Browsing category

ମହାନଗର

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆକୁ ଓମିକ୍ରନ୍‌

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା । ୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ । ୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି । ୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର । ୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – […]

ଦୁଇଦିନ ବ୍ୟାଙ୍କରେ ଝୁଲିବ ତାଲା

ଭୁବନେଶ୍ୱର,୧୫/୧୨(ଏସଏସନିୟୁଜ) ଡିସେମ୍ବର୧୬ ଓ ୧୭ରେ ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି ।ଦୁଇଦିନ ବ୍ୟାଙ୍କରେ ତାଲା ଝୁଲିବା ଯୋଗୁ ବ୍ୟାଙ୍କସେବା ସେବା ବାଧାପ୍ରାପ୍ତ ହେବ । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।  

ଉଦ୍‌ଘାଟନ ହେଲା ଇକୋ ରିଟ୍ରିଟ୍

କୋଣାର୍କ, ୧୫/୧୨(ଏସଏସନିୟୁଜ) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍‌କୁ ଉଦ୍‌ଘାଟନ କରିଛନ୍ତି । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟରେ ତିନି ମାସ ପର‌୍ୟ୍ୟନ୍ତ ଚାଲିବ । ସେହିପରି ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ଆଜିଠୁ ମଧ୍ୟ ଇକୋ ରିଟ୍ରିଟ୍ ଆୟୋଜିତ ହେବ ।

କେନ୍ଦ୍ରାପଡ଼ାକୁ ୧୫୨୬ କୋଟି

କେନ୍ଦ୍ରାପଡ଼ା,୧୫/୧୨(ଏସ ଏସ ନିଉଜ) କେନ୍ଦ୍ରାପଡ଼ାକୁ ୧୫୨୬ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ ପଟ୍ଟନାୟକ । ୪୮ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧୦୪ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉଦ୍‌ବୋଧନ ଦେଇ ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ କମ୍ପାନି ସହ କଥା ହୋଇଛୁ, ଏହି ପ୍ରକଳ୍ପ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆଣିବ ବୋଲି ନବୀନ କହିଥିଲେ।

୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର,୧୫/୧୨(ଏସ ଏସ ନିଉଜ)ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ […]

ପୁଣି ଲାଗିଲା କଟକଣା

➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ […]

ବିଳମ୍ବରେ ଆସୁଛନ୍ତି ଡାକ୍ତର

ବାରଙ୍ଗ,,୧୨/୧୨(ଏସ ଏସ ନିଉଜ)ବାରଙ୍ଗ ବ୍ଲକ ଅନ୍ତର୍ଗତ ବଙ୍ଗାଳୀସାହି ନିକଟରେ ସୋମବାର ପୂର୍ବାହ୍ନରେ ଏକ କାରକୁ ପଛରୁ ଧକ୍କା ଦେଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛି। ସୂଚନା ମୁତାବକ ସୋମବାର ପୂର୍ବାହ୍ନ ୮.୨୦ ସମୟରେ କଟକ ବଡ ଡାକ୍ତରଖାନାରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ଏକ ସ୍କୁଟି ଯୋଗେ ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ବାରଙ୍ଗ ମୂଖ୍ୟ ରାସ୍ତାର ବଙ୍ଗାଳୀସାହି ନିକଟରେ ଏକ କାରକୁ ପଛରୁ ଧକ୍କା ଦେଇଥିଲେ।ଫଳରେ ତାଙ୍କର ଗୋଡ଼,ମୁହଁ […]

କଥା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧୨/୧୨(ଏସଏସନିୟୁଜ)ଆଜି ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ ।ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ଥିଲେ । ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲା ପାଳ କ୍ଷମତା ଦେଇ […]

ପ୍ରଭାତ ବାଣ୍ଟିଲେ କମ୍ବଳ

ମେଣ୍ଢାଶାଳ,୧୨/୧୨(ଏସଏସନିୟୁଜ)ଚାକିରି ଜୀବନ ପରେ ଆରମ୍ଭ କଲେ ଜନସେବା ।କିଛି ପିଲାଙ୍କୁ ସାଙ୍ଗରେ ଧରି କେତେବେଳେ ଚାରା ବାଂଟିବା ତ କେତେବେଳେ ଫଳପ୍ରଦାନକାରୀ ଗଛ ରାସ୍ତାପାଶ୍ୱର୍ରେ ଲଗାଇ ବେଶ ଚର୍ଚ୍ଚାକୁ ଆସିଛନ୍ତି ମେଣ୍ଢାଶାଳ ଗ୍ରାମର ଅବସରପ୍ରାପ୍ତ ପୁର୍ବତନବାୟୁସେନାଅଧିକାରୀ ପ୍ରଭାତକୁମାରରାଉତରାୟ ।ଏହାସହ ଅସୁବିଧାରେ ପଡିଥିବା ଲୋକଙ୍କ ପାଖରେ ପହଁଚି ଯଥାସମ୍ଭବ ସାହାର୍ଯ୍ୟ ଓ ସହ ଯୋଗ କରୁଥିବାର ଦେଖିବାକୁ ମିଳିଛି ।ଏବେକିନ୍ତୁ ନିଆରା କାର୍ଯ୍ୟକ୍ରମକୁ ହାତକୁ ନେଇ ଚର୍ଚ୍ଚାରେ ପୁଣି ରହିଛନ୍ତି ।ପ୍ରଥମସୋଲାର ଗ୍ରାମଭାବେ ପରିଚିତ ମେଣ୍ଢାଶାଳର ବାରାପିଟା ଆଦିବାସୀସାହି […]

ପୁରୀ ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍‌

ପୁରୀ,୧୨/୧୧(ଏସ ଏସ ନିଉଜ) ପୁରୀ ଓ କେନ୍ଦ୍ରାପଡ଼ାରେ ଜୱାଦ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସି ପହଁଚିଛି। କେନ୍ଦ୍ରୀୟ ଟିମ୍‌ ସହ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ନିମାପଡ଼ାରୁ କ୍ଷୟ କ୍ଷତି ଆକଳନ ଆରମ୍ଭ କରି ୧୧ଟି ବ୍ଲକ୍‌ର କ୍ଷୟକ୍ଷତି ସମୀକ୍ଷା କରିବ ଟିମ୍‌।୧ ଲକ୍ଷ ହେକ୍ଟର ଚାଷ ଜମିରେ ଏବେ ବି ରହିଛି ଆଣ୍ଠୁଏ ଉଚ୍ଚର ପାଣି ରହିଥିବାର ଦେଖିବାକୁ ମିଳିଛି।