Browsing category

ମହାନଗର

ଚାଷ ପାଇଁ ଲକ୍ଷେ କୋଟି

ଭୁବନେଶ୍ୱର,୮/୭(ଏସଏସନିୟୁଜ) ଗତକାଲି କେନ୍ଦ୍ର କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ ହୋଇଛି ।ଏହାପରେ ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ କ୍ୟାବିନେଟ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଘୋଷଣା କରିଛନ୍ତି । ମଣ୍ଡି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଓ ଏପିଏମସି ଏବଂ ମଣ୍ଡି ବ୍ୟବସ୍ଥା ପୂର୍ବପରି ବଳବତ୍ତର ରହିବ ବୋଲି ତୋମର ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ   ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି । ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏବର୍ଷ ମଧ୍ୟ ଯେପରି ରଥଯାତ୍ରା ସୁଚାରୁ ରୂପେ ପାଳିତ ହେବ ଏବଂ ଭକ୍ତ ମାନେ ଘରେ […]

ୟୁଥ ଫୋର ଆକ୍ସନର କାର୍ଯ୍ୟକାରିଣୀ କମିଟି ଘୋଷଣା

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ଯୁବଶକ୍ତିକୁ ଅଧିକ ସଂଗଠିତ କରି ସକାରାତ୍ମକ ମାର୍ଗରେ ଆଗେଇନେବାକୁ ସ୍ୱାମୀ ବିବେକାନନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଏବଂ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ୧୨ ଜାନୁୟାରୀ ୨୦୨୦ ରେ ଯୁଥ ଫର୍ ଆକ୍ସନ ( ୟୁଥ ଫୋର ଆକ୍ସନ ) ସଂଗଠନର ଆରମ୍ଭ ହୋଇଥିଲା । ଏହି ଅଣରାଜନୈତିକ ଯୁବ ସଂଗଠନ ସମିତି ପଞ୍ଜିକରଣ ଅଧିନିୟମ ୧୮୬୦ ଦ୍ଵାରା ପଞ୍ଜିକୃତ ଅଟେ ଓ ବିଗତ ୧୨ […]

ସୁରକ୍ଷା ଭତ୍ତା ଦିଅ ନଚେତ ଆନ୍ଦୋଳନ : ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର, ୮/୭(ଏସଏସନିୟୁଜ)କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର । କରୋନା କିଛି ଲୋକଙ୍କ ଜୀବନନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି । ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲାଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି । ଯଦି ଲକଡ଼ାଉନ ଓ ସଟଡାଉନ ଏକମାତ୍ର ବିକଳ୍ପ, ତେବେଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି ? ଜର୍ମାନ, ଆମେରିକା ଭଳି ଦେଶରେଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି […]

ଓଡିଶାର ଅଲମ୍ପିୟାନଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୭(ଏସଏସନିୟୁଜ) ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିୟାନ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, […]

ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୮/୭(ଏସଏସନିୟୁଜ) ଗତକାଲି ମୋଦୀଙ୍କ ମନ୍ତ୍ରିମଣ୍ଡଳ ହୋଇଥିବା ସମ୍ପ୍ରସାରଣରେ ଓଡିଶାରୁ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର ଦାୟିତ୍ୱ ଦିଆଯିବାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।ଆଜି ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ୨୦୧୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ପୂର୍ବତନ ଆଇଏଏସ […]

ଦ୍ୱିତୀୟ ଡୋଜ୍ ନେବା ପରେ ସ୍ୱାମୀମୃତ, ଗୁରୁତର ଅବସ୍ଥାରେ ସ୍ତ୍ରୀ

ନିମାପଡା, ୮/୭(ଏସଏସନିୟୁଜ) ମୁରାରିପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ । ଦ୍ୱିତୀୟ ଡୋଜ୍ ନେବା ଦିନ ଦୁଇଜଣ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।ଜ୍ୱର ନକମିବାରୁ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଚିକିତ୍ସା ହେଉଥିଲେ । ତେବେ ବୁଧବାରଦିନ ସ୍ୱାମୀଙ୍କର ମୃତ୍ୟୁ ଘଟିବାରୁ ସତ୍ୟନଗର ଶ୍ମଶାନରେ ପରିବାର ବର୍ଗଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଶବ ସଂସ୍କର କରାଯାଇଥିଲା ।ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତକଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ରହିଥିବାର ଜଣାପଡିଛି […]

ଠକିଦେଲେ,ଶେଷରେ ବନ୍ଧାହେଲେ ପୋଲିସବାବୁ

ଯାଜପୁର ,୮/୭(ଏସଏସନିୟୁଜ) ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ପୋଲିସ କର୍ମଚାରୀଜଣଙ୍କ ମନା କରିବାପରେ ଦୁଷ୍କର୍ମ ଭଳି ଅଭିଯୋଗ ଧର୍ମଶାଳା ଥାନାରେ କରିଛନ୍ତି ଜଣେ ମହିଳା । ପୋଲିସ ଉଭୟଙ୍କୁ ଡାକ୍ତରୀମାଇନା କରିବାପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଓଏପିଏଫ ଶ୍ୟାମସୁନ୍ଦର କିସ୍କୋ ଙ୍କୁ ଗିରଫ କରିଛି । ଧର୍ମଶାଳ ଥାନାରେ ଶ୍ୟାମସୁନ୍ଦର କିସ୍କୋ ଥିଲାବେଳେ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ତାଙ୍କର ପ୍ରେମ […]

ପରଲୋକରେ ବୀରଭଦ୍ର ସିଂହ

ଭୁବନେଶ୍ୱର,୮/୭(ଏସଏସନିୟୁଜ) ହିମାଚଳପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ଆଜି ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଏପ୍ରିଲ୍ ଏବଂ ଜୁନ୍ ମାସରେ ଦୁଇ ଦୁଇଥର କରୋନାରେ ସଂକ୍ରମିତ ହୋଇଥିଲେ । ବୀରଭଦ୍ର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୯ ଥର ବିଧାୟକ ଏବଂ ୫ ଥର ସାଂସଦ ସହ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ […]

କରୋନା ସଂକ୍ରମିତ ଚିହ୍ନଟ ୨୫୪୨.ମୃତ୍ୟୁ ୫୭

ଭୁବନେଶ୍ୱର,୮/୭(ଏସଏସନିୟୁଜ) ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୦୮୪ ରହିଛି। ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କଟକରୁ ୪୨୮ ଓ ତାପଛକୁ ଖୋର୍ଦ୍ଧାରୁ ୪୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେହିଭଳିଭାବେ ରାଜ୍ୟରେ ଗତ […]