ସ୍ମାମୀ ବାଡେଇ ତଡିଦେଲେ,ଥାନାର ଦ୍ୱାରସ୍ଥ ହେଲେ ମହିଳା

କଟକ,୨୬/୭(ଏସଏସନିୟୁଜ) ବୈଦିକରିତିରେ ହୋଇଥିଲା ବିଭାଘର ।ହସଖୁସିରେ ସମୟକଟୁଥିଲା ।୨ମାସରଗର୍ଭଧାରଣ ବିଷୟରେ ସ୍ୱାମୀ ଜାଣିବାପରେ ବ୍ୟବହାରରେ ପରବର୍ତନ ହୋଇଯାଇଥିଲା ।ଦିନକେଇଟାପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।ମାରଧରକରିବା ସହ ପିଲାଟିକୁ ନଷ୍ଟ କରିବାକୁ ବାଧ୍ୟ କରୁଥିଲେ ସ୍ୱାମୀ ।ଏପରିକି ବାଡେଇ ଘରୁବାହର କରିଦେଲେ ।ଯେତେବେଳେ ଜାଣିଲେ ସେ ଦ୍ୱିତୀୟ ବିବାହ କରିଛନ୍ତି ତାଙ୍କ ପାଦତଳୁ ମାଟି ଖସିପଡିଥିଲା ।ଶେଷରେମହିଳା ଜଣଙ୍କ ନ୍ୟାୟପାଇଁ ଓ ନିଜର ହକ ପାଇଁ କଟକସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଘଟଣା ଏହିପରି କି, ୨୦୨୧ମେ୨୦ତାରିଖରେ ମଚେଂଶ୍ୱରଥାନା ଅର୍ନ୍ତଗତ ଟାଙ୍ଗିବନ୍ତ ଗ୍ରାମର ସୁନାକର ଜେନାଙ୍କୁ ତେଲେଙ୍ଗାପେଂଠ ନଛିପୁର ଗ୍ରାମର ସୁର୍ଣପ୍ରିୟାବାରିକ ବୈଦିକରିତିରେ ବିବାହ କରିଥିଲେ । ସୁନାକରଙ୍କ ନିଜ ଘରଥିବାସତ୍ୱେ ସୁର୍ଣପ୍ରିୟାଙ୍କୁ ଧରି ନୁଆପାଟଣା ଗ୍ରାମରେ ଘରଭଡା କରି ରହୁଥିଲେ ।ଧିରେଧିରେ ହସଖୁସିର ସଂସାରରେ କଳାବାଦଲ ଢାଙ୍କିବା ଆରମ୍ଭ କରିଥିଲା ।ଦିନକେଇଟା ପରେ ସ୍ୱାମୀ ଦାମିଦାମି ଜିନିଷ ଆଣିବାକୁ ସୁର୍ଣପ୍ରିୟା ଉପରେ ଚାପ ପକାଇବା ସହ ମାରଧର ମଧ୍ୟ କରିବାକୁ ଲାଗିଲେ ।ଯେତେବେଳେ ସୁର୍ଣପ୍ରିୟା ୨ମାସର ଗର୍ଭବତୀ ଜାଣିବାକୁ ପାଇଲେ ସେତେବେଳେ ସ୍ୱାମୀଙ୍କ ରାଗ ବଢିଯାଇଥିଲା ।ଗର୍ଭସ୍ଥ ପିଲାକୁ ମାରିବାକୁ ବାଧ୍ୟ କରିଥିଲେ ।ଏହାଭିତରେ ସୁନାକରଙ୍କ ପତ୍ନୀଥାଇ ତାଙ୍କୁ ଦ୍ୱିତୀୟ ବିବାହ କରିଥିବାର ସୁର୍ଣପ୍ରିୟା ଜାଣିସାରିଥିଲେ ।ଶେଷରେ ଶାଶୁଶଶୁରଙ୍କୁ ଘରକୁ ଡାକି ତାଙ୍କୁ ମଧ୍ୟ ମାରଧରକରି ସୁର୍ଣପ୍ରିୟାଙ୍କୁ ଘରୁବାହାର କରିଦେଇଥିଲେ ।ନିରାଶ ହୋଇ ଏ ବିଷୟରେ ପାହଳଫାଣ୍ଡିରେ ଲିଖିତ ଅଭିଯୋଗ କରି ବାପ ଘରକୁ ପାଳାଇଆସିଥିଲେ ସୁର୍ଣପ୍ରିୟା ।ଏହାପରେ ମଧ୍ୟ ଶଶୁରଘରକୁଯାଇ କେଶ ନକରିବାକୁ ଧମକ ଦେବାକୁ ପଛାଉନାହାନ୍ତି ସୁନାକର ବୋଲି ସୁର୍ଣପ୍ରିୟା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।୪୨୫/୨୧ରେ ଏକ ମକଦ୍ଦମାରୁଜୁକରି ପୋଲିସ ତଦନ୍ତ ଅରମ୍ଭ କରିଛି ।

 

Comments (0)
Add Comment