Browsing category

ମହାନଗର

ମନୀଷ ଅନୁରାଗ ମୃତ୍ୟୁ ଘଟଣା- ଗୁମର ଖୋଲୁଛି ପୁଲିସ

ଭୁବନେଶ୍ବର, ୧୪/୧୦(ଏସଏସନିୟୁଜ) ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଗୁମର ଖୋଲୁଛି ପୁଲିସ । ମୃତଦେହ ଉଦ୍ଧାର ସ୍ଥାନପାଖରେ ଥିବା ସିସିଟିଭି ଯାଂଚ କରୁଛି ପୋଲିସ । ସାଙ୍ଗମାନଙ୍କ ସହ ବାରରେ ଖାଇସାରିବାପରେ ବିଲ ହୋଇଥିବା ୩୫ହଜାରେ ଟଙ୍କାକୁ ଦେବାକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।ଫଳରେ ଉକ୍ତ ଟଙ୍କା ପରିଷୋଧ କରିବାନିମନ୍ତେ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ।ଏହାପରେ ଘରୁ […]

ମିଳିଲାନି ଜାମିନ

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ଆରୟନ୍ କୁ ମିଳିପାରିଲାନି ଜାମିନ । ବିଚାରପତି ଭିଭି ପାଟିଲ ଅକ୍ଟୋବର ୨୦ପର‌୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିବାସହ ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ।ଯାହାଫଳରେ ପୁଣିତାଙ୍କୁ ୫ଦିନ ଜେଲରେ ରହିବାକୁ ପଡିବ । ସେ କେବଳ ଜେଲ୍‌ରେ ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ଜେଲ୍ ନିୟମ ଅନୁସାରେ କ୍ୟାଣ୍ଟିନ୍ କୁପନ୍ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣିବାସହ କମନ୍ ସେଲ୍‌କୁ ତାଙ୍କୁ ସ୍ଥାନାନ୍ତରଣ କରାଯାଇଛି।

ପୂଜାମଣ୍ଡପ ବୁଲିଲେ ବିଧାୟକ

ବାରଙ୍ଗ,୧୪/୧୦(ଏସ ଏସ ନିୟୁଜ) କୋଭିଡ କଟକଣା ମଧ୍ୟରେ ଚାଲିଛି ମା ଜଗତ ଜନନୀଙ୍କ ପୂଜା ।ଆଡ଼ମ୍ବର ନାହିଁ କିନ୍ତୁ ରୀତିନୀତିରେ ହେଉଛି ପୂଜା।ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଗ୍ରାମବାସୀମାନେ କେବଳ ପରର୍ମ୍ପରାକୁ ବଞ୍ଚାଇ ରଖିଛନ୍ତି।ମାଙ୍କ ପୂଜା ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ମହାସମା ରୋହର ସହ ପାଳିତ ହେଉଥିବାର ଦେଖିବାକୁ ମିଳିଛି।ନାହିଁ ସଉଚ୍ଚ ତୋରଣ ,ନାହିଁ ଅଲୋକମାଳା କେବଳ ରୀତିନୀତିରେ ହୋମ ଓ ପୂଜାର୍ଜ୍ଜନ ଚାଲିଛି।ତେବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ତାଙ୍କ ନିର୍ବାଚନ […]

ବାଲିଘାଟରୁ ମିଳିଲା ମୃତଦେହ

ବାରଙ୍ଗ,୧୪/୧୦(ଏସ ଏସ ନିୟୁଜ) ନରଣପୁର ବାଲିଘାଟ କୁଆଖାଇରୁ ଗୁରୁବାର ସକାଳେ ବାଦଲ ସାମଲ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି।ମୃତ ବ୍ୟକ୍ତି ହେଉଛନ୍ତିକୃଷ୍ଣଚନ୍ଦ୍ରପୁର ଗ୍ରାମର ବାଦଲ ସାମଲ(୬୫)। ସେ ମଙ୍ଗଳବାରଠାରୁ ନିଖୋଜ ଥିବାର ପରିବାର ଲୋକ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ।ଗୁରୁବାର ସକାଳେ ସ୍ଥାନୀୟ ଲୋକ କୁଆଖାଇର ନରଣପୁର ବାଲିଘାଟ ପାଖରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ଆସି ଏକ ଅପମୃତୁ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ଅସୁସ୍ଥ ହେଲେ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଭୁବନେଶ୍ୱର,୧୩/୧୦(ଏସ ଏସ ନିୟୁଜ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ହେବା ପରେ ତାଙ୍କୁ ବୁଧବାର ସନ୍ଧ୍ୟାରେଏମ୍ସରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ଧରି ସେ ହାଲୁକା ଜ୍ୱରରେ ପୀଡିତ ଥିବାବେଳେ ହଠାତ୍ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

ଜବତହେଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର

ପୁରୀ, ୧୩/୧୦(ଏସ ଏସ ନିୟୁଜ) ପୁରୀ ଏସଟିଏଫ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୨୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ୧୧ଟି ମୋବାଇଲ ଫୋନ, ୫,୦୦୦ଟଙ୍କା, ୨ଟି ଏଟିଏମ/ଡେବିଟ କାର୍ଡ, ଗୋଟେ ବାଇକ ଏବଂ ଗୋଟେ କାର୍ ଜବତ କରିଛି ପୁଲିସ।ଗିରଫ ଯୁବକମାନେ ହେଲେ ଧୀରେନ୍ଦ୍ର ସାହୁ ଓରଫ ଟୁଟୁ, ସୁବ୍ରତ ଖୁଣ୍ଟିଆ, ସୁରଜ ପରିଡ଼ା, ମାଧବ ମଣ୍ଡଳ ଓ ଆଦିତ୍ୟ ନାରାୟଣ ସ୍ବାଇଁ । ଗତକାଲି ବ୍ରାଉନସୁଗାର […]

ବିଶ୍ୱ ବିଦ୍ୟାଳୟ ମାନ୍ୟତାପାଇଲା ମଧୂସୂଦନ ଲ’ କଲେଜକୁ ମିଳିଲା

ଭୁବନେଶ୍ୱର, ୧୩/୧୦(ଏସ ଏସ ନିୟୁଜ) କଟକରେ ରହିଥିବା ମଧୂସୂଦନ ଆଇନ କଲେଜକୁ ବୁଧବାରଦିନ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୟୁଜିସି ପକ୍ଷରୁ ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିବାସହ କେନ୍ଦ୍ରୀୟ ଅନୁଦାନ ୟୁଜିସି ନିୟମ ଅନୁଯାୟୀ ଖୁବଶୀଘ୍ର ମିଳିବ ବୋଲି କୁହାଯାଇଛି ।

ସିଲ୍ ହେଲା ରେଷ୍ଟୁରାଣ୍ଟ

ଭୁବନେଶ୍ୱର, ୧୩/୧୦(ଏସ ଏସ ନିୟୁଜ) ରାଜ୍ୟ ସରକାର ପାର୍ବଣସମୟରେ କରୋନା ସଂକ୍ରମଣକୁ ରୋକିବା ନେଇ ବିଶେଷ କରି କଟକ ଏବଂ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁଲଗାଇଛନ୍ତି ।ଏହାସତ୍ୱେ ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟରେ ନବରାତ୍ରରେ ଦାଣ୍ଡିଆ କାର‌୍ୟ୍ୟକ୍ରମ ଆୟୋଜନ ହୋଇଥିବାର ଅଭିଯୋଗ ହୋଇଥିଲା । ୧୩ ଏବଂ ୧୪ରେ ଦାଣ୍ଡିଆ ନାଇଟ ପାଇଁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦିଆଯାଇଥିଲା ।ଏହି ଖବରପାଇ ବିଏମସି ପକ୍ଷରୁ ନିକୋ ପାର୍କ ନିକଟସ୍ଥ ନାଇନଥ୍ […]

ଏଟିଏମ୍ ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କଲା ପୋଲିସ

ଆଠଗଡ଼, ୧୩/୧୦(ଏସ ଏସ ନିୟୁଜ) ଏଟିଏମ୍ ଟଙ୍କା ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାବେଳେ ୨ଜଣ ଅଭିଯୁକ୍ତ ଏବେବି ଫେରାର ରହିଥରାବବେଳେ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ବୋଲି ଆଜି ଆଠଗଡ଼ ଏସ୍‌ଡିପିଓଙ୍କ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଏଟିଏମ୍ ଗାଡ଼ି ଆଠଗଡ଼ ଓ […]

ପୁଣି ଖୋର୍ଦ୍ଧାକୁ ଫେରିଲା ରେଡ୍ ଜୋନ

ଭୁବନେଶ୍ୱର,୧୩/୧୦(ଏସ ଏସ ନିୟୁଜ)ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଗ୍ରୀନ୍ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।ପାର୍ବଣ ସମୟରେ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ଦୈନିକ ୪୦୦ରୁ ୬୦୦ ଭିତରେ ସଂକ୍ରମଣ ରହୁଛି ।ଟେଷ୍ଟ ପଜିଟିଭିଟି ରେଟ୍ ଓ ଆକ୍ଟିଭ କେସରୁ ଦେଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରିଛୁ ବୋଲି ଡିଏମଇଟି କହିଛନ୍ତି […]