ପୂଜାମଣ୍ଡପ ବୁଲିଲେ ବିଧାୟକ

ବାରଙ୍ଗ,୧୪/୧୦(ଏସ ଏସ ନିୟୁଜ) କୋଭିଡ କଟକଣା ମଧ୍ୟରେ ଚାଲିଛି ମା ଜଗତ ଜନନୀଙ୍କ ପୂଜା ।ଆଡ଼ମ୍ବର ନାହିଁ କିନ୍ତୁ ରୀତିନୀତିରେ ହେଉଛି ପୂଜା।ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଗ୍ରାମବାସୀମାନେ କେବଳ ପରର୍ମ୍ପରାକୁ ବଞ୍ଚାଇ ରଖିଛନ୍ତି।ମାଙ୍କ ପୂଜା ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ମହାସମା ରୋହର ସହ ପାଳିତ ହେଉଥିବାର ଦେଖିବାକୁ ମିଳିଛି।ନାହିଁ ସଉଚ୍ଚ ତୋରଣ ,ନାହିଁ ଅଲୋକମାଳା କେବଳ

ରୀତିନୀତିରେ ହୋମ ଓ ପୂଜାର୍ଜ୍ଜନ ଚାଲିଛି।ତେବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିର୍ଣ ୱାର୍ଡ ସମେତ ପାଞ୍ଚ ପଂଚାୟତର ବିଭିର୍ଣ ଗ୍ରାମରେ ହେଉଥିବା ପୂଜାମଣ୍ଡପ ମାନଙ୍କୁ ଆସି ମା ଙ୍କୁ ଦର୍ଶନ କରି ଆୟୋଜକମାନଙ୍କ ସହ ଆଲୋଚନା କରି ଫେରୁଛନ୍ତି।ଗଣ୍ଡରପୁର ଗ୍ରାମ ତରଫରୁ ଆୟୋଜନ ହୋଇଛି ମା ଜଗତଜନନୀ ଦଶଭୁଜାଙ୍କ ପୂଜାସ୍ତବ ।ଗ୍ରାମବାସୀମାନଙ୍କ ଉଦ୍ୟମରେ ୫ମ ବର୍ଷରେ ପଦାର୍ପଣ କରିଛିଏହି ପୂଜାସ୍ତବ।

ସେହିଁଭଳିଭାବେ ଇଂଜଣା ଗ୍ରାମରେ ଦୁଲାଦେଇ ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ପାଳିତ ହେଉଛି ମାଙ୍କ ପୂଜା।ବିଧାୟକ ରାଉତ ଏଠାକୁ ଆସି ମାଙ୍କ ଦର୍ଶନ କରିବା ସହ ଉପସ୍ଥିତ ଥିବା ଗ୍ରାମର ମୁରବି,ପୂଜାକମିଟିର  ସଭାପତି ଜଗବନ୍ଧୁ ପରିଡା,ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ପ୍ରଦୀପ ଦାସ,ସଞ୍ଜୟ ପତି,ଦୀପକ ସାମଲ,ଦେବାଶିଷ ପତି, ବାମଦେବ ମିଶ୍ର କର୍ତ୍ତା, ପବିତ୍ର ମୋହନ ପ୍ରଧାନ ଆଦି ସମସ୍ତ ସଭ୍ୟ  ଙ୍କ ସହ ଆଲୋଚନା କରି ଫେରିଛନ୍ତି।

ଅନ୍ୟପଟେ କୋଭିଡ ପାଇଁ ଭାଷାଣି ଯାତ୍ରା ଉପରେ କଟକଣା ରହିଥିବାରୁ ପୂର୍ବ ପରର୍ମ୍ପରା ବଞ୍ଚାଇଛନ୍ତି ଭସାଣିକମିଟି ।ଆଜି ଆଇନଜୀବୀ ସମରେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ କମିଟିର କର୍ମକର୍ତା ମାନେ ପୂଜା ମଣ୍ଡପକୁ ଆସି ଭୋଗହାଣ୍ଡି ପ୍ରଦାନ କରିଥିବାର ଦେଖିବାକୁ ମିଳିଛି।

Comments (0)
Add Comment