ସାବାସ ! ଶୁଭଶ୍ରୀ

ବାରଙ୍ଗ,୧୩/୧୦(ଏସ ଏସ ନିୟୁଜ)ସମସ୍ତଙ୍କ ମୁହଁରେ ଶୁଭଶ୍ରୀଙ୍କ ପ୍ରଶଂସା।ପୋଖରୀରେ ବୁଡି ଯାଉଥିବା ଛୋଟିଆ ଝିଅକୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛି ଷ୍ଟାଣ୍ଡ୍ରର୍ଡ଼ ୪ରେ ପାଠପଢୁଥିବା ଶୁଭଶ୍ରୀ ରାଉତ।ଘର ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମ ଶିଖରଚଣ୍ଡୀ ସାହିରେ।ଶୁକ୍ରବାର ସକାଳୁ ଘରପାଖରେ ଥିବା ଶିଖରଚଣ୍ଡୀ ପୋଖରୀକୁ ଘରୁ କେମିତି ଖସି ଗାଧୋଇ ବାକୁ ପଳାଇଆସିଥିଲା ୫ବର୍ଷର ଛୋଟ ଝିଅ ଖୁସି।ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଖୁସି ପୋଖରୀରେ ବୁଡିବାକୁ ଲାଗିଥିଲା।ଏହି ସମୟରେ ପୋଖରୀ ବାଟ ଦେଇ ଘରକୁ ଫେରୁଥିବା ଶୁଭଶ୍ରୀ ବୁଡ଼ି ଯାଉଥିବା ଖୁସିକୁ ଉଦ୍ଧାର କରିବାକୁ ପାଣି ଭିତରକୁ ପସି ଯାଇଥିଲେ।ପହଁରା ଶିଖିନଥିଲେ ମଧ୍ୟ ସହସର ସହ ପାଖରେ ଥିବା ଓନିକୁ ଖୁସି ପାଖକୁ ପକାଇ ଧରିବାକୁ କହିଥିଲେ।ଶେଷରେ ଓନି ଦ୍ୱରା ଖୁସିକୁ ଟାଣି ଟାଣି କୂଳକୁ ଆଣିପାରିଥିଲେ ଶୁଭଶ୍ରୀ।ଏହି ଖବର ଜଣାପଡିବା ପରେ ଛୋଟ ଝିଅର ସାହସିକତାକୁ ପ୍ରଶଂସା କରିବାସହ ସାବାସ ଶୁଭଶ୍ରୀ ବୋଲି ସମସ୍ତେ କହିଥିଲେ ।

Comments (0)
Add Comment