡ଼ିବ। ରୋଗୀଙ୍କୁ ଘୃଣା ନ କରି ତାଙ୍କ ସେବାରେ ବ୍ରତୀ ହେବା ଆବଶ୍ୟକ ବୋଲି ଟ୍ରଷ୍ଟର ସଭାପତି ଦିଲ୍ଲୀପ […]

ଚୋରି ଅଭିଯୋଗରେ ଜଣେ କୋର୍ଟଚାଲାଣ

ବାରଙ୍ଗ,୨୯/୧(ଏସଏସନିୟୁଜ) ରଘୁନାଥପୁର ଅଞ୍ଚଳରେ ଥିବା ଏକ ଗାଡି ଗ୍ୟାରେଜରୁ ଆଲୁମିନିୟମ ପାର୍ଟସ ଚୋରୀ ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଜଣେ ଚୋରକୁ ଗିରଫ୍ କରି ଆଜି କୋର୍ଟଚାଲାଣ କରିଛି।ଗିରିଫ୍ ବ୍ୟକ୍ତି ଜଣକ ହେଉଛନ୍ତି ଇଫୋସିଟ ଥାନା ଅଧିନସ୍ଥ ଶିଖରଚଣ୍ଡି ନଗର ଶାନ୍ତିନଗର ପ୍ଲଟନଂ ୩୧ ଅଞ୍ଚଳରେ ରହୁଥିବା କୁର୍ମୟା ରେଡି(୨୫)।ସେ ଗତ ୨୮ତାରିଖ ଅପରାହ୍ନ ସାଢେ ୨ଟାବେଳେ ପ୍ରିୟବ୍ରତ୍ତ ଦାଶଙ୍କ ରଘୁନାଥପୁର ଅଞ୍ଚଳରେ ଥିବା କେ.ଏସ୍ ଅଟୋମୋବାଇଲ ଗ୍ୟାରେଜ ଭିତରେ ପଶି ଏକ ଚାରିଚକିଆ ଯାନରେ ଲାଗୁଥିବା […]

ଖଣ୍ଡଗିରିରେ ଏଥର ଦୁଲୁକିବନାହିଁ ଯାତ୍ରା ପେଣ୍ଡାଲ

ଭୁବନେଶ୍ୱର,୨୯/୧(ଏସଏସନିୟୁଜ) କରୋନା ମହାମାରୀ ପାଇଁ ବାଧକ ସାଜିଲା ଖଣ୍ଡଗିରି ଯାତ୍ରା ।ଗତବର୍ଷଭଳି ଏଥର ମଧ୍ୟ ଦୁଲୁକିବନାହିଁ ଯାତ୍ରା ପେଣ୍ଡାଲ । ଚଳିତ ଥର ଖଣ୍ଡଗିରି ଯାତ୍ରା ପାଇଁ ଅନୁମତି ମିଳିପାରିନାହିଁ । ଯାହାଫଳରେ ଦ୍ବିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଥିବାରୁ ଯାତ୍ରା ଦଳ, କଳାକାର, କମିଟି ସମସ୍ତଙ୍କୁ ନିରାଶହେବାକୁ ପଡିଛି । ଯାତ୍ରା ପରିବେଷଣ ନେଇ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଗତ ୨୫ ତାରିଖରେ ଭୁବନେଶ୍ବର ଡିସିପି ଓ ମହାନଗର […]

ତିନି ମହାନଗର ନିଗମର ସିଟ୍ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା

ଭୁବନେଶ୍ୱର,୨୯/୧(ଏସଏସନିୟୁଜ)ରାଜ୍ୟର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ୩ମହାନଗରନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଥିବାନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକର ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବାର ବିଜ୍ଞପ୍ତିରେ କୁହାଯାଇଛି ।ସେହିପରି ମହାନଗର ନିଗମ ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଓ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହିଆଧାରରେ ବ୍ରହ୍ମପୁର […]

