Browsing category

ମହାନଗର

ବାଣ ଭିଡୁଥିବା ବେଳେ ବିସ୍ଫୋରଣ

  ତିଗିରିଆ,୩/୧୧(ଏସ ଏସ ନିୟୁଜ)ଦୀପାବଳି ପାଇଁ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିଜଣେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସେମାନେ ହେଲେ ବୀର ସ୍ବାଇଁ, ତାଙ୍କର ବୋହୂ ଓ ଦେଢ ବର୍ଷରନାତି। ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱର ପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଲେଖ ସ୍ବାଇଁଙ୍କ ପୁଅ ବୀର ସ୍ୱାଇଁ ତାଙ୍କ ଘରେ ବାଣ ଭିଡୁଥିବାବେଳେ ବାଣ ହଠାତ ବିସ୍ଫୋରଣ ହୋଇଥିଲା ।

ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ,୩/୧(ଏସ ଏସ ନିଉଜ)୮ ଜଣ ଆଇନଜୀବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିଫ୍ଟରେ ଫସିଥିଲେ।୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡିଛି ।ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିଲା । ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲିପ୍ଟରୁ ଆଇନଜୀବୀଙ୍କୁ ଉଦ୍ଧାର କରିଥିଲେ ।ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଖୋଲିବା ଦାବି ଆଇନଜୀବୀମାନେ ଜିଲ୍ଲାପାଳଙ୍କ ସ୍ମାରକପତ୍ର ଦେଇ ଫେରିବା ସମୟରେ ଅଘଟଣ ଘଟିଥିଲା।

କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ

କଟକ,୩/୧୧(ଏସ ଏସ ନିୟୁଜ)କଟକଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ  ବେଆଇନ ବାଣ ଜବତ କରିଛି ।ଜବତ ବାଣର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।ଏହି ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଛି।

ପୁରୀଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ଭୁବନେଶ୍ୱର,୩/୧୧(ଏସ ଏସ ନିୟୁଜ)୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର […]

୫ଘଣ୍ଟା ପରେ ମୁକୁଳିଲେ ମନ୍ତ୍ରୀ

ଭୁବନେଶ୍ୱର,୩/୧୧(ଏସ ଏସ ନିୟୁଜ)୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଗତକାଲି ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିବା ପ୍ରତିବାଦରେ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ କରିଛନ୍ତି ବିଜେପି ଓ କଂଗ୍ରେସ ।ଏହିଅଵସରରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଥିବା ବେଳେ ଏହି ଦୁଇଟି […]

ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଖୋଲିବ

ଭୁବନେଶ୍ବର,୩/୧୧(ଏସ ଏସ ନିୟୁଜ)ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ହେଲେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ବୁଧବାରରୁ ଶନିବାର ସିଂହସଫାରୀ ବନ୍ଦ

ବାରଙ୍ଗ,୨/୧୧(ଏସଏସନିୟୁଜ)ନନ୍ଦନକାନନର ସିଂହସଫାରୀ ୩ତାରିଖବୁଧବାର ଠାରୁ ୬ତାରିଖ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସିଂହସଫାରୀରର ରାସ୍ତା ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଛି ।ଯାହାଫଳରେ ପର୍ଯ୍ୟଟକମାନେ ସିଂହସଫାରୀ ପରିବର୍ତେ ଅନ୍ୟ ୩ଟି ତୃଣଭୋଜି,ଭାଲୁ ଓ ବାଘ ସଫାରୀ ଦେଖି ମଜ୍ଜା ଉଠାଇପାରିବେ ।ସେହିଭଳିଭାବେ ଉଦ୍‌ଘାଟନ ହେବାଠାରୁ ଏକପ୍ରକାର ଯାନ୍ତ୍ରିକ ତୃଟି ଦେଖାଦେଇଥିବା ଶିଶୁରେଳଗାଡିର ମରାମତି କାମ ଏକପ୍ରକାର ସରିଛି ।ଏହାକୁ ଅନୁଧ୍ୟାନ କରିବାପାଇଁ ଆଉ ୪ଦିନ ସମୟ ଶିଶୁରେଳଗାଡି ଯୋଗାଇଥିବା ସଂସ୍ଥା ନେଇଛି ବୋଲି […]

ବାଣ ଗୋଦାମକୁ ସିଲ କଲା ପୋଲିସ

ଜଟଣୀ, ୨/୧୧(ଏସ୍‌ଏସ୍‌ନିୟୁଜ) ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରି ବାଣ ବିକୁଥିବା ଅଭିଯୋଗରେ ପାତ୍ରପଡା ଜଗନ୍ନାଥ ପୁର ଅଞ୍ଚଳର ତିନୋଟି ବାଣ ଗୋଦାମକୁ ସିଲ କରିଛି ଜଟଣୀ ପୋଲିସ । ଚଳିତବର୍ଷ ଦୀପାବଳିରେ ସବୁଜ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଥିବାବେଳେ ରାସାୟନିକ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି ।ତେବେ ବ୍ୟବସାୟୀମାନେ ସବୁଜ ବାଣ ବିକ୍ରି ନାଁରେ ଅନେକ ରାସାୟନିକ ବାଣ ବିକ୍ରି କରିଥିବାର ଅଭିଯୋଗ ଜଟଣୀଥାନାରେ ପହଁଚିଥିଲା । ପୋଲିସ ସଦଳବଳେ ଚଢଉ […]

ବୋମାମାଡ ଘଟଣାରେ ୩ ଗିରଫ

ଭଞ୍ଜନଗର,୨/୧୧(ଏସଏସନିୟୁଜ)ଗାଙ୍ଗପୁର ଥାନା ପୋଲିସ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଳଣ କରିଛି । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ଜବତ କରିଛି । ଗାଁ ମଝିରେ ଟୁକୁନା ସ୍ବାଇଁ ନାମକ ଯୁବକଙ୍କୁ ମନରେଗା କାର୍ଯ୍ୟ ରେ ଟଙ୍କା ପଇସା କୁ କେନ୍ଦ୍ରକରି ଏହି ଯୁବକମାନେ ବୋମା ମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା ।

ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ

୧-ଭୁବନେଶ୍ୱର: ବେଆଇନ ବାଣ ବିକ୍ରି ଜଗିବାକୁ ନିର୍ଦ୍ଦେଶ,ପେସୋର ଯାଞ୍ଚ ପରେ ସବୁଜ ବାଣ ବିକ୍ରି ଲାଇସେନ୍ସ ମିଳିବ। ୨-ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-2020 ପରୀକ୍ଷା ଫଳ।୬୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦୦୦ ଜଣ ହୋଇଛନ୍ତି କୃତକାର୍ଯ୍ୟ। ୩-ଓଡ଼ିଶାରେ ଜନଜାତିଙ୍କ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ କିସ୍‌ ଓ ୟୁଏନଡିପି,ବୁଝାମଣା ପତ୍ର ହେଲା ସ୍ବାକ୍ଷରିତ। ୪-କୁଚିଣ୍ଡା:ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ: BSKY ସ୍ମାର୍ଟକାର୍ଡ ବଣ୍ଟନ ବେଳେ […]