Browsing category

ମହାନଗର

ବ୍ରାହ୍ମଣୀ ନଦୀକୁ ଖସିଲା ଆଇରନ ବୋଝେଇ ଟ୍ରକ୍

କାମାକ୍ଷାନଗର,୧୨/୧୧(ଏସ ଏସ ନିଉଜ)ପରଜଙ୍ଗ ଥାନା NH- ୫୩ର ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିପଡିଲା ଆଇରନ ବୋଝେଇ ଟ୍ରକ୍ । ଡ୍ରାଇଭର ମୃତ ବରଣ କରିଛି ।କେନ୍ଦୁଝରରୁ ଅନୁଗୋଳ ଯିବାବେଳେ ଚକା ଫାଟି ଯିବା ଯୋଗୁ ନଦୀକୁ ଖସିପଡିଲା ଟ୍ରକ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା…..

➡️୧-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ।ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ । ➡️୨-ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱର ପହଁଚିଲେ କେନ୍ଦ୍ରୀୟ ଟିମ୍ । ଆଜିଠାରୁ ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ । ➡️୩-୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ଏହି ବିଜୟ ପରେ […]

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ବର,୧୧/୧୨(ଏସଏସନିୟୁଜ) ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିରେ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ପାର୍ଥିବ ଶରୀରରେ ପୁତୁରା ଆଶିଷ ଦାସ ମୁଖାଗ୍ନି ଦେଇଥିଲେ। କୃଷ୍ଣଚନ୍ଦ୍ରପୁର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପାର୍ଥିବ ଶରୀର ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ ଲାଗିରହିବାସହ ବିଭିନ୍ନ ଦଳର ନେତାଆସି ସମ୍ମାନ ଜଣାଇଥିଲେ। ତାଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହିତ ଗାର୍ଡ ଅଫ୍ ଅର୍ନର ଦିଆଯାଇଥିଲା ।ତାମିଲନାଡ଼ୁର କୁନ୍ନୁରଠାରେ ଗତ ୮ ତାରିଖ […]

ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୧୨(ଏସ ଏସ ନିଉଜ) ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ ୧.୮୪ ଲକ୍ଷ ଗ୍ରାମୀଣ ପିଏମଏୱାଇ ଘର ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ଅଞ୍ଚଳରେ ୧୩ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବାକୁ ଚିଠିରେ କୁହାଯାଇଛି । ୧୩ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ କେବିକେ ଅଞ୍ଚଳର ବୋଲି ଉଲେଖ ରହିଛି ।

ଆଉ ୪ ମାସ ମାଗଣା ଚାଉଳ ମିଳିବ

ଭୁବନେଶ୍ୱର, ୧୧/୧୨(ଏସଏସନିୟୁଜ) କୋଭିଡ୍ ସ୍ଥିତିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଖାଦ୍ୟ ନିରାପତ୍ତା ଯୋଜନାରେ ଆଉ ୪ ମାସ ଅତିରିକ୍ତ ଚାଉଳ ମୁଣ୍ଡପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଦିଆଯିବ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ଅତିରିକ୍ତ ଚାଉଳ ମିଳିବାସହ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି ।  

ହସ୍ପିଟାଲରେ ବିଧାୟକ ବଦ୍ରି ନାରାୟଣ ପାତ୍ର

ଭୁବନେଶ୍ୱର, ୧୧/୧୨(ଏସଏସନିୟୁଜ) ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା ।ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର ୨୦୦୯ ମସିହାରୁ ଘଷିପୁରା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।  

୫ ହରିଣ ଚମଡ଼ା ଜବତ, ୨ ଗିରଫ

ପିପିଲି ,୧୧/୧୨(ଏସଏସନିୟୁଜ) ଗତକାଲି ରାତିରେ ପିପିଲି ଛକରେ ଏକ ବଡ଼ଧରଣର ଡିଲ୍ ହେବା ଖବର ପାଇ ଏସ୍‌ଟିଏଫ୍ ଟିମ୍ ସାଦାପୋଷାକରେ ଜଗି ରହିଥିଲେ । ଗୋପ ଥାନା ନିତିଗଡ଼ ଗ୍ରାମର ସୁନୀଲ କୁମାର ପଲେଇ(୨୭) ଓ ବଳଙ୍ଗା ଥାନା କେତକୀପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ(୨୫) ଏକ ବାଇକ୍‌ରେ ୫ଟି ହରିଣ ଚମଡ଼ା ଧରି ପିପିଲି ଓଭରବ୍ରିଜ୍ ତଳକୁ ଆସିଥିବାବେଳେ ଏସ୍‌ଟିଏଫ୍ ଟିମ୍ ତାଙ୍କୁଧରିଥିଲେ । ଜବତ ଚମଡ଼ାଗୁଡ଼ିକର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ […]

ଓମିକ୍ରନର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ,ହେଲେ

ନୂଆଦିଲ୍ଲୀ, ୧୧/୧୨(ଏସଏସନିୟୁଜ) ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟାଧିରେଧିରେ ବଢିବାରେ ଲାଗିଛି । ଜିମ୍ବାୱେରୁ ଦିଲ୍ଲୀକୁ ଫେରିଥିବା ବ୍ୟକ୍ତି କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଯାହକି ଏହା ଦିଲ୍ଲୀରେ ଦ୍ୱିତୀୟ ମାମଲା ଅଟେ ।ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୩୩ରେ ପହଞ୍ଚିଛି ।ଏହାସହ ମହାରାଷ୍ଟ୍ରରେ ୧୭, ରାଜସ୍ଥାନରେ ୯, ଗୁଜରାଟରେ ୩ ଚିହ୍ନଟ ହେଲେଣି ।ଏହାସହ ମୁମ୍ବାଇରେ ଦୁଇଦିନ ପାଇଁ ୧୪୪ ଧାରା ଲାଗୁ ମଧ୍ୟ କରାଯାଇଛି ।

ପ୍ରକାଶ ପାଇଲା ୱାର୍ଡ ଚିଠା ସଂରକ୍ଷଣ ତାଲିକା

ଭୁବନେଶ୍ୱର, ୧୧/୧୨(ଏସଏସନିୟୁଜ) ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଅଭିଯୋଗ ପାଇଁ ବିଭାଗ ପକ୍ଷରୁ ୧୦ ଦିନ ସମୟ ଧାର‌୍ୟ୍ୟ କରାଯାଇଛି । ଏହାପର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧୧/୧୨(ଏସ ଏସ ନିଉଜ)କୁନୁର ହେଲିକପ୍ଟର ଦୁର୍ଘଟଣା ରେ ଶହୀଦ ହୋଇଥିବା ଓଡ଼ିଆ ଯୁବକ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱର ରେ ପହଞ୍ଚିଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦର କୁ ଯାଇ ଶହୀଦ ରାଣାପ୍ରତାପ ଦାସଙ୍କ ମରଶରୀର ରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶହୀଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତି ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର […]