ଭୁବନେଶ୍ୱର,୧୦/୧୧(ଏସଏସନିୟୁଜ) ମମିତା ମେହେର ହତ୍ୟା ଘଟଣାକୁ ବିରୋଧ କରି ଗତକିଛିଦିନ ହେବ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟର ମନ୍ତ୍ରୀମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।କେଉଁଠି କଳାପତାକା ତ କେଉଁଠି ଅଣ୍ଡାମାଡ ଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କଂଗ୍ରେସ କର୍ମୀ କରିଛନ୍ତି ।