Browsing category

ମହାନଗର

ପାର୍ବଣପାଇଁ ନୁଆ ଏସଓପି ଜାରି କଲେ କେନ୍ଦ୍ର ସରକାର

ଈୁବନେଶ୍ୱର, ୨୪/୧୦(ଏସଏସନିୟୁଜ) ପାର୍ବଣ ଆଡଭାଇଜରି ଜାରି କଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର କରୋନା ପ୍ରତି ସଜାଗ ରହିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଇଥିବା ଚିଠିରେ କହିଛନ୍ତିଯେ, କେନ୍ଦ୍ର ସରକାର ଯେଉଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି, ତାକୁ ସମସ୍ତେ ପାଳନ କରନ୍ତୁ । ପଜିଟିଭିଟି ୫% ପ୍ରତିଶତରୁ ଅଧିକ ଥିବା ଅଞ୍ଚଳ ଓ କଣ୍ଟେନମେଣ୍ଟ୍ ଜୋନ୍‌ରେ ଗହଳି ନ କରିବାକୁ […]

ବାହାଘର ପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ

ବଲାଙ୍ଗିର, ୨୪/୧୦(ଏସଏସନିୟୁଜ)ପ୍ରଥମେ ସୋସିଆଲ ମିଡିଆରେ ଆରମ୍ଭ ହେଲା ପ୍ରେମ ।ତାପରେ ବାହାଘର ,ଆଉ ବାହାଘରର ୩ମାସପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ ।ଏହିଭଳି ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲାରେ ଘଟିଛି ।ପରିବାରର ଲୋକଙ୍କ ଅଭିଯୋଗପରେ ପୋଲିସ ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ସ୍ୱାମୀ ରାଜେଶ ରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେସ୍‌ବୁକରେ ରାଜେଶ ରଣା ଜଣେ ଯୁବତୀଙ୍କୁ ପ୍ରେମ କରିବା ସହ ଉଭୟଙ୍କ ସହମତିରେ ପରବର୍ତିସମୟରେ ବିବାହ ହୋଇଥିଲା […]

ଆଜି ଶକ୍ତି ପ୍ରଦର୍ଶନ କରିବେ ପ୍ରଦୀପ ମାଝୀ

ଭୁବନେଶ୍ୱର, ୨୪/୧୦(ଏସଏସନିୟୁଜ)କଂଗ୍ରେସ ଛାଡ଼ିବା ପରେ ଆଜି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଦୀପ କେଉଁ ଦଳରେ ମିଶିବେ ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିବେ ପ୍ରଦୀପ ମାଝୀ ।

ସିପିଆଇ ପକ୍ଷରୁ ହତ୍ୟା ଘଟଣାର ପ୍ରତିବାଦ

ମାଲକାନଗିରି, ୨୪/୧୦(ଏସଏସନିୟୁଜ) ସିପିଆଇ ପକ୍ଷରୁ ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ପ୍ରତିବାଦ କରାଯାଇଛି । ସିପିଆଇ(ଏମ) ପକ୍ଷରୁ ଶତାଧିକ କର୍ମୀ କୋରକୋଣ୍ଡା ଠାରେ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ମହାଲିଙ୍ଗର ଲୋମହର୍ଷଣକାରୀ ସୁପରିକଳ୍ପିତ ହତ୍ୟାକାଣ୍ଡ,ମମିତାଙ୍କ ପରିବାରକୁ ତୁରନ୍ତ ଏକ କୋଟି ଟଂକାର ସହାୟତା ରାଶି ପ୍ରଦାନ ଓ ରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶଂକର ମିଶ୍ରଙ୍କର ସଂଦେହ […]

ଜାଲରେ ପଡ଼ିଲା ଇଲା ମାଛ

ଭଦ୍ରକ, ୨୪/୧୦(ଏସଏସନିୟୁଜ) ଜାଲରେ ପଡ଼ିଲା ଇଲା ମାଛ ।ଗୋଟିଏ କି ଦୁଇଟି ନୁହେଁ,ଏକକାଳିନ ୬ ଟନ୍‌ରୁ ଅଧିକ ମାଛ ।ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।ଏହିଭଳିଘଟଣା ଶନିବାର ସକାଳେ ଧାମରାରେ ଦେଖିବାକୁ ମିଳିଛି । ଧାମରା କରଣପଲ୍ଲୀରେ ରହୁଥିବା ବିକି ମଣ୍ଡଳ ତାଙ୍କ ଯନ୍ତ୍ରଚାଳିତ ମାଛଧରା ବୋଟ୍ ନେଇ ସହଯୋଗୀଙ୍କୁ ସାଙ୍ଗରେ ନେଇ ଗତକାଲି ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ଗଭୀର ସମୁଦ୍ର ଭିତରେ ବୋଟ୍‌ଟି ଥିବା ସମୟରେ ହଠାତ ଶହଶହ ମାଛ ଜାଲରେ ଲାଗିଥିଲେ। […]

ଶଙ୍ଖ ଧରିବେକି ସିଦୁ!

କେନ୍ଦୁଝର,୨୪/୧୦(ଏସଏସନିୟୁଜ) ଶଙ୍ଖ ଧରିବେକି ଚମ୍ପୁଆର ପୂର୍ବତନ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ବରିଷ୍ଠ ବିଜେପି ନେତା ଧନୁର୍ଜୟ ସିଦୁ ।ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ୧୯୯୭ମସିହାରେ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିବା ସିଦୁପୁଣି ଥରେ ଘରବାହୁଡା କରିବେ ବୋଲି ଆଲୋଚନା ଚାଲିଛି ।ଏହାପରେ ଦଳ ଛାଡି କଂଗ୍ରସରେ ଯୋଗଦାନ କରି କଂଗ୍ରେସ ପ୍ରାର୍ଥୀ ହୋଇ ୨୦୦୪ରେ ଚମ୍ପୁଆରୁ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ସିଦୁ ବିଜେପିରେ ମିଶିବା ସହ […]

ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି

୧. କରୋନା ପାଇଁ ୨ବର୍ଷ ତଳକୁ ଖସିଆସିଛି ପ୍ରତ୍ୟାଶିତ ଜୀବନକାଳ: ଅଧ୍ୟୟନ । ୨. ଫୈଜାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ୍ କଲେ ଯୋଗୀ ସରକାର । ୩. ଏଣିକି ଟିଭିରେ ଦେଖିବାକୁ ମିଳିବନି ଆଲିଙ୍ଗନ ଦୃଶ୍ୟ! ବ୍ୟାନ ଲଗାଇଲେ ପାକିସ୍ତାନ ସରକାର । ୪. ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ ମାଗଣା ଭୋଜନ ଏବଂ ଅନ୍ୟାନ୍ୟ ଯୋଜନାକୁ ପାଣ୍ଠି ଯୋଗାଉଛି: ହରଦୀପ ସିଂହ ପୁରୀ । ୫. ଟେରର ଫଣ୍ଡିଂ ମାମଲା: […]

ଚାଲିଗଲା ହିମାଳୟ କଳାଭାଲୁ ମୋତିର ଜୀବନ

ବାରଙ୍ଗ,୨୩/୧୦(ଏସ ଏସ ନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ଶନିବାର ଥିଲା ଦୁଃଖର ଦିନ।ପ୍ରାଣୀ ଉଦ୍ୟାନର ୧୬ ନମ୍ୱର ଖୁଆଡରେ ରହୁଥିବାଅଣ୍ଡିରା ହିମାଳୟ କଲା ଭାଲୁ ‘ମୋତି’ ର ଆଜି ସକାଳେ ମୃତ୍ୟୁ ଘଟିଛିମୃତ୍ୟୁ ବେଳକୁ ତାକୁ ୨୦ ବର୍ଷ ହୋଇଥିଲା।ଦୀର୍ଘଦିନରୁ ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲା। ଚଲାବୁଲା କରିନପାରି ଗୋଟିଏ ସ୍ଥାନରେ ପଡ଼ି ରହୁଥିଲା।ଖାଦ୍ୟପେୟ ମଧ୍ୟ ଗ୍ରହଣ କରୁତ୍ନଥିଲା।ତେବେ ଆଜି ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ […]

ଜନ୍ତାରେ ପଡିଲା ମଣିଷ ଖିଆ କଲରାପତରିଆ ବାଘ

ନବରଙ୍ଗପୁର,୨୨/୧୦(ଏସଏସନିୟୁଜ) ଛେଳିକୁ ଖାଇବାକୁ ଆସି ଫସି ଯାଇଛି ମଣିଷ ଖିଆ କଲରାପତରିଆ ବାଘ ।୩ ଜଣ ଶିଶୁଙ୍କୁ ଶିକାର କରିବା ସହ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ବେଳେ ୬ ବର୍ଷର ବାଳକ ଅମିତ ମର୍କାମଙ୍କୁ ଝାମ୍ପି ନେଇଥିବାଭଳି ଘଟଣା ଗତ୧୧ତାରିଖରେ ଘଟିଥିଲା ।ଫଳରେ ବାଳକଟିର ମୃତ୍ୟୁ ଘଟିଥିଲ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ବାଘଟିକୁ ଧରିବାପାଇଁ ବନ ବିଭାଗ ୪ଟି ଟିମ୍ ଗଠନ କରିବା ସହ ଯନ୍ତା ବସାଇଥିଲା […]

ମୟୁରଭଞ୍ଜ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୧୦(ଏସ ଏସ ନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୨୦୨୧ ଓଡିଶାର ସ୍ବାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଛି। ସେପ୍ଟେମ୍ବର ପହିଲାରୁ ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ […]