ଚିକିସ୍‌। ପାଇଁ ଚେୟାରରେ ବୁହାହୋଇ ଗଲେ ମହିଳା

ସୁନ୍ଦରଗଡ଼, ୨୬/୭(ଏସଏସନିୟୁଜ) ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ ମହିଳାକୁ ଚିକିସ୍‌ାପାଇଁ ଚେୟାରରେ ବୋହି ବୋହି ଡାକ୍ତରଖାନା ନେଲେ ସ୍ଥାନୀୟ ଲୋକ । ଗାଁକୁ ଆମ୍ବୁଲାନ୍ସ ନଆସିପାରି ଅଧା ବାଟରେ ଅଟକିବା ଯୋଗୁ ଏପରି କରିଛନ୍ତି ଗ୍ରାମବାସୀ ।ଏହିଭଳି ଚିତ୍ର ସୁନ୍ଦରଗଡ଼ର କୋଇଡ଼ାରେ ଦେଖେିବାକୁ ମିଳିଛି । ଶୁକ୍ରବାର ରାତିରେ ହାତୀ ୫ଟି ଘର ଭାଙ୍ଗିବା ସହ ସୁନୀତା ମୁଣ୍ଡା ନାମକ ମହିଳାଙ୍କୁ ଟେକି ଫୋଫାଡ଼ି ଦେଇଥିଲା ।ଫଳରେ ସୁନୀତା ମୁଣ୍ଡା ଗୁରୁତର ଆହତ ହୋଇଥିଲେ ମଧ୍ୟ ବନବିଭାଗ କର୍ମଚାରୀମାନଙ୍କର ରବିବାର ପର୍ଯ୍ୟନ୍ତ ଦେଖାମିଳିନଥିଲା ।ଫଳରେ ସ୍ଥାନିୟ ଲୋକ ଆମ୍ବୁଲାନ୍ସକୁ ଡକାଇ ମହିଳାଙ୍କୁ ଚିକିସ୍‌।ପାଇଁ ଡାକ୍ତରଖାନା ନେବାକୁ ଉଦ୍ୟମ କରିଥିଲେ । ରାସ୍ତା ନଥିବାରୁ ଅଧାରୁ ଅଟକିଥିଲେ ଆମ୍ବୁଲାନ୍ସ ।ଫଳରେ ଗ୍ରାମବାସୀମାନେ ଚେୟାରରେ ବୁହାଇ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ ।

Comments (0)
Add Comment