Browsing category

ମହାନଗର

ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ଭୁବନେଶ୍ୱର,୨୦/୭(ଏସଏସନିୟୁଜ)ବିଜେଡି ସଂସଦୀୟ ଦଳ ଆଜି କେନ୍ଦ୍ରମନ୍ତ୍ରୀ ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ।ଏହାସହ ବାକି ଥିବା ସବ୍‌ସିଡି ଓ ଚାଉଳ କିଣିବା ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରିଛନ୍ତି ।ମନ୍ତ୍ରୀଙ୍କପାଖରେ ବକେୟା ଖାଦ୍ୟ ରିହାତି, ଧାନ ସଂଗ୍ରହରେ ବଳକା ଶସ୍ୟ ଉଠାଣ ପାଇଁ ଦାବି କରିଛି ବିଜେଡି ସଂସଦୀୟ ଦଳ । ରାଜ୍ୟରେ ୫୨.୩୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଛି । ରାଜ୍ୟକୁ ୭୧୬.୩୪ କୋଟିର ଆଡଭାନ୍ସ ସବସିଡି […]

ରାଜ କୁନ୍ଦ୍ରା ଗିରଫ

ଭୁବନେଶ୍ୱର,୨୦/୭(ଏସଏସନିୟୁଜ) ଶିଳ୍ପପତି ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଓ ପ୍ରସାରଣ କରୁଥିବା ନେଇ ହୋଇଥିଲା ଅଭିଯୋଗରେ ଗତକାଲି ରାତିରେ ମୁମ୍ବାଇ ପୁଲିସର କ୍ରାଇମ୍ ବାଞ୍ଚ ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି । ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯିବାସହ ଜୁଲାଇ ୨୩ ପର‌୍ୟ୍ୟନ୍ତ ପୁଲିସ୍ ହେପାଜତକୁ ପଠାଯାଇଥିବାର ଜଣାପଡିଛି […]

ଖୋଲୁଛି ମୃତ୍ୟୁ ରହସ୍ୟ

୧-ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । ୨-ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ । ୩-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ । ୪-ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା […]

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ […]

ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ରାଜନୈତିକ ସଙ୍କଟ କୁ ଦୁର କରିବାପାଇଁ ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସିଦ୍ଧୁଙ୍କ ଉପରେ ବଡ଼ ଦାୟିତ୍ୱ ଛାଡ଼ିଛି କଂଗ୍ରେସ ।କଂଗ୍ରେସର ନୂଆ ସଭାପତି ସହ ସଂଗତ ସିଂହ, ସୁଖବିନ୍ଦର ସିଂହ ଡେନୀ, ପବନ ଗୋୟଲ ଏବଂ କୁଲଜୀତ ସିଂହ ନାଗରା ଙ୍କୁ କାର‌୍ୟ୍ୟକାରୀ ସଭାପତିଭାବେ ନିଯୁକ୍ତି ଦେଇଛନ୍ତି ହାଇକମାଣ୍ଡ ।ପଞ୍ଜାବ କଂଗ୍ରେସର ନୂଆ ସଭାପତି ହେଲେ ନବଜୋତ ସିଂ ସିଦ୍ଧୁ […]

ରାଗିଲେ ମୋଦୀ

ଭୁବନେଶ୍ୱର୧୯/୭(ଏସଏସନିୟୁଜ) ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ନାରାବାଜି କରିଥିଲେ ।ଏପରିକି ପ୍ରଧାନମନ୍ତ୍ରୀଙ୍କୁ କୁହାଇ ମଧ୍ୟ ଦେଇନାହାନ୍ତି । ନବନିର୍ବାଚିତ ସଦସ୍ୟମାନେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ । ସମୟରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ମହିଳା ଓ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିବାରୁ ସହି ପାରୁନାହାନ୍ତି କିଛି ଲୋକ ବୋଲି […]

ଆକ୍ସନ ମୁଡ୍‌ରେ ପୋଲିସ

ପୁରୀ,୧୯/୭(ଏସଏସନିୟୁଜ)ଆକ୍ସନ ମୁଡ୍‌ରେ ପୋଲିସ । ନୀୟମନମାନି କର୍ଫ୍ୟୁ ସମୟରେ ‘ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ’ ବୋଲି ରୋକ୍‌ଠୋକ ଭାବେ ଜଣାଇଛି ପୋଲିସ । ବାହୁଡ଼ାଯାତ୍ରାକୁ ଶୃଙ୍ଖଳାର ସହ ଆୟୋଜନ ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିବାସହ ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ୧୪୪ ଧାରା ଏବଂ କର୍ଫ୍ୟୁ କଟକଣା ଲାଗୁ ସମୟରେ ଥିବା ନିୟମାବଳି ସମ୍ପର୍କରେ ଲୋକମାନଙ୍କୁ ବୁଝାଇଛି ।ଏଥିସହ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇଛି। ଆଜି ଜନ୍ମବେଦିରେ […]

ଦୁଷ୍କର୍ମ ଅଭିଯୋଗ ଆଣିଲେ ବିବାହିତ ମହିଳା

ବାରଙ୍ଗ,୧୮/୭(ଏସ ଏସ ନିୟୁଜ) ଗୋଡିସାହି ଫାଣ୍ଡି ଅଧୀନସ୍ଥ ବେଣ୍ଟୁଆ ଗ୍ରାମର ଜନୈକ ବିବାହିତ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ରବିବାର ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି।ସୂଚନାନୁସାରେ ପୀଡ଼ିତା ଜଣକ ୧୫ ତାରିଖ ଦିନ ତାଙ୍କ ସ୍ଵାମୀଙ୍କ ଦେହ ଖରାପ ଥିବାରୁ ସେହି ଗ୍ରାମର ବିବାହିତ ଯୁବକ କାନ୍ଦୁରା ପୁର୍ତୀଙ୍କୁ ସାଙ୍ଗରେ ଧରି ନିକଟସ୍ଥ ଚନ୍ଦକା ଅଞ୍ଚଳକୁ ଔଷଧ ଆଣିବାପାଇଁ ଯାଇଥିଲେ। ଔଷଧ ଆଣି ତିନିଜଣ ଚାଲି ଚାଲି ଚନ୍ଦକା ଜଙ୍ଗଲ ଦେଇ ଘରକୁ ଫେରିଥିଲେ ।ଏହି ବାଟରେ […]

ରାଜଧାନୀରେ ୨୧ ରୁ ଟୀକା ନେବେ ଗର୍ଭବତୀ

ଭୁବନେଶ୍ୱର, ୧୮/୭(ଏସଏସନିୟୁଜ) ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମାନଙ୍କୁ ଟୀକାକରଣ କରାଯିବ ।ଗର୍ଭବତୀ ମାନେ ଟୀକା ନେବାରେ କୌଣସି ଅସୁବିଧା ନହେବାନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୀକାକରଣ କେନ୍ଦ୍ରରେ ଦିନ ୧୧ ଟାରୁ ଅପରାହ୍ନ ୧ ଟା ପର‌୍ୟ୍ୟନ୍ତ ସ୍ୱତନ୍ତ୍ର ସ୍ଲଟ୍ ରେ ଗର୍ଭବତୀ ମାନଙ୍କୁ ଟୀକା ଦିଆଯିବା ସହ […]

୧୫ ନାଗ ସାପ ଛୁଆ କୂଅରୁ ଉଦ୍ଧାର

ବ୍ରହ୍ମପୁର, ୧୮/୭(ଏସଏସନିୟୁଜ) ଲାଞ୍ଜିପଲ୍ଲୀ ଗଣେଶ ନଗରସ୍ଥିତ ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ୧୫ଟି ନାଗ ସାପ ଛୁଆକୁ ସ୍ନେକ୍ ହେଲ୍‌ପ ଲାଇନ୍ ସଭ୍ୟମାନେ ଉଦ୍ଧାର କରିଛନ୍ତି । ପ୍ରଶାନ୍ତଙ୍କ ପତ୍ନୀ ବଗିଚାକୁ ଯାଇଥିବାବେଳେ କୁଅରେ କିଛି ଭାସୁଥିବାର ଦେଖିବାକୁ ପାଇବାସହ ସନ୍ଦେହ ହେବାରୁ ସ୍ନେକ୍ ହେଲ୍‌ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ।