ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବାରଙ୍ଗ,୧୫/୭(ଏସ ଏସ ନିୟୁଜ)କେନ୍ଦ୍ର ସରକାରଙ୍କ ଲଗାତାର ପେଟ୍ରୋଲ,ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଏବଂ ଚାଷୀ ମାରଣନୀତି ପ୍ରତିବାଦରେ ବାରଙ୍ଗ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଗୁରୁବାର ପୂର୍ବାହ୍ନରେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବାରଙ୍ଗ କଂଗ୍ରେସ ସଭାପତି ରିତାଞ୍ଜଳି ସାମଲଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବାରଙ୍ଗ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାରଙ୍ଗ କଂଗ୍ରେସର ପୂର୍ବତନ ସଭାପତି ମଣ୍ଟୁ ମାଝୀ,କଂଗ୍ରେସ କର୍ମୀ ମୂରଲୀଧର ସ୍ୱାଇଁ,ସଞ୍ଜୟ ବିଶୋଇ,ପୂର୍ବତନ ସରପଞ୍ଚ ଅରୁଣ ସାହୁ,ରବି ବେହେରା,ପ୍ରଫୁଲ୍ଲ ସାହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତି ତୀବ୍ର ସମାଲୋଚନା କରିଥିଲେ।

Comments (0)
Add Comment