Browsing category

ମହାନଗର

ଫସିଲା ହାତୀଛୁଆ

ଆଠଗଡ଼,୨୪/୯(ଏସଏସନିୟୁଜ)ମହାନଦୀରେ ଫସିଛି ହାତୀ ଛୁଆ । ନଦୀପାର ହେଉଥିବାବେଳେ ମହାନଦୀର ମୁଣ୍ଡଳୀବ୍ରିଜ ଶେଷଭାଗ ପାଟେଣିଗାଁ ପାଖପାଣିରେ ଫସିଯାଇଛି ।ଯିବାପାଇଁ ଚେଷ୍ଟାକରୁଥିଲେ ମଧ୍ୟ ୍‌ଯାଇପାରୁନାହିଁ ।ଆଠଗଡଜଙ୍ଗଲରୁ ଚନ୍ଦାକଜଙ୍ଗଲକୁ ଫେରୁଥରବାବେଳେ ନଦୀପାର ସମୟରେ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।ଏହାସହ ନଦୀପାର ହେଉଥିବାବେଳେ ହାତୀପଲ୍ଲ ମଧ୍ୟରୁ ଆଉ ୨ଟି ହାତୀ ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି।ଖବରପାଇ ଅଗ୍ନିଶମବାହିନୀ ଓ ବନ ବିଭାଗ କର୍ମଚାରୀମାନେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି […]

ନବୀନଙ୍କ ବଡ ଘୋଷଣା, ଓଡ଼ିଶା ଆୟୋଜନ କରିବ ଜୁନିୟର ହକି ବିଶ୍ୱକପ୍

ଭୁବନେଶ୍ୱର, ୨୩/୯(ଏସଏସନିୟୁଜ) କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍‌-୨୦୨୧ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳାଯିବ। କୋଭିଡ କଟକଣାରେ ହେବ ହକି ବିଶ୍‌କପ ମ୍ୟାଚ୍ ହେବ। ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ତେବେ ଚଳିତଥର ହୋମଗ୍ରାଉଣ୍ଡରେ ଭାରତୀୟ ଦଳ ପ୍ରଦର୍ଶନ କରିବ ବୋଲି […]

ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ

ପିପିଲି,୨୩/୯(ଏସଏସନିୟୁଜ) ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜର୍ଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ […]

ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା । ୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ୪ଟି ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪-ମୁକୁଳା ନାଳରେ ଛାତ୍ରଙ୍କ ଜୀବନ ଯିବା ପ୍ରସଙ୍ଗରେ ମାନବାଧିକାର କମିସନରେ ମାମଲା । ୫–ଜି ଏଣ୍ଟରଟେନମେଣ୍ଟର ୫୩% […]

ହାଇୱା ଚକାତଳେ ଚାଲିଗଲା ୫୦ ଛେଳିଙ୍କ ଜୀବନ

ଓଡ଼ଗାଁ,୨୧/୯(ଏସଏସନିୟୁଜ) ଓଡଗାଁ-ବାହାଡଝୋଲା ମୁଖ୍ୟ ରାସ୍ତାରେ ହାଇୱା ଏକ ଛେଳି ପଲ ଉପରେ ଚଢାଇଦେବାରୁ ୫୦ ରୁ ଉର୍ଦ୍ଧ୍ବ ଛେଳିଙ୍କର ମୃତ୍ୟୁ ବରଣ କରିଥିବାବେଳେ ୩୦ ରୁ ଉର୍ଦ୍ଧ୍ବ ଛେଳି ଆହତ ହୋଇଛନ୍ତି । ଓଡି୨୫ଜି୭୨୯୨ ନମ୍ବର ହାଇୱାଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡଗାଁ-ବାହାଡଝୋଲା ମୁଖ୍ୟ ରାସ୍ତାରେ ଆସୁଥିବାବେଳେ ପାଖଜଙ୍ଗଲ ରୁ ଫେରୁଥିବା ଗୌଡପଟ ଗ୍ରାମର ସୁବାସ ପାତ୍ର ଙ୍କର ଏହି ଛେଳି ପଲ ଉପରେ ଚଢାଇ ଦେଇଥିଲା।ଏହାଜଣାପଡିବାପରେ ଉତ୍ତକ୍ତ ଲୋକେ ହାଇୱା ଟିକୁ ଅଟକାଇବ ଥିବା ବେଳେ […]

ବାଟରୁ ଟେକିନେଲା ଭିଜିଲାନ୍ସ

ମାଲକାନଗିର.୨୨/୯(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । ମୋଟୁରୁ କଟକ ଫୁଲନଖରା ନିଜ ଘର କୁ ଆସୁଥିବାବେଳେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି ।ଏହାସହ ତାଙ୍କପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କାକୁ ଜବତକରିଛି । ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଆଇଆଇସି ଦେଇ ପାରିନଥିବାବେଳେ କଟକରେ ଥିବା ତାଙ୍କ ର ଦୁଇଟି ଘର ସମେତ ମୋଟୁ ଥାନାରେ ଚଢାଉ କରିଛି ଭିଜିଲାନ୍ସ ।

ଧରାହେଲେ ଆଉ ଜଣେ ଆଂଜେଲ ପ୍ରିୟା

ଭୁବନେଶ୍ୱର,୨୨/୯(ଏସ ଏସ ନିୟୁଜ)ଫେସ୍ ବୁକରେ ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇବା ଓ ବହୁ ପରିଣାମ ର ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ୍ ଜଣେ ଯୁବତୀ ଗିରଫ କରିଛି।ଗିରଫ ବହୁରୂପୀ ମହିଳାଙ୍କ ନାମ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ ଓ ଘର କଲିକତାରେ । ଟଙ୍କା ରୋଜଗାର ପାଇଁ ସେ ଫେସ୍ ବୁକରେ ନିଜର ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲା ଏବଂ ବିପୁଳ […]

ପୋଲିସ ହାତରେ ଧରାପଡିଲା ବନ୍ଧୁକବେପାରୀ

ଭୁବନେଶ୍ବର,୨୨/୯(ଏସଏସନିୟୁଜ) ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ନାମକ ଯୁବକକୁ ପୋଲିସ ଗିରଫ କରିବାସହ ତାଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ଭାବଗ୍ରାହୀ ।ଭାବ ବ୍‌ାରଉନସୁଗାର ବିକ୍ରି କରିବାକୁ ଆସୁଥିବାର ପୁର୍ବ ସୁଚନାପାଇ ପୋଲିସ ପ୍ରସ୍ତୁତିମୁତାବକ ଜଗି ରହିଥିଲା ।ଭାବଗ୍ରାହୀ ଆସିବାପରେ ତାକୁ ଧରିବାରେ ସ୩ମ ହୋଇଥିଲା ପୋଲିସ ।

ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ

ମାଲକାନଗିରି, ୨୨/୯(ଏସଏସନିୟୁଜ) ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ ।ଛୋଟଛୋଟ ପିଲା,ଯାହାଙ୍କର ବୟସ ୧୨ବର୍ଷ ଭିତରେ ହେବ ସେମାନେ ଘୋଡାରେ ବସି ଦୈାଡ ପ୍ରତିଯୋଗୀତା କରୁଛନ୍ତି ।ଏହି ଭିଡିଓ ଏବେ ଭାଇରାଲ ହେଉଥିବାର ଜଣାପଡିଛି ।ପିଲାମାନେ ଘୋଡାଉପରେ ବସି କ୍ଷୀପ୍ର ଗତିରେ ଘୋଡ଼ାଙ୍କୁ ଦୌଡାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ବିନାପ୍ରଶିକ୍ଷଣରେ କିନ୍ତୁ ପିଲାଟି ଦିନରୁ ଘୋଡା ପିଠିରେ ବସିବା ଏବଂ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ନିଜେ ନିଜେ ଶିକ୍ଷାଲାଭ କରିଛନ୍ତି। ବିଛିନ୍ନାଞ୍ଚଳ ନକ୍ସଲଙ୍କର ଗଡ […]

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର‌୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ସାଢେ […]