Browsing category

ମହାନଗର

ଆଜିଠାରୁ ୟୁଟ୍ୟୁବରେ ପାଠପଢିବେ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୭/୧(ଏସଏସନିଉଜ) ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଆଜିଠାରୁ ୟୁଟ୍ୟୁବରେ ପାଠପଢିବେ ।ଏହି ଜ୍ଲାସ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ଗୋଟିଏ କ୍ଲାସ ହେବ । ପ୍ରତ୍ୟେକ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ୟୁଟ୍ୟୁବ ପାଠପଢ଼ା ସମ୍ପର୍କରେ ସଚେତନ ରହିବାକୁ କୁହାଯାଇଥିବାବେଳେ ପୁର୍ବରୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ […]

ସାତକୋଶିଆରେ ଗଡିବ ସଫାରି ଗାଡ଼ି

ଅନୁଗୁଳ , ୨୭/୧(ଏସଏସନିଉଜ) ସାତକୋଶିଆ ଅଭୟାରଣ୍ୟରେ ଗଡିବ ସଫାରି ଗାଡ଼ି । ପର୍ଯ୍ୟଟକମାନେ ସଫାରୀଗାଡିରେ ବସି ଅଭୟାରଣ୍ୟରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବା ଓ ଏଥିସହ ପାଖରୁ ବନ୍ୟପ୍ରାଣୀଙ୍କୁ ଦେଖି ମଜ୍ଜା ଉଠାଇପାରିବେ ।ଏଥିପାଇଁ ୪ଟି ସଫାରୀ ବସ ଆସି ପହଁଚିଛି ।ତେବେ ସଫାରୀ ବସରେ ବୁଲିଲେ କେତେଟଙ୍କା ଦେବାକୁ ପଡିବ,କେଉଁଅଂଚଳ ବୁଲିବାକୁ ହେବ, ଏବିଷୟରେ ବିଧିବଦ୍ଧ ଭାବେ ନିଷ୍ପତି ସରିଲେ ଖୁବଶିଘ୍ର ପର୍ଯ୍ୟଟକମାନେ ଏହି ସେବାପାଇପାରିବେ ବୋଲି ଜଣାପଡିଛି ।

ଫେରିବ ଶୀତ

ଈୁବନେଶ୍ୱର, ୨୭/୧(ଏସଏସନିଉଜ) ପୁଣି ଫେରିବ ଶୀତ । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ୩୦ ତାରିଖ ଯାଏ ଶୀତ ଲହର ଜାରି ରହିବ । ଏହାସହିତ ଜଗତସିଂହପୁର, କଟକ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ କରିଛି ।

ମିଠା ଦୋକାନ ଉପରେ ଚଢ଼ାଉ

କଟକ, ୨୭/୧(ଏସଏସନିଉଜ) ଦୀର୍ଘଦିନ ଧରି ବାସିଖାଦ୍ୟ ବିକୁଥିବା ଅଭିଯୋଗ ଜନସାଧାରଣଙ୍କ ଠାରୁ ପାଇବାପରେ ଗୁରୁବାର ସକାଳୁ ସକାଳୁ ଉକ୍ତ ମିଠା ଦୋକାନ ଉପରେ ଚଢ଼ାଉ କରିଥିଲେ ସିଏମସିର ଖାଦ୍ୟ ନିରୀକ୍ଷଣ ଅଧିକାରୀ । ନୂଆବଜ଼ାର ସ୍ଥିତ ମହାବିର ସ୍ୱିଟ ଷ୍ଟଲ ଉପରେ ଅଚାନକ ଚଢଉ କରିଥିଲେ ।ସେଠାରୁ ପ୍ରାୟ ୨୦କେଜିର ବାସିଖାଦ୍ୟ ନଷ୍ଟ କରାଯାଇଥିବାର ସୁଚନା ମିଳିଛି ।

ଗିରଫ ହେଲା ପିଶାଚ

ପୁରୀ , ୨୭/୧(ଏସଏସନିଉଜ) ଗତ ୨୩ ତାରିଖରେ ପଡୋଶୀ ଘରେ ଥିବା ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ମହାନ୍ତିକୁ ପୁରୀ ପୁଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି । ନାବାଳିକାଜଣକୁ ଛାତ ଉପରକୁ ନେଇ ସେଠାରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ପିଶାଚ । ଘଟଣା ଘଟିବାର ତିନିଦିନପରେ ପୋଲିସ ହାତରେ ଧରାପଡିଛି ।

ଝାମ୍ପି ନଲେ ସୁନାହାର

ରେଢ଼ାଖୋଲ, ୨୭/୧(ଏସଏସନିଉଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳିଗଡ ଶିବମନ୍ଦିର ସମ୍ମୁଖରେ ଜଣେ ନବବିବାହିତା ବିଜୟିନୀ ପ୍ରଧାନ ଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୁତ ।ଗତ୨୩ତରିଖରେ ବିଜୟିନୀଙ୍କ ବାହାଘର ହୋଇଛି ।

ବଦଳିଲା ନିୟମ

୧. ଜମ୍ମୁ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର; ୨ ଲସ୍କର ଆତଙ୍କବାଦୀ ନିହତ । ୨. ୱେଷ୍ଟଇଣ୍ଡିିଜ କ୍ରିକେଟ୍ ଦଳର ଭାରତ ଗସ୍ତରେ କେବଳ ଅହମଦାବାଦ ଓ କୋଲକାତାରେ ଖେଳାଯିବ ମ୍ୟାଚ୍ । ୩. ୩ୟ ଲହରରେ ମୃତ୍ୟୁବରଣ କରିଥିବା ୬୦% କରୋନା ଆକ୍ରାନ୍ତ ଟିକା ନେଇନଥିଲେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ୪. ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ୨ ଲକ୍ଷ ଟଙ୍କା:ମୁଖ୍ୟମନ୍ତ୍ରୀ ୫. […]

ବାରଙ୍ଗରୁ ୯ଜଣଙ୍କର କଟିଲା ପାର୍ଥୀପତ୍ର

ବାରଙ୍ଗ,୨୨/୧(ଏସଏସନିଉଜ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଶୁକ୍ରବାରଥିଲା ପାର୍ଥୀପତ୍ର ଦାଖଲର ଶେଷଦିନ ।ଶେଷଦିନରେ ବାରଙ୍ଗବ୍ଲକର ୧୬ଗୋଟି ପଂଚାୟତରେ ସରପଂଚପାଇଁ ୬୮ଜଣ,ସମିତିସଭ୍ୟପାଇଁ ୬୪ଓ ୱାର୍ଡମେମ୍ବରପାଇଁ ୪୦୧ଜଣଙ୍କୁନେଇ ସମୁଦାୟ ୫୩୩ଜଣ ପାର୍ଥୀପତ୍ର ଦାଖଲ କରିଥିଲେ ।ଶନିବାର ଯାଂଚ ପରେ ସେମାନଙ୍କ ମଧ୍ୟରୁ ୱାର୍ଡମେମ୍ବର୮ଜଣ ଓ ସମିତିସଭ୍ୟଜଣେଙ୍କୁ ମିଶାଇ ୯ଜଣ କଟିବାପରେ ୫୨୪ଜଣଙ୍କର ପାର୍ଥିପତ୍ର କାଏମ ରହିଥିବାର ବିଡିଓ ପ୍ରଭାକର ପଣ୍ଡା ସୁଚନା ଦେଇଛନ୍ତି ।

ନୃଶଂସ ଭାବେ ହତ୍ୟା କଲା ନାତି

କନ୍ଧମାଳ ,୨୨/୧(ଏସଏସନିଉଜ) କନ୍ଧମାଳ ଜିଲ୍ଲା ରାଇକିଆ କାମ୍ବାଗୁଡା ଗାଁରେ ଜେଜେ ମାଁଙ୍କୁ ତଣ୍ଟି ଚିପି ହତ୍ୟା କରିଲା ନାତି । ୮୦ ବର୍ଷର ବୃଦ୍ଧା ସୋରଜିନି ପ୍ରଧାନ ତାଙ୍କ ମାନସିକ ବିକାରଗ୍ରସ୍ତ ନାତି ସହ ରହୁଥିଲେ । ଗତକାଲି ରାତିରେ ନାତି ମନୋଜ ପ୍ରଧାନ ଜେଜେମାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଥିବା ବିଷୟରେ ଗାଁଲୋକଙ୍କଠାରୁ ଖବରପାଇ ଆଜି ପୋଲିସ ପହଞ୍ଚି ଶବକୁ ଜବତ କରି ମନୋଜ କୁ ଗିରଫ କରିଛି ।

ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

  ଭୁବନେଶ୍ୱର,୨୨/୧(ଏସ ଏସ ନିଉଜ) ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ […]