Browsing category

ମହାନଗର

ଜୁନ୍ ୯ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି୨୦

କଟକ, ୪/୩(ଏସଏସନିଉଜ) ବାରବାଟୀରେ ଜୁନ୍ ୯ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ବୁଧବାର ଘୋଷଣା କରିଛି।ଅନ୍ୟ୪ଟିମ୍ୟାଚ ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ ଓ ‌ଚେନ୍ନଇରେ ଖେଳାଯିବ। କଟକରେ ଜୁନ୍ ୯ରେ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିବ ।

ଧରାହେଲା କୁମ୍ଭୀର

ଭୁବନେଶ୍ବର, ୪/୩(ଏସଏସନିଉଜ) ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ବନ ବିଭାଗ କୁମ୍ଭୀରକୁ କାବୁ କରିବାରେ ସକ୍ଷମ ହୋଇଛି । ଗତ ୫ ଦିନ ହେବ କୁମ୍ଭୀରଟି ପୁରୀ କେନାଲରେ ଥିଲା ।ଯାହାକୁ ନେଇ କେନାଳ କୁଳରେ ରହିଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କୁମ୍ଭୀରର ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜି ଛାଡ଼ିଥିଲେ। କୁମ୍ଭୀର ଉଦ୍ଧାର ପରେ ତାକୁ ନନ୍ଦନକାନନକୁ ନିଆଯାଇଥିବାର […]

ଭୁବନେଶ୍ୱର ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା

ଭୁବନେଶ୍ୱର,୪/୩(ଏସଏସନିଉଜ) ବିଏମସି ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।

ମଦ ଓ ପୋଚ ନଷ୍ଟ କଲା ଅବକାରୀବିଭାଗ

ଆଠଗଡ଼,୪/୩(ଏସଏସନିଉଜ) ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମଠନଳା ଓ ହାତୀତୋପ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଅବକାରୀ ବିଭାଗ ଚଢାଉ କରି ୩୫୫୦ଲିଟର ପୋଚ ନଷ୍ଟ କରିଛନ୍ତି ।ଏହାସହ ଚାଲାଣ ପାଇଁ ରଖାଯାଇଥିବା ୨୬୦ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଛି ।ତେବେ ଏହି ଘଟଣାରେ ଅବକାରୀବିଭାଗ କାହାକୁ ଗିରଫ କରିପାରିନଥିବାର ଜଣାପଡିଛି ।  

ଯୁଦ୍ଧ ବନ୍ଦ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର,୩/୨(ଏସଏସନିଉଜ) ଋଷିଆ ଏବଂ ୟୁକେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଏହି ଯୁଦ୍ଧରେ ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଯୋ ବାଇଡେନ କହିଲେଣି ତୃତୀୟ ବିଶ୍ୱ ଯୁଦ୍ଧ ର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଜଣେ ଭାରତୀୟ ଡ଼ାକ୍ତରି ଛାତ୍ର ଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପଟେ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଆଇନ୍ ମହାବିଦ୍ୟାଳୟ, […]

ମହାନଦୀ ପଠାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

କଟକ, ୩/୨(ଏସଏସନିଉଜ) କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୁଆଶୁଣୀ ନିକଟ ମହାନଦୀ ପଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକଙ୍କ ମୁଣ୍ଡରେ ଛେଚା ଯାଇଥିବା କୁହାଯାଉଛି।ମୃତ ଯୁବକ ହେଉଛନ୍ତି ବିହାର ନିବାସୀ ଆଜାଦ ଯାଦବ (୨୮) ।ସେ ଇଣ୍ଟେରିୟର କାମ କରୁଥିଲେ । ସେ କାମକରୁଥିବା ଠିକାଦାରପାଖକୁ ବକେୟା ଥିବା ଟଙ୍କା ଆଣିବାକୁ କଟକ ଆସି ଫେରିନଥିବାର ପୋଲିସ ସନ୍ଦେହ କରୁଛି ।ତେବେ ଆଜାଦ ଯାଦବ ନିଖୋଜ ହୋଇଥିବାନେଇ ପରିବାର ଲୋକ […]

କାଲିଠାରୁ ମା’ ତାରିଣୀ ମନ୍ଦିରରେ ଲାଗିବ ଭୋଗ

ଘଟଗାଁ, ୩/୨(ଏସଏସନିଉଜ)ମହାମାରୀ କରୋନାପାଇଁ ଗତ ଦୁଇବର୍ଷ ହେଲା ମନ୍ଦିରରେ ଭୋଗ ଲାଗୁ ନଥିଲା।କେବଳ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ଙ୍କ ଦର୍ଶନର ସୁବିଧା ରହିଥିବାବେଳେ ସାଙ୍ଗରେ ଭୋଗ ଆଣିପାରୁନଥିଲେ ।ତେବେ ଆସନ୍ତାକାଲିଠାରୁ ମା’ ତାରିଣୀ ମନ୍ଦିରରେ ଭୋଗ ଲାଗିବ । ଶ୍ରଦ୍ଧାଳୁମାନେ ସାଙ୍ଗରେ ଭୋଗନେଇ ଆସିପାରିବେ ।ଏହାସହ ୧୦ ବର୍ଷରୁ କମ୍ ପିଲା ଏବଂ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୮ଟା ପର‌୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ […]

ଦେଶୀ ମଦ ସହ ବୋଲେରୋ ଜବତ

ବାରଙ୍ଗ, ୨/୩(ଏସଏସନିଉଜ) ବାରଙ୍ଗଥାନା ପୋଲିସ ବୁଧବାରଦିନ ଏକ ଦେଶୀମଦ ନେଇ ଆସୁଥିବାବୋଲେରୋକୁ ଜବତ କରିବା ସହ ଚାଳକ ଗିରିଶ ଚନ୍ଦ୍ର ଜେନାକୁ ଗିରଫକରି୨୮୦ ଲିଟର ଦେଶୀ ମଦ ଜବତ କରିଛି ।ବିଶେଷସୁତ୍ରରୁ ଖବରପାଇ ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ସଦଳବଳେ ବୁଧବାର ଦିନରେ ମଧୁବନ ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ପାଖରେ ଜଗିରହିଥିଲେ ।ଏହି ସମୟରେ ଆଠଗଡ ପଟରୁ ଏକ ଧଳା ରଙ୍ଗର ଓଆର ୦୨ବିକେ ୪୫୪୯ ଆସୁଥିବା ବୋଲେରୋକୁ ରୋକିବାସହ ତା […]

ଶିବ ଜୟନ୍ତୀ ପାଳିତ

ଆସିକା ,୨/୩(ଏସଏସନିଉଜ) ବୁଧବାର ଆସିକା ଧରାକୋଟ ବ୍ଲକ ଗୋଲା ଦାମୋଦର ପଲ୍ଲୀ ବ୍ରହ୍ମାକୁମାରୀସ୍ ପାଠଶାଳା ତରଫରୁ ୮୬ତମ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବ ନିର୍ବାଚିତ ସରପଞ୍ଚ ଜି – କମଳ ଲୋଚନ ରେଡ୍ଡୀ ଉପସ୍ଥିତ ହୋଇ ପରମାତ୍ମାଙ୍କ ଶକ୍ତିକୁ ଅନୁଭବ କରି କହିଥିଲେ କି ଏହି ଏକ ସଂସ୍ଥା ଯିଏ ବିନା ମୂଲ୍ୟରେ ସାରା ବିଶ୍ୱରେ ମୂଲ୍ୟନିଷ୍ଠ ସମାଜ ଗଠନରେ ଆଗେଇଛି। ଏଣୁ ସମସ୍ତଙ୍କୁ ଏହି ଆହ୍ଵାନ […]

ମିଳିଲା ଅନୁମତି,ଆରମ୍ଭ ହେଲା ଭୋଜି

ବାରଙ୍ଗ, ୨/୩(ଏସଏସନିଉଜ)ସୋମବାରଦିନ ବଟାନିକାଲ ଗାର୍ଡେନରେ ଭୋଜି କରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଅନୁମତି ଦେଇଥିବାର ସୋମବାର ଘୋଷଣା କରିଛନ୍ତି ।ଏହାଦ୍ୱାରା ଦୀର୍ଘଦିନ ହେବ ବଣଭୋଜି ନକରିପାରି ନିରାଶ ହେଉଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହର ଦେଖିବାକୁ ମିଳିଛି ।ଭୋଜି କରିବାକୁ ଚାହୁଁଥିବା ଲୋକେ ସିଧାସଳଖ ବା ଅନଲାଇନରେ ନନ୍ଦନକାନନ ଆଣ୍ଡ୍ରଏଡ ଆପକୁ ଯାଇ ବଣଭୋଜି ପାଇଁ ସୁବିଧା ରଖାଯାଇଥିବା ୫୭ଟି ପିଣ୍ଡି ବୁକିଂ କରିପାରିବେ । ପର‌୍ୟ୍ୟଟକମାନେ ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ […]