Browsing category

ମହାନଗର

ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା

ଭୁବନେଶ୍ବର ୩/୮(ଏସଏସନିୟୁଜ) ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ୫୦୦ରୁ ୪୯୯ ମାର୍କ ରଖି ଟପ୍ପର ହୋଇଛନ୍ତି ଓଡିଆ ଝିଅ ଅମ୍ରିତା ବେହୁରା । କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁର ବାପା ଅମୀୟ କୁମାର ବେହୁରା ଓ ମାଆ ମୀତାରାଣୀ ଙ୍କ ଝିଅ ହେଉଛନ୍ତି ଅମ୍ରିତା ।ବାପା ଆଇଓସିଏଲ୍‌ରେ ଜେନେରାଲ୍ ମ୍ୟାନେଜର ଥିବାବେଳେ ମାଆ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର‌୍ୟ୍ୟ କରୁଛନ୍ତି ।ଅମ୍ରିତା ଆଗକୁ ଜଣେ ଅର୍ଥନୀତିଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ପିସିଆର ଆଗରେ ମାରିଲେ ଗୁଳି

ଭୁବନେଶ୍ୱର, ୩/୮(ଏସଏସନିୟୁଜ) ପିସିଆର ଭ୍ୟାନକୁ ଡକାଇଲେ ,ପୋଲିସ ଆଗରେ ନିଜ ପେଟକୁ ଗୁଳି କଲେ ସୁରକ୍ଷାକର୍ମୀ ।ଏହିଭଳି ଘଟଣା ଆଜି ଭୁବନେଶ୍ୱର ଗଙ୍ଗନଗରରେ ଘଟିଛି ।ଆତ୍ମହତ୍ୟା କରିଥିବା ସୁରକ୍ଷା କର୍ମୀଙ୍କ ନାମ କୃଷ୍ଣଚନ୍ଦ୍ର ଦାସ ।ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିବାବିଷୟରେ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ଜାହାକୁ ନେଇ ସେ […]

କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ, ୩/୮(ଏସଏସନିୟୁଜ) କରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ କଟକ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଯାଉଛି । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଅନ୍ୟ ସବୁ କୋଭିଡ୍ ନିୟମର ଅନୁପାଳନ କରିବାକୁ କଟକ ବାସୀଙ୍କୁ ନିବେଦନ କରାଯାଇଥିବା ବେଳେ କଟକ ସହରରେ ମନ୍ଦିର ଖୋଲିବ କି […]

ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର,୩/୮(ଏସଏସନିୟୁଜ) ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଆଜି ଖୋଲିଛି । ସ୍ୱତନ୍ତ୍ର ଗାଇଡଲାଇନ୍ ରେ ପର‌୍ୟ୍ୟଟକଙ୍କୁ ମିଳିଛି ପରିଭ୍ରମଣ ସୁବିଧା । ତେବେ କରୋନା କଟକଣା ମଧ୍ୟରେ ପର‌୍ୟଟକ ମାନେ ଚିଡିଆଖାନାର ମଜା ଉଠାଇ ପାରିବେ ।ଏଥିନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଏହାସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ ମଧ୍ୟ କରାଯାଉଛି । ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ ଉପରେ ରୋକ୍ […]

ବାସନ୍ଦ ହେଲେ ସରପଞ୍ଚ

ସାକ୍ଷୀଗୋପାଳ,୨/୮(ଏସଏସନିୟୁଜ)ଲୋକମାନେ ବାଛିଥିଲେ ସେମାନଙ୍କ କାମ କରିବାପାଇଁ ।ଆପଦବିପଦରେ ପାଖରେ ଛିଡାହେବାପାଇଁ ।ଗ୍ରାମର ଉନ୍ନତି ପାଇଁ, କିନ୍ତୁ ସେଭଳି ହେଲାନାହିଁ ।ଲୋକଙ୍କ ଉନ୍ନତି ବଦଳରେ ନିଜର ଉନ୍ନତି ପାଇଁ ବିଶେଷଧ୍ୟାନ ଦେଲେ ସରପଂଚ ।ଶେଷରେ ସରପଂଚଙ୍କୁ ବାସନ୍ଦ ହେବାକୁ ପଡିବାକୁ ପଡିବ ସେ ଜାଣିନଥିଲେ । ଏହିଭଳି ଏକ ଘଟଣା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଏକ ଗ୍ରାମ ପଞ୍ଚାୟତରେ ଘଟିଥିବାର ଚର୍ଚ୍ଚା ଯୋରଧରିଛି । ସରପଞ୍ଚ ଜଣଙ୍କ ଗ୍ରାମମାନଙ୍କର ବିକାଶପାଇଁ ସେଭଳି କାର‌୍ୟ୍ୟ ନ କରିବା ସହ ହାତଗୁଞ୍ଜା […]

ଫିଟୁଛି ଦୁର୍ନୀତିର ଗୁମର

୧-କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨-ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ, ନିଯୁକ୍ତି ପାଇଁ ୧୦ ଲକ୍ଷ ମାଗିଥିଲେ ବିରଞ୍ଚି ସାହୁ ୩-ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ୟୁଏସ ରିପବ୍ଲିକାନର ରିପୋର୍ଟରେ ବାହାରିଲା ଚୀନ୍ ଲ୍ୟାବର ସତ, ପ୍ରମାଣ ନଷ୍ଟ କରିଥିବା ନେଇ ଆମେରିକା କଲା ଦାବି […]

ପୂର୍ବତନ ପ୍ରଶାସକ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ.

ଭୁବନେଶ୍ୱର,୨/୮(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସହ କାର୍ଯ୍ୟକାରୀ ସଭାପତି ଓ ଅଧ୍ୟକ୍ଷ ଭାବେ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ୱ ନିର୍ବାହ କରିବେ । ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ ଉପେନ୍ଦ୍ର.ା ଗଞ୍ଜାମ ଜିଲ୍ଲାର ରମ୍ଭା ନିକଟ କହକପୁରରେ ଜନ୍ମିତ ଶ୍ରୀ ତ୍ରିପାଠୀ କର୍ଣ୍ଣାଟକ କ୍ୟାଡର୍ ୧୯୮୦ ବ୍ୟାଚ୍ ଆଇଏଏସ୍ ଅଫିସର୍ ଭାବେ କାର୍ଯ୍ୟାରମ୍ଭ କରିଥିଲେ […]

ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ୱର,୨/୮(ଏସଏସନିୟୁଜ) ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଆମ୍ରି ହସ୍ପିଟାଲରେ ସଂଧ୍ୟା ୭ଟା ୨୦ରେ ପରଲୋକ ଘଟିଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ୩ଥର ଏନସିପିରୁ ଥରେ ଓଜିପିରୁ ଏବଂ ଥରେ ସ୍ୱାଧୀନ ଭାବରେ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।

ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ,୨/୮(ଏସଏସନିୟୁଜ) ଗୁଣି ସନ୍ଦେହରେ ଗାଁର ଲୋକମାନେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଭଳି ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ ଘଟିଛି । ରବିବାର ଦିନ ବୁଧୁରାମ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ମିଳିପାରିନାହିଁ । ଏ ଘଟଣା‌ରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗତ ୩ମାସ ତଳେ ଏକଭୋଜିରେ ଆଦିବାସୀ ସାହିର୩ଜଣ ବୁଧୁରାମ […]

ଡେଙ୍ଗୁ ସଚେତନତା ପଦଯାତ୍ରା

ଜଟଣୀ, ୨/୮(ଏସଏସନିୟୁଜ) ବିଏମସି ଓ ସିଏମସିରେ ଡେଙ୍ଗୁ ର ପ୍ରକୋପ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଜଟଣୀ ପୌରପରିଷଦ ପକ୍ଷରୁ ଡେଙ୍ଗୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୌରପ୍ରଶାସନ ଦେବବ୍ରତ ସାହୁ ଙ୍କ ନେତୃତ୍ବରେ ଓ ଷଣ୍ଢପୁର ମହିଳା ଆରୋଗ୍ୟ ମହିଳା ସମିତି ଆୟୋଜନରେ ଡେଙ୍ଗୁ ସଚେତନତା ପଦଯାତ୍ରାରେ ୱାର୍ଡର ସମସ୍ତ ସ୍ୱଚ୍ଛସାଥୀ ଏବଂ ପ୍ରତ୍ୟକ ୱାର୍ଡର ସ୍ୱଚ୍ଛ ସୁପରଭାଇଜରଙ୍କ ସହିତ ଆଶା ଦିଦି ମାନେ ସାମିଲ ହୋଇ ଜଟଣୀ ସହର […]