Browsing category

ମହାନଗର

ଏଟିଏମ୍ ଲୁଟ ଉଦ୍ୟମ ବିଫଳ,ନେଇଗଲେ ଇନଭର୍ଟର

ବାରଙ୍ଗ,୨୧/୯(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଚୋରି ଉଦ୍ୟମ ବିଫଳ ହୋଇଛି।ଟଙ୍କା ନ ପାଇବାରୁ ଇନଭର୍ଟର ନେଇଗଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ରୁ କେହି ଦୁର୍ବୃତ୍ତ ଟଙ୍କା ଚୋରି କରିବା ଉଦ୍ଧେଶ୍ୟରେ ଏଟିଏମ୍ ଭଙ୍ଗାରୁଜା କରିଥିଲେ।ଏଟିଏମ୍ ତାଡି ଲୁଟ ଉଦ୍ୟମ ବିଫଳ ହେବାରୁ ପଛପଟେ ଥିବା ଇନଭର୍ଟର ନେଇ ଫେରାର ହୋଇଯାଇଥିଲେ।ଆଜି ସକାଳୁ […]

ମଦ ଦୋକାନ ସ୍ଥାନାନ୍ତର ନେଇ ଦେଲେ ଦାବିପତ୍ର

ବାରଙ୍ଗ,୨୧/୯(ଏସ ଏସ ନିୟୁଜ) ମଦ ଦୋକାନ ସ୍ଥାନାନ୍ତର ନେଇ ଦେଖା ଦେଇଛି ବିବାଦ I ଯାହାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶତାଧିକ ଗ୍ରାମବାସୀ I ଗାଁ ଲୋକଙ୍କ କହିବା କଥା, କଟକ ମ୍ୟୁନିସିପାଲଟି ୩ ନମ୍ବର ୱାର୍ଡ ବ୍ରଜ ବିହାରୀପୁର ଠାରେ ହେବାକୁ ଥିବା ବିଦେଶୀ ମଦ ଦୋକାନ ଅରିଲୋ ମୌଜାର ପ୍ଲଟ ନମ୍ବର୫୯ କୁ ସ୍ଥାନାନ୍ତର କରାଯାଉଛି I ହେଲେ ଉକ୍ତ ପ୍ଲଟ ଟି ମହିମା ଆଶ୍ରମର ବ୍ରହ୍ମ ଅବଧୂତ ଗୁରୁଚରଣ ଦାସଙ୍କ […]

ପୁଣି ଦାଦାଗିରି

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣି ପଶ୍ଚିମବଙ୍ଗ ଦେଖାଇଲା ଦାଦାଗିରି ।ଦିଘା ବେଳାଭୂମିରେ ପାଚେରୀ କାମ ଆରମ୍ଭ କରି ନିଜର ଆଧିପତ୍ୟକୁ ଜାହିର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏହିକାର୍ଯ୍ୟକୁ ବିରୋଧ କରିଛି । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ଯ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଖବରପାଇ ଘଟଣାସ୍ଥଳରେ ଭୋଗରାଇ ତହସିଲଦାର ଓ ପୁଲିସ […]

ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର,୨୧/୯(ଏସଏସନିୟୁଜ) ଚନ୍ଦ୍ରଶେଖରପୁର ଥାନା ଅଧୀନ କଲ୍ୟାଣମଣ୍ଡପ ବସ୍ତିରେ ସ୍ୱାମୀକୁ କାଠଫାଳିଆରେ ପିଟିପିଟି ସ୍ତ୍ରୀ ହତ୍ୟା କରିଥିବାଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ମୃତବରଣକରିଥିବା ବ୍ୟକ୍ତି ସାମ ମୁଣ୍ଡୁରି(୫୦) ବିଏମସିରେ ସଫେଇ କାମ କରନ୍ତି। ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବାର ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ସ୍ତ୍ରୀ ଝିଙ୍ଗି ମୁଣ୍ଡୁରୀକୁ ଅଟକ ରଖିଛି । […]

ଜାଲରେ ପଡିଲା ଅଜଗର ସାପ

ଚନ୍ଦ୍ରଶେଖରପୁର,୨୧/୯(ଏସଏସନିୟୁଜ)ଟାଙ୍ଗିବନ୍ତ ଗ୍ରାମର କିଛି ଯୁବକ ମଙ୍ଗଳବାରସକାଳେ ମାଛମାରିବାକୁ ବୁଡୁନଇ କୁ ଯାଇଥିଲେ । ଜାଲ ଟାଣିବାବେଳେ ଭାରୀ ଲାଗିବା ସହ ଅଧିକ ପରିମାଣର ମାଛ ଲାଗିଥିବାର ଆଶା ରଖି ଖୁସିରେ ଜାଲକୁ ଟାଣିଥିଲେ ।କିନ୍ତୁ ଜାଲଟି ଉପରକୁ ଆସିବାବେଳକୁ ତା ମଧ୍ୟରେ ଏକ ଅଜଗରସାପଟି ପଡିଥିବାର ଦେଖିବାକୁ ପାଇଥିଲେ ।ସାପଟିକୁ ଗାଁ ମଧ୍ୟକୁ ଆଣିବାପରେ ସାପକୁ ଦେଖିବାପାଇଁ ଗ୍ରାମବାସୀଙ୍କ ଭୀଡ ଲାଗିରହିଥିଲା ।ଖବର ପାଇ ବନବିଭାଗ ଆସି ସାପଟିକୁ ଉଦ୍ଧାର କରି ନେଇଛି ।

