Browsing category

ମହାନଗର

କୁମ୍ଭିର ପାଇଁ ପୁରସ୍କାର

ବଡମ୍ବା ,୧୮/୭(ଏସଏସନିୟୁଜ) କୁମ୍ଭିର ପାଇଁ ପୁରସ୍କାର ଘୋଷଣା କରିଛି ବନବିଭାଗ । କୁମ୍ଭିରକୁ ଧରି ବନବିଭାଗକୁ ହସ୍ତାନ୍ତର କଲେ ବନବିଭାଗ ଦେବ ପୁରସ୍କାର । ଏହିଭଳି ଘଟଣା ବଡମ୍ବା ଅଞ୍ଚଳରେ ହୋଇଛି ।କୁମ୍ଭିରକୁ ନେଇ ବଡମ୍ବା ଅଞ୍ଚଳର ଲୋକମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି ।ନଦୀରେ କୁମ୍ଭିର ଦେଖାଯିବାପରେ ଲାକେମାନଙ୍କ ମଧ୍ୟରେ ଭାଳେଣୀ ପଡିଛି । ମହାନଦୀରେ ହିରାକୁଦରୁ ପାଣି ଅ।ସିବା ପରେ କୁମ୍ଭିରକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଛନ୍ତି ।

ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୮/୭(ଏସ ଏସ ନିୟୁଜ) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।ଏସ୍ ପି ଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ।ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

ଶାଢିରେ ଗଞ୍ଜେଇ

କଳାହାଣ୍ଡି, ୧୮/୭(ଏସଏସନିୟୁଜ) ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେସିଙ୍ଗା ଆଦର୍ଶ ଥାନା ପୋଲିସ୍ । ଗତକାଲି ପୋଲିସ ଗାଡିମଟର ଯାଂଚ କରୁଥିବାବେଳେ ଶାଢି ବୋଝେଇ ବୋଲେରୋକୁ ରୋକିବାପରେ ନୁଆ ତରିକାରେ ଶାଢି ପ୍ୟାକେଟ ଭିତରେ ଗଞେଇ ଚାଲଣର ପର୍ଦାଫାସ କରିଥିଲା ।ଏହିଘଟଣାରେ ବିହାର ଅଂଚଳର ଡ୍ରାଇଭର, ଜଣେ ଯୁବତୀ ଓ ଅନ୍ୟ ଏକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

କାଲିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ସଂସଦର ମୌସୁମୀ ଅଧିବେଶନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୩ରେ ଶେଷ ହେବ। ଲୋକସଭା ଓ ରାଜ୍ୟସଭାରେ ଦିନ ୧୧ଟାରୁ ସଂଧ୍ୟା ୬ଟା ଯାଏ ଗୃହ କାର‌୍ୟ୍ୟ ଚାଲୁ ରହିବା ସହ ଏଥିରେ ୧୯ଟି କାର‌୍ୟ୍ୟ ଦିବସ ରହିବ।ଏଥିନିମନ୍ତେ ଆଜି ସର୍ବଦଳୀୟ ବୈଠକ ବସିବ । କରୋନା ସମୟରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି।

ଧରାପଡିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ଖୋର୍ଦ୍ଧାରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଦୁଇ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଖୋର୍ଦ୍ଧା ରଣପୁର ସୀମାରୁ ଏମାନଙ୍କୁ ଗିରଫ କରିଛି ଏସଟିଏଫ୍ ।

ବିଦ୍ରୋହୀ ବିଧାୟକ

୧–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ୨–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ୩–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର […]

ଜୁଲାଇ ୨୬ରୁ ପାଠପଢା

  ଭୁବନେଶ୍ୱର,୧୭/୭(ଏସ ଏସ ନିୟୁଜ)ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମେଟ୍ରିକ ପରୀକ୍ଷା ହେବ। ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍ ସ୍କାନିଂ କରାଯିବ। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମେଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷଣ କରାଯିବ। ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ […]

ଜାରି ହେଲା ଗାଇଡ଼ଲାଇନ

ବାରଙ୍ଗ,୧୭/୭(ଏସଏସନିୟୁଜ) ୨୦୨୧-୨୨ ମସିହା ପାଇଁ ଟଏଉର ନୂଆ ଗାଇଡଲାଇନ ଜାରି କରିଛି । ଜୁଲାଇ ୩୧ ପୂର୍ବରୁ ସମସ୍ତ ଯୁକ୍ତ ଦୁଇ ଫଳାଫଳ ବାହାର କରିବା ସହ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ୱର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାସହ ଅକ୍ଟୋବର ୩୧ ସୁଦ୍ଧା ବଳକା ସିଟ୍ ପାଇଁ ନାମଲେଖା ଶେଷ କରିବାକୁ ଓ ଅକ୍ଟୋବର ପହିଲାରୁ ପାଠପଢା ପାଇଁ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ […]

କାଞ୍ଜିଆ ନେଲା ପୁଣି ଜଣଙ୍କ ଜୀବନ

ବାରଙ୍ଗ,୧୭/୭(ଏସଏସନିୟୁଜ) କାଞ୍ଜିଆ ହ୍ରଦରେ ବୁଡି ରଘୁନାଥପୁର ଗ୍ରାମର ବିବେକା ନନ୍ଦ ରାଉତ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ବିବେକା ନନ୍ଦ ବଟାନିକାଲ ଗାର୍ଡେନରେ ଅସ୍ଥାୟୀ କର୍ମଚାରୀ ଭାବେ କାର‌୍ୟ୍ୟ କରୁଥିଲେ ।ସବୁଦିନଭଳି ଶନିବାର ସକାଳେ ବଟାନିକାଲ ଗାର୍ଡେନକୁ କାମ କରିବାକୁ ଯାଇଥିବାବେଳେ କାଞ୍ଜିଆ ହ୍ରଦରେ ଗାଧୋଇଥିଲେ ।ଗାଧେଇବାବେଳେ ଅସାବଧାନତା ଯୋଗୁ ତାଙ୍କ ଗୋଡ ଖସିଯାଇଥିଲା ।ଖବରପାଇ ପରିବାରଲୋକ ନନ୍ଦନକାନନଥାନାକୁ ଏବିଷୟରେ ଜଣାଇବାସହ ବହୁ ଖୋଜ ଖୋଜି ପରେ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ । […]

ଟୋକିଓ ଅଲିମ୍ପିକକୁ କରୋନା ଆଟାକ୍

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ୨୩ ଜୁଲାଇରୁ କ୍ରୀଡାର ମହାକୁମ୍ଭ ଆରମ୍ଭ ହେବ । ୧୩ ଜୁଲାଇରୁ ଅଲିମ୍ପିକ ଗ୍ରାମ ଖୋଲାଯାଇଥିଲା । ଖେଳ ଗାଁରେ ପ୍ରତିଦିନ ଖେଳାଳୀମାନଙ୍କର କୋଭିଡ ଯାଞ୍ଚ ହେଉଛି । ତେବେ ଟୋକିଓ ଅଲିମ୍ପିକରେ କରୋନା ଆଟାକ୍ ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସ୍କ୍ରିନିଂ ଟେଷ୍ଟ୍ ବେଳେ ସମ୍ପୃକ୍ତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅଲିମ୍ପିକ କ୍ରୀଡ଼ା ଆୟୋଜନରେ ସାମିଲଥିବା ବିଦେଶରୁ ଆସିଥିବା ଜଣେ ପର୍ଯ୍ୟବେକ୍ଷକ କରୋନାରେ […]