ୟୁଟର୍ଣ୍ଣ ମାରିଲେ ନେତା

ଖବର ଆଜିର,ତାରିଖ ୧୨-୧୦-୨୦୨୧/ମଙ୍ଗଳବାର

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ ।
୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା ।
୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ ।
୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ ହେବ : ପୁଲିସ ଆୟୁକ୍ତ ।
୫-ଖରିଫରେ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ।
୬–୧୩ ତାରିଖ ଯାଏଁ ଜେଲରେ ରହିବେ ଆରୟନ୍ ଖାନ୍ । ବୁଧବାର ହେବ ଜାମିନ ଆବେଦନ ଶୁଣାଣି ।
୭-ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଚାଲିବ ଅତିରିକ୍ତ ବିଶେଷ ଟ୍ରେନ ।
୮-ଦଶହରାରେ ଜଗା ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ .।
୯-ଶହୀଦ ବୀର ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍‌ବୋଧନ: ଓଡ଼ିଆ ଜାତିର ବୀରତ୍ୱ, ଶୋର୍ଯ୍ୟର ପ୍ରତୀକ ଥିଲେ ଏହି ସଂଗ୍ରାମୀ ।
୧୦-+୨ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୨ରୁ ୨୫ ପର୍ଯ୍ୟନ୍ତ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
୧୧-ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କୁ ମିଳିଲାନି ଆଶ୍ଵସ୍ତି, ତିନି ଦିନ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ . ।
୧୨-କଟକ କମିସନରେଟ୍‌ ପୁଲିସକୁ ସଫଳତା: ଦୁଇବର୍ଷରେ ୧୦୧ବନ୍ଧୁକ, ୧୭୨୭ ଗୁଳି ଜବତ, ୫କୋଟିର ବ୍ରାଉନସୁଗାର୍‌ ସହ ୨୭ ଗିରଫ ।
୧୩-ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ… ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।
୧୪-ଜନ୍ମଦିନରେ ବିଗ ‘ବି’ଙ୍କ ବଡ ନିଷ୍ପତ୍ତି, ଆଉ କରିବେ ନାହିଁ ପାନ ମସଲାର ବିଜ୍ଞାପନ, ଫେରାଇଲେ ଚୁକ୍ତି ଅର୍ଥ ।
୧୫-ୟୁଟର୍ଣ୍ଣ ମାରିଲେ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ, କହିଲେ- ‘ଦଳରେ ରହି ମାଟି ପାଇଁ କାମ କରିବି’ ।
୧୬-ରାଜଧାନୀର ବିଚ୍‌ ରାସ୍ତାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।
୧୭-ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ବୋରିସ ଜନସନ; ଜଳବାୟୁ ପରିବର୍ତ୍ତନ, ଆଫଗାନିସ୍ତାନ ସହ ଅନ୍ୟ ବିଷୟ ଉପରେ କଲେ ଆଲୋଚନା ।
୧୮-୪ ବର୍ଷ ଧରି ମହାବିଦ୍ୟାଳୟ,ବିଶ୍ବବିଦ୍ୟାଳୟରେ ନିର୍ବାଚନ ବନ୍ଦ ।
୧୯-ନା ପତିଆରା କମିଲା ନା ପଦ, ମୁଁ ବିଜେପିରେ ଠିକ୍ ଅଛି: ଏମିତି ଜବାବ ଦେଲେ ମେନକା ଗାନ୍ଧୀ ।
୨୦-ଦେଶରେ ଉପୁଜିପାରେ ବିଦ୍ୟୁତ ସଙ୍କଟ । କୋଇଲା ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ୟା ଜଣାଇଲେ ବିଭିନ୍ନ ରାଜ୍ୟର ମନ୍ତ୍ରୀ
ଯେଉଁଠି ବିଶ୍ୱାସ ଥାଏ, ସେଠାରେ କୌଣସି ପ୍ରମାଣ ର ଆବଶ୍ୟକ ନ ଥାଏ..କାରଣ-ଗୀତା ରେ ମଧ୍ୟ ଶ୍ରୀ କୃଷ୍ଣଙ୍କର ଦସ୍ତଖତ ନାହିଁ କିନ୍ତୁ ସାରା ଦୁନିଆଁ ଏହାକୁ ହିଁ ମାନେ…!ଶୁଭ ସକାଳ,ସୁପ୍ରଭାତ!

Comments (0)
Add Comment