Browsing category

ମହାନଗର

ଫେସବୁକରୁ ପ୍ରେମ,ଆଉ ତାପରେ ପ୍ରତାରଣା

କଟକ, ୨୬/୭(ଏସଏସନିୟୁଜ) ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ ।ତାପରେ ସମ୍ପର୍କ ନିବିଡ ହେବାପରେ ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ଅନେକ ଥର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।ଶେଷରେ ବିବାହ କରିବାକୁ ଯିଦ ଧରିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିଦେଇଥିଲେ ।ଏହିଭଳି ଅଭିଯୋଗ ଜଗତପୁର ଥାନାରେ ପୀଡିତା ଛାତ୍ରୀ ଜଣଙ୍କ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଗତ ୨ ବର୍ଷ ତଳେ ଛାତ୍ରୀ ଜଣଙ୍କ ସହିତ […]

ବ୍ଲକ ସମ୍ମୁଖରେ ବିକ୍ଷୋଭ କଲେ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ) ସୋମବାର ଦିନ ଅଖିଳ ଭାରତ କ୍ଷେତ ମଜଦୁର ୟୁନିଅନ ଚନ୍ଦକା ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବି ଡ଼ି ଓ ରମେଶ ଚନ୍ଦ୍ର ସେଠିଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୈନିକ ମଜୁରୀ 600 ଟଙ୍କା ସହିତ 200 ଦିନର କାମର ଗ୍ୟାରେଣ୍ଟି ମଜୁରୀ ପ୍ରଦାନରେ ଜାତି ଭିତିକ ଭେଦଭାବ ନକରିବା […]

ଦେଶର ପ୍ରଥମ ସହର ଭାବରେ ପୁରୀରେ Drink from Tap

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ) ଆଜି ପୁରୀରେ Drink from Tap ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ବାରା ପୁରୀର ଜନସାଧାରଣ tapରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇଲେ । ପିଇବା ପାଣିକୁ ଗଛିତ କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ […]

ଥାଳି ବାଡେଇ ପ୍ରତିବାଦ କଲେ ଅଟୋ ମାଲିକ ସଂଘ

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ)ରାସ୍ତା ଉପରେ ଥାଳି ବଜାଇ ଅଟୋ ଚାଳକମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଅଟୋ ସଙ୍ଘ ତରଫରୁ ଏହି ପ୍ରତିବାଦ କରାଯାଇଛି।ଅଟୋ ମାଲିକମାନେ ଫାଇନାସସ କମ୍ପାନୀ ରୁ ଋଣ କରି ଅଟୋ ଆଣିଛନ୍ତି।କିନ୍ତୁ କରୋନା ପାଇଁ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ଉପାର୍ଜନ ର ପ୍ରନ୍ଥା ବନ୍ଦ ରହିଛି । ଫାଇନାସରୁ ରିହାତି ଦେବା ପାଇଁ ମୁଖ୍ୟମନ୍ତ୍ରୀଘୋଷଣା କରିଥିଲେ ମଧ୍ୟ ଫାଇନାଶ କମ୍ପାନୀମାନେ ଅନ ଲାଇନ ଅଟୋ ଚାଳକ ଉପରେ […]

ଉଦ୍ଧାରହେଲା ବିରଳ ପ୍ରଜାତିର କଇଁଛ

ଭୁବନେଶ୍ୱର, ୨୬/୭(ଏସଏସନିୟୁଜ) ରସୁଲଗଡ ଜିଜିପି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର କରିଛି ସିଟି ଫରେଷ୍ଟ । ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ବିରଳ କଇଁଛ ଛୁଆ ଜିଜିପି କଲୋନୀରେ ବୁଲୁଥିବାବେଳେ କିଛି କୁକୁର କଇଁଛକୁ ଖାଇବାକୁ ଚେଷ୍ଟା କରୁଥିଲେ ।ନିଜକୁ ବଂଚାଇବାକୁ ଯାଇ କଇଁଛଟି ସଙ୍ଗୀତା ନାୟକଙ୍କ ଅଗଣା ଫାଟକ ଭିତରକୁ ପସି ଯାଇଥିଲା ।ପରିବାରପକ୍ଷରୁ ଖବରପାଇ ସିଟିଫରେଷ୍ଟ କର୍ମଚାରୀମାନେ ଆସି କଇଁଛକୁ ଉଦ୍ଧାର କରିଥିଲେ ।

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ, ୨୬/୭(ଏସଏସନିୟୁଜ) ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାସେଲି ସାହି ଥାନା ଅର୍ନ୍ତଗତ ଓଡ଼ିଆ ମଠ ନିକଟରେ ରହୁଥିବା ଜିତେନ୍ଦ୍ର ପୁରୋହିତ ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଜିତେନ୍ଦ୍ର ଜଣେ ଶିଳ୍ପୀ କାରିଗର ହୋଇଥିବାବେଳେ ପୂର୍ବରୁ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ଦୁର୍ବୃତ୍ତମାନେ ଜିତେନ୍ଦ୍ର ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣି ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଚିକିସ୍‌। ପାଇଁ ଚେୟାରରେ ବୁହାହୋଇ ଗଲେ ମହିଳା

ସୁନ୍ଦରଗଡ଼, ୨୬/୭(ଏସଏସନିୟୁଜ) ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ ମହିଳାକୁ ଚିକିସ୍‌ାପାଇଁ ଚେୟାରରେ ବୋହି ବୋହି ଡାକ୍ତରଖାନା ନେଲେ ସ୍ଥାନୀୟ ଲୋକ । ଗାଁକୁ ଆମ୍ବୁଲାନ୍ସ ନଆସିପାରି ଅଧା ବାଟରେ ଅଟକିବା ଯୋଗୁ ଏପରି କରିଛନ୍ତି ଗ୍ରାମବାସୀ ।ଏହିଭଳି ଚିତ୍ର ସୁନ୍ଦରଗଡ଼ର କୋଇଡ଼ାରେ ଦେଖେିବାକୁ ମିଳିଛି । ଶୁକ୍ରବାର ରାତିରେ ହାତୀ ୫ଟି ଘର ଭାଙ୍ଗିବା ସହ ସୁନୀତା ମୁଣ୍ଡା ନାମକ ମହିଳାଙ୍କୁ ଟେକି ଫୋଫାଡ଼ି ଦେଇଥିଲା ।ଫଳରେ ସୁନୀତା ମୁଣ୍ଡା ଗୁରୁତର […]

ପୁଣି ଖୋଲିଲା ହୀରାକୁଦର ଦୁଇଟି ଗେଟ

ସମ୍ବଲପୁର,୨୬/୭(ଏସଏସନିୟୁଜ)ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହୋଇଛି । ରବିବାର ରାତିରେ ହୀରାକୁଦ ଜଳସ୍ତର ପୁଣିଥରେ ୬୦୯ ଫୁଟ୍ ଅତିକ୍ରମ କରିଛି। ଏହି କାରଣରୁ ଡ୍ୟାମ୍‌ରେ ଆଉ ୨ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୬ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୨୬,୭୦୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ […]

ପାଇକ ବିଦ୍ରୋହର ଗାଥା

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍। ୩-ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । ୪-ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି […]

ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବାକୁ ଦାବି କଲା ବିଜେପି

ଭୁବନେଶ୍ବର, ୨୫/୭(ଏସଏସନିୟୁଜ)ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର ନକରାଇଲେ ରାଜ୍ୟ ନିର୍ବାଚନ କମିସନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପଛାଇବନାହିଁ ବୋଲି ଚେତାବନୀ ଦେଇଛି ବିଜେପି ।ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।ସେ ଅହୁରି ଅଭିଯୋଗ କରିଛନ୍ତି ଯେ, ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ଓ ପୌର ସମୟ ଅବଧି ୫ […]