କୁଆଖାଇରେ ବୁଲୁଛି କୁମ୍ଭୀର

ଚନ୍ଦ୍ରଶେଖରପୁର,୨୧/୯(ଏସଏସନିୟୁଜ)ସାବଧାନ ! କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର ।ମଙ୍ଗଳବାରଦିନ ସକାଳେ ରାଜଧାନୀ ଉପକଣ୍ଠ ଝିଙ୍କରଡିହି ଗ୍ରାମମୁଣ୍ଡ କୁଆଖାଇ ତୁଠରେ କିଛି ଯୁବକ ଗାଧୋଉଥିବାବେଳେ କୁମ୍ଭୀରଟିକୁ ଦେଖିବାକୁ ପାଇଥିଲେ ।କୁମ୍ଭୀରଟି ସେମାନଙ୍କ ଆଡକୁ ଆସୁଥରବାର ଜାଣି ପାଣିରୁ ଉଠି ପଳାଇଆସିଥିଲେ ।ଏହି ଖବର ପ୍ରଚାରିତ ହେବାପରେ ଗ୍ରାମର ଯୁବକମାନେ କୁମ୍ଭୀରଟିକୁ ଦେଖିବାକୁ ତୁଠପାଖରେ ଭୀଡ ଲଗାଇଥିଲେ ।ଅନ୍ୟପଟେ ଭୟରେ ଗ୍ରାମବାସୀ କେହି ଶୈାଚ ପାଇଁ ଆଉ କୁଆଖାଇ ନଦୀକୁ ଯାଇନଥିଲେ ।

ବିଏସ୍‌ଏଫ୍‌, ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଡେଲାଙ୍ଗ,୨୦/୯(ଏସଏସନିୟୁଜ) ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ।ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ସହ ଲୋକଙ୍କ ମନରେ ସାହସ ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁଲିସ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରିଛି । ଡେଲାଙ୍ଗ ଷ୍ଟେସନ ବଜାର, ହାଟବଜାର, ବାୟାବଜାର ,ବେରବୋଇ ଛକ ସହିତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ବିଏସ୍‌ଏଫ୍‌, କେନ୍ଦ୍ରୀୟ ଓ ଓଡିଶା ପୁଲିସ ପକ୍ଷରୁ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା […]

ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର, ୨୧/୯(ଏସଏସନିୟୁଜ)ପୁଣି ଖୋଲିଲା ହିରାକୁଦର ଆଉ ୨ଟି ଗେଟ ।ଜଳସ୍ତର ହ୍ରାସପାଇବାପରେ ପର୍ଯ୍ୟାୟକ୍ରମେ ହିରାକୁଦରୁ ଗେଟ ବନ୍ଦ କରାଯାଇଥିଲା ।ଏବେ ପୁଣି ଜଳସ୍ତର ବୃଦ୍ଧିପାଇବା ଯୋଗୁ ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଡ୍ୟାମରେ ଜଳସ୍ତର ୬୨୯.୫୮ ଫୁଟ ରହିଥିବାବେଳେ ୧୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି ।

SDOଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର, ୨୧/୯(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ମିଟର ରିଡିଂ ବିଭାଗର ଦାୟିତ୍ୱରେ ଥିବା SDO  ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।ତାଙ୍କ କାର୍ଯ୍ୟାଳୟ ସହିତ ସ୍ପଞ୍ଜ କଲୋନୀରେ ଥିବା ନିଜ ଘର, ଘଟଗାଁର ନିଜ ଓ ଭାଇଙ୍କ ଘର,ଶଶୁରଘର ସମେତ ୪ଟି ସ୍ଥାନରେ ଏକକାଳିନ ରେଡ୍ ହୋଇଛି ।

ପୁଣି ସଭାପତି ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣିଥରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଲଳିତ କଳା ଏକାଡେମୀର ସଭାପତି ରୂପେ ମନୋନୀତ ହୋଇଛନ୍ତି । ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ୨୦୧୮ ମସିହାରୁ କାର୍ଯ୍ୟନିର୍ବାହ କରିଆସୁଥିଲେ ।ପୁଣିଥରେ ଆଗାମୀ ୩ ବର୍ଷ ପାଇଁ ତାଙ୍କୁ ଲଳିତ କଳା ଏକାଡେମୀର ସଭାପତି ରୂପେ କାର୍ଯ୍ୟନିର୍ବାହ ନିମନ୍ତେ ରାଜ୍ୟସରକାର ତାଙ୍କୁ ମନୋନିତ କରିଛନ୍ତି ।ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।