Browsing category

ମହାନଗର

ବନ୍ଦ ହେଲା କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ଭୁବନେଶ୍ୱରରେ ଚାଲୁ ରହିଥିବା ୧୩ଟି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ମଧ୍ୟରୁ ୫ଟି କୋଭିଡ୍ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରିଛି ବିଏମସି ।କରୋନା ରୋଗୀମାନଙ୍କ ସଂଖ୍ୟା ହ୍ରାସପାଉଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି ।ଏବେ ସମ୍‌, ଆଦିତ୍ୟ ଅଶ୍ୱିନୀ ଓ କିମ୍ସ ଆଦି ୩ଟି କୋଭିଡ୍ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି ।

ପୂର୍ଣ୍ଣ କ୍ଷମତାରେ ଚାଲିବ ଅଫିସ୍

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ଅଫିସ୍ ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବା ନେଇ ନିର୍ଦ୍ଦେଶ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କର୍ମଚାରୀମାନେ ପ୍ରାୟତଃ ଟିକା ନେଇସାରିଥିବାରୁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି।ଏହାସହ ପ୍ରତି ଶନିବାର ରାଜ୍ୟ ସରକାରଙ୍କ ଅଧୀନ ସବୁ ଅଫିସ୍ ବନ୍ଦ ରହିବବୋଲି ଜଣାପଡିଛି ।

ହିସାବ ମାଗିଲେ

୧. କରୋନା ସଂକ୍ରମଣ ହ୍ରାସ ପରେ ହଟିଛି କଟକଣା । ପ୍ରଥମେ ଜିଲ୍ଲା ଭିତରେ, ଏବେ ବାହାର ଜିଲ୍ଲାକୁ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସ୍ମାର୍ଟସିଟି ରାଉରକେଲାରୁ ଭୁବନେଶ୍ବର, କଟକ, ଯାଜପୁର, ଅନୁଗୋଳକୁ ନାଇଟ୍‌ ସୁପର ବସ୍‌ ଗଡିଛି । ୨. ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ସଫଳତାକୁ ବହୁ ବର୍ଷ ହେଲାଣି । ଏବେ ଟିମ୍‌ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍‌ ଜିତିବା […]

ଆବେଦନ କଲେ କିନ୍ନର

ଭୁବନେଶ୍ୱର,୧୬/୭(ଏସଏସନିୟୁଜ)ଓଡ଼ିଶା ପୋଲିସ ପକ୍ଷରୁ ପୋଲିସ ସବ ଇନ୍ସପେକ୍ଟର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟରେ ୨୬ ଜଣ କିନ୍ନର ପୋଲିସ ଏସଆଇ ପଦବୀ ପାଇଁ ଆବେଦନ କରିଥିବାର ଜଣାପଡିଛି ।ଏଥିନିମନ୍ତେ ୧୫ ତାରିଖରେ ଫର୍ମ ଦାଖଲର ଅନ୍ତିମ ତାରିଖ ରହିଥିଲା ।

ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) […]

ମାଟି ଘୋଡା ଲୋକାର୍ପିତ

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି। ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର […]

ଯିବ ଦିଦିଙ୍କ ଚୌକି

୧-ଆଜିଠୁ ଓଡ଼ିଶାରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକ୍‌ଡାଉନ୍‌: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍‌, ପୂର୍ବ ଭଳି କାଟାଗୋରୀ-ବି’ରେ ଜାରି ରହିବ ସପ୍ତାହନ୍ତ ସଟ୍‌ଟାଉନ୍‌ . ୨–ଅଗଷ୍ଟ ୧ ଯାଏଁ ବଢ଼ିଲା ଆଂଶିକ ତାଲାବନ୍ଦ; ରାଜ୍ୟ ପାଇଁ ନୂଆ ଗାଇଡଲାଇନ। ସମଗ୍ର ରାଜ୍ୟରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ୩– ୪୦ ଲକ୍ଷ […]

ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ।ବୁଧବାର ସକାଳ ସମୟରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବା ପରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇଛି।ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ସାଠିଏ ହଜାର ଚାରିଶହ କ୍ୟୁସେକ ଜଳ ପ୍ରବାହିତ ହେଉଛି।ଅନ୍ୟପଟେ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ସ୍ଥିତି ନଥିବା ସୂଚନା ଦିଆଯାଇଛି।ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଦୁଇଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।ହୀରାକୁଦର ତଳ ମୁଣ୍ଡ ନଦୀରେ ଜଳସ୍ଥର […]

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)କେନ୍ଦ୍ର ସରକାରଙ୍କ ଲଗାତାର ପେଟ୍ରୋଲ,ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଏବଂ ଚାଷୀ ମାରଣନୀତି ପ୍ରତିବାଦରେ ବାରଙ୍ଗ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗୁରୁବାର ପୂର୍ବାହ୍ନରେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବାରଙ୍ଗ କଂଗ୍ରେସ ସଭାପତି ରିତାଞ୍ଜଳି ସାମଲଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବାରଙ୍ଗ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାରଙ୍ଗ […]

ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା

ଭୁବନେଶ୍ବର,୧୫/୭(ଏସଏସନିୟୁଜ) ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ […]