Browsing category

ମହାନଗର

ହଟିବନି ଐତିହାସିକ ଘୋଡ଼ା

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଐତିହାସିକ ଘୋଡ଼ା ସ୍ଥାନାନ୍ତର ହେବନି ବୋଲି ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଘୋଡା ସେଠାରୁ ହଟିବ ନାହିଁ ବୋଲି କହିଛନ୍ତି । ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ା ଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ […]

ମହମ୍ମଦ ସିକନ୍ଦର ଆଲାମଙ୍କ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ)ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ଵର୍ଗତ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ୱର୍ଗତ ସିକନ୍ଦର ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ଜଣାଶୁଣା ଗାୟିକା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ଆଲାମ୍‌ଙ୍କ […]

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମମତା ବାନାର୍ଜୀ

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ଭେଟିଛନ୍ତି । ଜନସଂଖ୍ୟା ଅଧାରରେ ପଶ୍ଚିମବଙ୍ଗକୁ କମ ଟୀକା ମିଳୁଥିବା ବେଳେ ଟୀକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମମତା ।ଏହାସହ ରାଜ୍ୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ମମତା ।ପ୍ରଧାନମନ୍ତ୍ରୀ ଏହା ଉପରେ ଚିନ୍ତା କରିବେ ବୋଲି କହିଥିବା କହିଛନ୍ତି ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା […]

ଘୁଞ୍ଚିଲା ଦ୍ୱିତୀୟ ଟି-୨୦

ଭୁବନେଶ୍ୱର,୨୭/୭(ଏସ ଏସ ନିୟୁଜ)ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି ।ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିବାକୁ ପଡିଛି ।ଫଳରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦ ଘୁଞ୍ଚିଛି।

ବେଆଇନ ପଥର ଖଣି ଉପରେ ଚଢ଼ାଉ କଲା ପୋଲିସ

ବେଗୁନିଆ, ୨୭/୭(ଏସଏସନିୟୁଜ) ବେଆଇନ ପଥର ଖଣି ଉପରେ ଚଢ଼ାଉ କରି ବେଗୁନିଆ ଥାନା ପୋଲିସ ଖଣି ଭିତରେ ଥିବା ଦୁଇଟି ଜେ ସି ବି କୁ ଜବତ କରିବାସହ ଚାଳକଦ୍ୱୟଙ୍କୁ ଗିରଫ କରିଛି । ରାଉତପଡା ଏବଂ ବାଲିବେରେଣିରେ ୩ ଟି ପଥରଖଣି ନିଲାମ ହୋଇଥିଲେ ମଧ୍ୟ ଆବଶ୍ୟକିୟ କାଗଜପତ୍ର ହୋଇନାହିଁ ।କିନ୍ତୁ ଏହି ବେଆଇନ ଖଣିରୁ ରାତିଅଧିଆ ପଥରକଟା ସାଙ୍ଗକୁ ବୁହା ଚାଲିଛି ।ଏହି ଅଭିଯୋଗ ପାଇବାପରେ ବେଗୁନିଆ ପୋଲିସ ଅଚାନକ ଚଢଉକରି ଖଣି ଭିତରେ […]

ସମ୍ବଲପୁର ସହରରେ ଜଘନ୍ୟ ହତ୍ୟାକାଣ୍ଡ

ସମ୍ବଲପୁର, ୨୭/୭(ଏସଏସନିୟୁଜ) ସୋମବାର ବିଳମ୍ବିତ ରାତିରେ ଧନୁପାଲି ଥାନା ଗୋବିନ୍ଦତଲା ପୁଲିସ କଲୋନି ପାଖ ହରିଓମ୍ ନଗରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘରେ ବନିତ ଯାଦବ, ତାଙ୍କ ପତ୍ନୀ ଓ ଦୀପକ ଯାଦବ ତିନିଜଣ ଶୋଇଥିବା ଅବସ୍ଥାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ଦୀପକ ଯାଦବ ନାମକ ଯୁବକକୁ ଭୁଜାଲିରେ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।ଏହାସହ ବନିତଙ୍କୁ ଘଟଣାସ୍ଥଳରୁ ଗୁରୁତର […]

ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର

୧– ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ୨– ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ ୩-କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ୪-ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର […]

ସ୍ମାମୀ ବାଡେଇ ତଡିଦେଲେ,ଥାନାର ଦ୍ୱାରସ୍ଥ ହେଲେ ମହିଳା

କଟକ,୨୬/୭(ଏସଏସନିୟୁଜ) ବୈଦିକରିତିରେ ହୋଇଥିଲା ବିଭାଘର ।ହସଖୁସିରେ ସମୟକଟୁଥିଲା ।୨ମାସରଗର୍ଭଧାରଣ ବିଷୟରେ ସ୍ୱାମୀ ଜାଣିବାପରେ ବ୍ୟବହାରରେ ପରବର୍ତନ ହୋଇଯାଇଥିଲା ।ଦିନକେଇଟାପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।ମାରଧରକରିବା ସହ ପିଲାଟିକୁ ନଷ୍ଟ କରିବାକୁ ବାଧ୍ୟ କରୁଥିଲେ ସ୍ୱାମୀ ।ଏପରିକି ବାଡେଇ ଘରୁବାହର କରିଦେଲେ ।ଯେତେବେଳେ ଜାଣିଲେ ସେ ଦ୍ୱିତୀୟ ବିବାହ କରିଛନ୍ତି ତାଙ୍କ ପାଦତଳୁ ମାଟି ଖସିପଡିଥିଲା ।ଶେଷରେମହିଳା ଜଣଙ୍କ ନ୍ୟାୟପାଇଁ ଓ ନିଜର ହକ ପାଇଁ କଟକସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ଏହିପରି କି, ୨୦୨୧ମେ୨୦ତାରିଖରେ […]

ପରିବାର ଲୋକ ନେଲେ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର,୨୬/୭(ଏସଏସନିୟୁଜ) ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପୋଡି ଯାଇଥିବା କାରଣରୁ ହିଁ ହୋଇଛି । ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା କାରଣରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସୌମ୍ୟଙ୍କ ପାକସ୍ଥଳୀ ସମ୍ପୂର୍ଣ୍ଣ ଭାବରେ ଖାଲି ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପାକସ୍ଥଳୀରୁ କୌଣସି ଗନ୍ଧ ଆସୁନଥିବା ମଧ୍ୟ କୁହାଯାଇଛି । ଏହା ସହିତ ଶବ ବ୍ୟବଚ୍ଛେଦର […]

ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକର ଦାୟିତ୍ୱ

ଭୁବନେଶ୍ୱର,୨୬/୭(ଏସଏସନିୟୁଜ) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ  ଦାୟିତ୍ୱ ଦେଇଛି କେନ୍ଦ୍ର ବିଜେପି । କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ,ଏହାଉପରେ ଆଶାୟୀମାନଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର । କର୍ଣ୍ଣାଟକର ୪ ଥର […]