ହାତପାହାନ୍ତାରେ ମିଳିବ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ

କଟକ,୨୮/୧(ଏସଏସନିଉଜ) ଏଣିକି ଅନଲାଇନ ମାଧ୍ୟମରେ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ ଜନସାଧାରଣଙ୍କୁ ହାତପାହାନ୍ତା ରେ ମିଳିପାରିବ ।ରାଜ୍ୟସରକାରଙ୍କ ଜନ୍ମ ଓ ମୃତ୍ୟୁ ପଞିକରଣ ନୁତନ ପଦ୍ଧତି ମାଧ୍ୟମରେ ଓଡିଶାର ୩୧୪ଗୋଟି ଗ୍ରାମୀଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଚଂଳର ୧୧୪ଗୋଟି ଇ- ପୈାରାଚଂଳରେ ଏହି ସେବା ଉପଲବ୍ଧ କରାଯିବାପାଇଁ ଚଳିତ ଜାନୁୟାରୀ୧ ତାରିଖ୨୦୨୨ରୁ ରାଜ୍ୟସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ୱେବସାଇଟ www.birthdeath.odisha.gov.in ସଂଯୋଗ ଶୁଭାରମ୍ଭ କରିଛନ୍ତି ।ଜନସାଧାରଣମାନେ ଏହି ୱେବସାଇଟ ମାଧ୍ୟମରେ ନିଜନିଜ ଅଂଚଳରରେ ଥିବା ଜନସେବା […]

୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ, ୨୮/୧(ଏସ ଏସ ନିଉଜ) ଫେବ୍ରୁଆରୀ ୧ ତାରିଖରୁ ଶ୍ରୀମନ୍ଦିର ଖୋଲିବ ।ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୧ରୁ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।

ବିବାହ ମଣ୍ଡପରୁ ଲୁଟ୍‍

ଭୁବନେଶ୍ୱର,୨୮/୧(ଏସଏସନିଉଜ)ରାଜଧାନୀ ସ୍ଥିତ କେସୁରା ଅଞ୍ଚଳର ଏକ ବିବାହ ମଣ୍ଡପରୁ ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଛନ୍ତି ୨ ଲୁଟେରା । ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଛି । ଜଣେ ନାବାଳକ ଓ ଜଣେ ଯୁବକ ଘର ଲୋକ ଭଳି ଆସି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।ପରିବାର ଲୋକ ବହୁ ଖୋଜାଖାଜି କରି ନିରାଶ ହେବାପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବାର ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ । […]

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ବାରଣ

କୋଣାର୍କ, ,୨୮/୧(ଏସଏସନିଉଜ) କରୋନା କଟକଣା ପାଇଁ ଏବର୍ଷ ବି ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି । ଫେବ୍ରୁଆରୀ ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିଛି । କଟକଣା ଭିତରେ ଠାକୁରଙ୍କ ମହାସ୍ନାନ ହେବ । ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ ସହମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନୀତି କଟକଣା ଭିତରେ ହେବ ।  

ବନ୍ଧା ହେଲା କେବିଏନ ଗ୍ରୁପ ମୁଖ୍ୟ ବୁବୁ

ଭୁୁବନେଶ୍ୱର,୨୮/୧(ଏସଏସନିୟୁଜ)ଶେଷରେ ପେଲିସ ହାତରେ ଧରାପଡିଛି କେବିଏନ୍ ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ।ପୋଲିସ ଆଖିରେ ଧୁଳିଦେଇ ୨ମାସଧରି ଫେରାର ରହିଥିବା ବୁବୁକୁ ଡେଲ୍ଟା ଅଞ୍ଚଳରୁ କମିଶନରେଟ ପୁଲିସ୍ ଗିରଫକରିବା ସହ ତାପାଖରୁ ଏକ ଖଣ୍ଡାକୁ ଜବତ କରିଛି । ପୂର୍ବରୁ ପୁଲିସ୍ ଏହି ଗ୍ରୁପ୍‌ର ୯ ସଦସ୍ୟଙ୍କୁ ବାନ୍ଧି ସାରିଥିଲା । କେବିଏନ୍ ଗ୍ରୁପର ସଦସ୍ୟମାନେ ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରି ଏହାର ଭୟାନକ ଭିଡିଓ ଓ ରାସ୍ତା […]

ନିର୍ବାଚନ ପୁର୍ବରୁ ବୋମା ମାଡ଼

ପୁରୀ,୨୭/୧(ଏସଏସନିଉଜ) ପୁରୀ ସଦର ଥାନା କାଶୀ ହରିପୁର ପଂଚାୟତରେ ଗୁରୁବାର ସକାଳେ ବୋମା ମାଡ କରାଯାଇଛି । ବାଇକରେ କିଛି ଦୁର୍ବୃତ ଆସି ବନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ୩ଟି ବୋମା ମାଡ କରି ପଳାଇଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଅଫୁଟା ରହିଥିଲା ।ତେବେ ପଂଚାୟତ ନିର୍ବାଚନ ପୁର୍ବରୁ କୈାଣସି ପାର୍ଥୀକୁ ଭୟଭିତ କରିବା ପାଇଁ ଏପରି ହୋଇଥିବାର ସନ୍ଦେହ କରାଯାଉଛି । କିଏ ଓ କାହିଁକି ଏହି ବୋମା ମାଡ କରିଛି, […]