Browsing category

ମହାନଗର

ମଂଚେଶ୍ୱରରେ ସଶସ୍ତ୍ର ଡକାୟତି

ଭୁବନେଶ୍ୱର, ୩୦/୧୨(ଏସଏସନିୟୁଜ) ମଚେଂଶ୍ୱର ଥାନା ଭୋଟପଡାଠାରେ ରହୁଥିବା ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରୁ ଡକାୟତି ହୋଇଛି । ଘର ବାହାରେ କିଛି ଶବ୍ଦ ଶୁଭିବାରୁ ଦୀନବନ୍ଧୁ ଓ ତାଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ସାଡେ ଗୋଟାଏ ବେଳେ ବାହାରକୁ ଆସିଥିଲେ । ଏହି ସମୟରେ ୫ଜଣ ଦୁର୍ବୃତ ହଠାତ ଘର ଭିତରକୁ ଧସେଇ ପଶି ପ୍ରଥମେ ଏକ ଲୁହା ରଡରେ ଦୀନବନ୍ଧୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେବାସହ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ […]

୧୯ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ବର,୩୦/୧୨(ଏସଏସନିୟୁଜ) ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିନୋଟି ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ନିଶା ଔଷଧ ଜବତ କରାଯିବାସହ କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି।ଚଢ଼ଉ ବେଳେ ୧୯କୁଇଣ୍ଟାଇ ୭୨ କିଲୋଗ୍ରାମ ଗଞ୍ଜେଇ, ୯୬ ବୋତଲ କଫସିରପ, ୨୦୦ଟି ଇଞ୍ଜେକ୍ସନ, ୧୮୫୦ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ ଜବତ କରାଯାଇଛି।ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ସମୟରେ ଗଜପତି ଜିଲା ଅବକାରୀ ଅଧିକାରୀମାନେ ଏକ […]

ସାଧୁ କାଳୀଚରଣଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ, ୩୦/୧୨(ଏସଏସନିୟୁଜ) ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ସହ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିବା ଅଭିଯୋଗରେ ସାଧୁ କାଳୀଚରଣ ମହାରାଜଙ୍କୁ ପୁଲିସ ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ କରିଛି।ଏସର୍ମ୍ପକରେ ରାୟପୁର ଅନ୍ତର୍ଗତ ଟିକ୍ରାପଡ଼ା ଥାନାରେ ପୂର୍ବତନ ମେୟର ପ୍ରମୋଦ ଦୁବେ ଅଭିଯୋଗ କରିଥିଲେ । ରାୟପୁର ପୋଲିସ୍ ଖଜୁରାହୋର ଏକ ହୋଟେଲରୁ ସକା ୪ଟା ୩୦ ମିନିଟ୍ ରେ ଗିରଫ କରିଛି ।

ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ବନ୍ଦ

ଭଦ୍ରକ, ୩୦/୧୨(ଏସଏସନିୟୁଜ) ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ମନ୍ଦିର ଓ ପୀଠ ପରିସରରେ ଏହି ୩ ଦିନ ପାଇଁ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ୩୧ ତାରିଖ ସକାଳ ୬ଟାରୁ ଜାନୁଆରୀ ୨ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ […]

ସୁନା ଖଣି ନେଲା ୩୮ ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ସୁଦାନର ପଶ୍ଚିମ କୋର୍ଡୋଫାନ୍ ଅଞ୍ଚଳରେ ଫୁଜ୍ ନାମକ ଗାଁରେ ଥିବା ସୁନା ଖଣିରେ କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ୩୮ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏକ ସରକାରୀ କମ୍ପାନୀ ଦ୍ୱାରା ପରିଚାଳିତ ସୁନା ଖଣିଟି ବନ୍ଦ ପଡ଼ିଥିଲା ।ଏହାସତ୍ୱେ ଏହା ଭିତରେ କାର୍ଯ୍ୟ ହେଉଥିବାବେଳେ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ମାଟି ତଳେ ଚାପି ହୋଇ ୩୮ଜଣ ଶ୍ରମିକଙ୍କ […]

