ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ୱର,୨/୮(ଏସଏସନିୟୁଜ) ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଆମ୍ରି ହସ୍ପିଟାଲରେ ସଂଧ୍ୟା ୭ଟା ୨୦ରେ ପରଲୋକ ଘଟିଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ୩ଥର ଏନସିପିରୁ ଥରେ ଓଜିପିରୁ ଏବଂ ଥରେ ସ୍ୱାଧୀନ ଭାବରେ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।

Comments (0)
Add Comment