Browsing category

ମହାନଗର

ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର, ୨୮/୧୦(ଏସଏସନିୟୁଜ) ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।ଏକକାଳିନ ୫ଟି ଘରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି ।କଳ୍ପନା ଛକ ବାସଭବନ ଓ ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ଗୋଦାମ, ଲିଙ୍ଗିପୁର ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ୍ ଓ ପାତ୍ରପଡ଼ା ସାଉଥସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲାର ନୂହାପଡ଼ା ଗାଁରେ ଥିବା ୨ ମହଲା ଘରେ ରେଡ୍ ଚାଲିଛି ।

୪ ଲୁଟେରା, ସୁନା ଦୋକାନୀକୁ ଗିରଫ କଲା କମିସନରେଟ ପୁଲିସ

ଭୁବନେଶ୍ବର,୨୮/୧୦(ଏସଏସନିୟୁଜ)ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟପାଟ୍ କରୁଥିବା ୪ ଜଣିଆ ଗ୍ୟାଙ୍ଗ ଓ ଏମାନଙ୍କଠାରୁ ଲୁଟ୍ ସୁନା କିଣୁଥିବା ଜଣେ ସୁନା ଦୋକାନୀକୁ ଗିରଫ କରିଛି କମିସନରେଟ ପୁଲିସ ।ସେମାନେ ହେଲେ ଖୋର୍ଦ୍ଧାର ଲକ୍ଷ୍ମଣ ସାହୁ ଓରଫ୍ ନିଖିଲ(୨୩), ସୁଶୀଲ କୁମାର ରଣା ଓରଫ୍ ସିଲୁ(୧୯), ଶାସ୍ତ୍ରୀନଗର ଅଞ୍ଚଳର ପ୍ରଦୀପ ସାହୁ(୧୯) ଓ ନୂଆପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ(୨୫)। ଗିରଫ ସୁନା ଦୋକାନୀ ହେଲା ପୁରୀ ସତ୍ୟବାଦୀ ଅଞ୍ଚଳର ଗୋପୀନାଥ ଦାସ ଓରଫ୍ ବାପି। ସେମାନଙ୍କ ଠାରୁ […]

ପନିଅର ଖାଇବାକୁ ଦେବାବେଳେ କାମୁଡିଲା ଭାଲୁ

ବାରଙ୍ଗ,୨୭/୧୦(ଏସଏସନିୟୁଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଲୁ ସଫାରୀ ଭିତରେ ଟୁରିଷ୍ଟ ଗାଇଡ୍‌ଙ୍କୁ ଆକ୍ରମଣକରିଛି ଅଣ୍ଡିରା ଭାଲୁ।  ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଥିବା ବେଳେ ଗାଇଡ୍‌ଙ୍କୁ ଭାଲୁ ଆକ୍ରମଣ କରିଥିଲା। ବସ୍ ଝରକାରେ ବାହାର କରି ଭାଲୁକୁ ଖଇବାକୁ ଦେବାକାଳ ସାଜିଲା । ଗାଇଡ୍‌ଙ୍କ ହାତକୁ ଝୁଣି ପକାଇଥିଲା ଭାଲୁ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।ଆଜି ଅପରାହ୍ନ ପ୍ରାୟ ସାଢେ୪ଟା ସୁଦ୍ଦା ୩୪ ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍ ଭାଲୁ ସଫାରୀ ଭିତରେ ପ୍ରବେଶ […]

ଧବଳେଶ୍ୱର ପୀଠରେ ୧୪୪

କଟକ,୨୫/୧୦(ଏସ ଏସ ନିୟୁଜ)ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ହବିଷ ଅନ୍ନ ଖାଇ ବ୍ରତ ପାଳନ କରିବେ ହବିଷ୍ୟାଳି । ଧର୍ମ ମାସରେ ନିରାମିଷ ଭକ୍ଷଣ କରି ଧର୍ମ କାମ କଲେ ହୋଇଥାଏ ପୂଣ୍ୟ ଅର୍ଜନ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।କିନ୍ତୁ କୋଭିଡ କଟକଣା ଯୋଗୁ ଚଳିତବର୍ଷ ପୁରୀ ଆସିବାକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି ।ସେହିଁଭଳିଭାବେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ବାବାଙ୍କ ଦର୍ଶନ ସହ ପୁଣ୍ୟର୍ଜନ […]

ଚନ୍ଦକାଥାନା ପୋଲିସ ହାତରେ ଧରାପଡିଲା ମୋବାଇଲ ଚୋରଗ୍ୟାଙ୍ଗ

ମେଣ୍ଢାଶାଳ,୨୪/୧୦(ଏସଏସନିୟୁଜ)ଆଳୁଖୋଳୁଖୋଳୁ ମହାଦେବ ବାହରିବାଭଳି ଚନ୍ଦକାଥାନା ପୋଲିସ ହାତରେ ଧରାପଡିଛନ୍ତି ଏକ ମୋବାଇଲଚୋରଗ୍ୟାଙ୍ଗ ।ସେମାନେ ହେଲେ ଗୋଠପାଟଣାରେ ରହୁଥିବା ପଟ୍ଟାମୁଣ୍ଡାଇ ଅଂଚଳର ମଳୟମଲ୍ଲିକ ଓ ସୁମନମଲ୍ଲିକ,କଂଟାବାଡଗ୍ରାମର ବାପି ଓରଫ ରିଂଟୁବାଘସିଂ, ଜଗା ଓରଫ ଶୁସାନ୍ତ ବାଘସିଂ ଓ ଆଲୋକବଡଜେନା ।ଏମାନଙ୍କଠାରୁ ପୋଲିସ ଏକ ସ୍କୁଟି ସହ ୧୪ଟି ଦାମିକିଆ ମୋବାଇଲ ଜବତ କରିଛି । ଚନ୍ଦକାଥାନଅଧିକାରୀ ଦେବେନ୍ଦ୍ରବିଶ୍ୱାଳ୨୫୦/୨୧ କେଶନଂ ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବାବେଳେ ଏହି ୫ଜଣ ମୋବାଇଲ ଚୋରଚନ୍ଦକା,ତମାଣ୍ଡୋ ଓ ଭରତପୁର ଅଂଚଳରୁ ଏକୁଟିଆ […]

ନନ୍ଦନକାନନ ବୁଲିଲେ ୧୫ ହଜାର ୮୩୮ ଜଣ ପର୍ଯ୍ୟଟକ

ବାରଙ୍ଗ,୨୪/୧୦(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ଦିନ ଚଳିତ ବର୍ଷର ସର୍ବାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ୧୫ ହଜାର ୮୩୮ ଜଣ ପର୍ଯ୍ୟଟକ ଭ୍ରମଣରେ ଆସିଛନ୍ତି।ସେଥି ମଧ୍ୟରୁ ୧୫ ହଜାର ୫୮୩ ଜଣ ଅଫଲାଇନ ମାଧ୍ୟମରେ ଟିକେଟ କରିଥିବା ବେଳେ ରାଜ୍ୟ ୨୫୫ ଜଣ ଅନଲାଇନ ମାଧ୍ୟମରେ ଟିକେଟ କରିଛନ୍ତି।ସେହିପରି ଉଦ୍ଭିଦ ଉଦ୍ୟାନକୁ ୫୦୮ ପର୍ଯ୍ୟଟକ ଆସିଛନ୍ତି।ପ୍ରକାଶ ଯେ,କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ମେ ମାସ ୧ ତାରିଖ […]

ନନ୍ଦନକାନନରେ ଆଉ ଏକ ମଣିପୁରୀ ହରିଣ ଶାବକ ଜନ୍ମ

ବାରଙ୍ଗ,୨୪/୧୦(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଆଉ ଏକ ଖୁସିର ଖବର। ପ୍ରାଣୀ ଉଦ୍ୟାନର ୩୬ ନମ୍ୱର (ଖ) ଖୁଆଡରେ ରହୁଥିବା ମଣିପୁରୀ ହରିଣ ରବିବାର ସକାଳେ ଏକ ଶାବକ ଜନ୍ମ ଦେଇଛି।ତେବେ ମାଁ ଓ ଶାବକ ସୁସ୍ଥ ଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀତ କୁମାର ସୂଚନା ଦେଇଛନ୍ତି।ସେହିପରି ଗତ ୧୯ ତାରିଖରେ ମଧ୍ୟ ଏକ ମଣିପୁରୀ ହରିଣ ଶାବକ ଜନ୍ମ ନେଇଥିଲା।ଏହା ପରେ ନନ୍ଦନକାନନରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି।ସେଥି […]

ପୋଖରୀରୁ ହାତବନ୍ଧା ଶବ ଉଦ୍ଧାର

କେନ୍ଦୁଝର , ୨୪/୧୦(ଏସଏସନିୟୁଜ) ପଣ୍ତାପଡ଼ା ଥାନା ବସନ୍ତପୁର ପଞ୍ଚାୟତ ବୁଢ଼ାଖମଣ ସାହିର ଏକ ପରିତ୍ୟକ୍ତ ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ରିନା ଦଣ୍ତପାଟ (୨୦) ନାମକ ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।ମା ଓ ଝିଅ ଶନିବାର ରାତିରେ ଗୋଟିଏ ଘରେ ଶୋଇôଥିବାବେଳେ ବିଳମ୍ବିତରାତିରେ ରିନା ବାହାରକୁ ଆସି ଆଉ ଘରକୁ ଫେରିନଥିଲା ।ପରିବାରଲୋକ ବହୁଖୋଜାଖୋଜି ପରେ ପତାମିଳିନଥିବାବେଳେ ପରିତ୍ୟକ୍ତ ଗାଡ଼ିଆରେ ମୃତଦେହ ଭାସୁଥିବାର ଜାଣିବାକୁ ପାଇଥିଲେ । ରିନାଙ୍କ ହାତ ଦୁଇଟି ପଛକୁ ବନ୍ଧା ଯାଇଥିବା […]

ଚାକିରିରୁ ବିଦା ହେଲେ କନଷ୍ଟେବଳ

ଭୁବନେଶ୍ୱର, ୨୪/୧୦(ଏସଏସନିୟୁଜ)ହାବିଲଦାର ଓ କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଭୁବନେଶ୍ୱର ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି। ହୋଟେଲ୍ ସାଉଥ୍‌ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡ଼ଭାଇ ନିରଂଜନ ବେହେରାଙ୍କ ନାଁରେ ଲିଜ୍‌ରେ ଆଣି ସେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ଅଭିଯୋଗ ଆସିଥିଲା। ଗତକାଲି ଭୁବନେଶ୍ୱର କମିସନରେଟ ପୁଲିସ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଥିଲା। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ପ୍ରସନ୍ନଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ […]

ପରିବାରକୁ ମିଳିଲା ମମିତାଙ୍କ ଅସ୍ଥି

ଈୁବନେଶ୍ୱର, ୨୪/୧୦(ଏସଏସନିୟୁଜ) ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅସ୍ଥିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ମମିତାକୁ ଖଣ୍ଡଖଣ୍ଡ କରି ହତ୍ୟା କରିବା ପରେ ଷ୍ଟାଡିୟମ ପରିସରରେ ପୋଡି ପୋତି ଦେଇଥିଲା ଗୋବିନ୍ଦ ପ୍ରଧାନ ।ପୋଲିସ ଷ୍ଟାଡିୟମ ପରିସରରୁ ମମିତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ମମିତାଙ୍କ ଅସ୍ତୀ ଦେବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ତାଙ୍କ ପରିବାର ।