ନୁଆବର୍ଷରେ ନନ୍ଦନକାନନ ବନ୍ଦ

ବାରଙ୍ଗ,୨୦/୧୨(ଏସଏସନିୟୁଜ) ନୁଆବର୍ଷରେ ନନ୍ଦନକାନନ ବନ୍ଦ ରହିବ ।ଆଉ ନୁଆବର୍ଷର ମଜ୍ଜା ଉଠାଇପାରିବେନାହିଁ ପର୍ଯ୍ୟଟକ । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ପାଇଁ ସବୁକିଛି ଫିକା ପଡିଯାଇଛି । ନୂଆ ବର୍ଷ ଉପଲକ୍ଷେ ଭିଡ ନିୟନ୍ତ୍ରଣ କରିବା ପାଇଁ ଏହି ଭଳି ପଦକ୍ଷପ ନେଇଛି ନନ୍ଦନକାନନ ।କେବଳ ନୁଆବର୍ଷ ନୁହେଁ ତାହା ପୁର୍ବରୁ ଓ ପରେ ଦୁଇଦିନ ପ୍ରବଳ ଭୀଡ ନନ୍ଦନକାନନରେ ହୋଇଥାଏ ।ତେଣୁ ୩୦ ଡିସେମ୍ବରରୁ ଜାନୁୟାରୀ ୩ ତାରିଖ ଯାଏଁ ୫ ଦିନ ପାଇଁ ନନ୍ଦନକାନନ […]

ଚାଲିଗଲେ ସ୍ମୃତି…

ବାରଙ୍ଗ ,୨୮/୧୨(ଏସଏସନିୟୁଜ) ନା ଥିଲା ସ୍ମୃତିରଞନ ।ଡାକନାମ ଆଶୁତୋଷ ସହ ଭିକି ।ସମସ୍ତଙ୍କ ସହ ମିଶିଯାଉଥିଲା ।ଅଳ୍ପ କଥା ହେବା ସହ କାହା କଥାକୁ ଧରୁନଥିଲା ।ସମସ୍ତଙ୍କ ସହତାର ଭଲ ସର୍ମ୍ପକ ରହିଥିଲା ।ଶାରରିକ ଅସୁସ୍ଥତା ଯୋଗୁ ଚିକିସ୍‌।ଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିଲା ।ଯାହା ସମସ୍ତଙ୍କୁମର୍ମାହତ କରିଥିଲା ।କମ ବୟସରେ ଯୁବ ବସ ମାଲିକ ଚାଲିଯାଇଥିବାରୁ ସମସ୍ତଙ୍କ ମନରେ ଦୁଃଖ ରହିଥିଲା । ଯୁବ ବସମାଲିକଙ୍କ ଦେହାନ୍ତର ଖବରପାଇ ମଙ୍ଗଳବାରଦିନ ତାଙ୍କର  ସ୍ମୃତିଚାରଣ ପାଇଁ […]

ଜାନୁଆରୀ ୩ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୨୮/୧୨(ଏସ ଏସ ନିଉଜ)ସାରା ରାଜ୍ୟରେ ଥିବା ପ୍ରାୟ ୨୭,୦୦୦ ପ୍ରାଥମିକ ବିଦ୍ୟାଳୟକୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।ଏଥିପାଇଁ ନିର୍ଦ୍ଧାରିତ ଏସ୍‌ଓପି ବିଭାଗ ଦାରା ଜାରି କରାଯିବ ବୋଲି ସ୍କୁଲ ଓ ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।  

ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ,୨୮/୧୨(ଏସ ଏସ ନିଉଜ)ଟିକେଟ୍ କାଉଣ୍ଟର ଅଚଳ ଯୋଗୁଁ ସୂର୍ଯ୍ୟ ମନ୍ଦିର ଭିତରକୁ ଧସେଇ ପଶିଲେ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ।ସେଠାରେ ଉପସ୍ଥିତ ଥିବା ସିକୁରୀଟି ଟିକେଟ୍ ନହେବାରୁ ସିକୁରୀଟିକୁ ଠେଲି ଶତାଧିକ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।ଯାହାଫଳରେ ଏକ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଜଣାପଡିଛି ।କରୋନା କଟକଣା ମଧ୍ୟରେ କୋଣାର୍କ ମନ୍ଦିର ଖୋଲିଥିବାବେଳେ ପ୍ରଶାସନର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚି […]

ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଈୁବନେଶ୍ୱର,୨୮/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ , କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]