Browsing category

ମହାନଗର

୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ,ମୃତ ୫୨

ଭୁବନଶ୍ୱେର,୫/୭(ଏସଏସନିୟୁଜ) ରାଜ୍ୟରେ ୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସଂଗରୋଧରୁ ୧୫୯୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୨୦୬ଜଣ ରହିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସବୁଠାରୁ ଅଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଂଜରୁ ୧୯୧, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪, ଯାଜପୁରରୁ ୧୫୩, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଜି ରେକର୍ଡ ଭାଙ୍ଗିଛି । […]

ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ବନପାଳ

ମାଲକାନଗିରି,୫/୭(ଏସଏସନିୟୁଜ) ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫହୋଇ କୋର୍ଟ ଚାଲାଣ ହୋଇଛନ୍ତି ।ଏହିଭଳି ଘଟଣା ମାଲକାନଗିରି ଜିଲ୍ଲା ରେ ଘଟିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାର ମୁରଲିଧର ଅନୁଗୁଳିଆ ନାମକ ବନପାଳ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଜନୈକା ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା। ଏପ୍ରିଲ ମାସ ୫ ତାରିଖ ଦିନ ଯୁବତୀ ଜଣକ ବନପାଳ ମୁରଲୀଙ୍କ ବାସଭବନକୁ ବୁଲିବାକୁ ଯାଇଥିବାବେଳେ ଯୁବତୀଙ୍କ ଅନିଛା […]

ବଢ଼ୁଛି ଦ୍ୱନ୍ଦ୍ୱ

୧– ପୁରୀକୁ ଉଡିବ ବିମାନ। ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବ। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ସବୁକିଛି ଠିକଠାକ ରହିଲେ ଏହି ସମୟରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା । ୨-ଜାନୁଆରି ୧୬ରୁ ଓଡ଼ିଶାରେ ଆରମ୍ଭ ହୋଇଥିବା କୋଭିଡ ଟିକାକରଣ ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଟିକାକରଣର ୭ମାସ ନ ପୂରୁଣୁ ୧କୋଟି ୨୨ଲକ୍ଷ ୩୬ହଜାର ୪୮୩ ଡୋଜ୍‌ ଟିକା ଦିଆଯାଇଛି। ୩–ପଶ୍ଚିମବଙ୍ଗ ଦଙ୍ଗା : […]

ଶପଥ ନେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଭୁବନେଶ୍ୱର,୪/୭(ଏସଏସନିୟୁଜ) ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ରବିବାର ଶପଥ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ ଡେରାଡୁନସ୍ଥିତ ରାଜଭବନଠାରେ କରାଇଥିଲେ । ନୂଆ ରାଜ୍ୟ କ୍ୟାବିନେଟରେ ସତପାଲ ମହାରାଜ, ହରକ ସିଂ ରାଓ୍ବତ, ବଂଶୀଧର ଭଗତ, ୟସପାଲ ଆର୍ୟ୍ୟ , ବିଶନ ସିଂ ଚୌପାଲ, ସୁବୋଧ ଉନିଆଲ, ଅରବିନ୍ଦ ପାଣ୍ଡେ, ଧବନ ସିଂ ରାଓ୍ବତ, ରେଖା ଆର‌୍ୟ୍ୟ […]

ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ

କେନ୍ଦୁଝର, ୪/୭(ଏସଏସନିୟୁଜ) ବାଂଶପାଳ ବ୍ଲକର କାଦକଳା ଗ୍ରାମରେ ବଜ୍ରପାତରେ ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଛି । କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି. ନିତ୍ୟାନନ୍ଦ ବେହେରାଙ୍କ ୫ଟି, ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗାଈ, ବଳଦ ଓ ଛୋଟ ବାଛୁରୀଙ୍କ ମୃତ୍ୟୁ ଘଟିଛି ।ସେହିଭଳିଭାବେ ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି […]

୧ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର,୪/୭(ଏସଏସନିୟୁଜ) ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଅତିକ୍ରମ କରିଥିବାନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି । ଟିକାର ଅଭାବ ରାଜ୍ୟରେ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମ ଯୋଗୁ ଓଡିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଛି ବୋଲି କୁହାଯାଇଛି ।

ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର,୪/୭(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ବିଷ୍ଣୁଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ ରହିଥିବାବେଳେ ଏକ ସ୍ୱତନ୍ତ୍ର କମିଟି ତାଙ୍କର ଚିକିତ୍ସା କରିବ ବୋଲି ଜଣାପଡିଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳୀୟ ନେତାମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି

ପୁରୀ,୪/୭(ଏସ ଏସ ନିୟୁଜ)ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କଲେପୋଲିସ ମହାନିର୍ଦ୍ଦେଶକ ଅଭୟ ।ରଥଯାତ୍ରା ପାଇଁ ହେବାକୁଥିବା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଯାଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅନୁଧ୍ୟାନ ପରେ ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବାକୁ ଅପିଲ କରିବା ସହ ପୁରୀ ବାସୀଙ୍କ ସହଯୋଗ ଲୋଡ଼ିଲେ ଡିଜିପି । ଗତବର୍ଷ ଯେପରି ସହଯୋଗ କରିଥିଲେ ଏଥର ସେହିଭଳି ସହଯୋଗ କରିବେ ବୋଲି ଆଶା ରଖିଲେ ଡିଜିପି । […]

ଜବତ ହେଲା ଶାଗୁଆନ ପଟା ବୋଝେଇ ଗାଡି

ଭୁବନେଶ୍ବର,୪/୭(ଏସ ଏସ ନିୟୁଜ)କଟକରୁ ଭୁବନେଶ୍ବର ଚୋରା ଚାଲାଣ ବେଳେ ଶାଗୁଆନ କାଠ ବୋଝେଇ ଗାଡିକୁ ଜବତ କରିବା ସହ ଡ୍ରାଇଭର ଓ ହେଲପର ଅଟକ ରଖିଛି ମଞ୍ଚେଶ୍ବର ଥାନା ପୋଲିସ। ସଟଡାଉନ ବେଳେ ପାଲ ଢାଙ୍କି ଚାଲାଣ ହେଉଥିଲା ଶାଗୁଆନ କାଠ ଗୁଡିକ ଚିରାଯାଇ ଥିବା ଏହି ପଟାସବୁକୁ ମଞ୍ଚେଶ୍ବର ଅଞ୍ଚଳରୁ ଜବତ ହୋଇଛି।ଜବତ ସମୟରେ କୌଣସି ପ୍ରମାଣ ପତ୍ର ପୋଲିସକୁ ଦେଖାଇ ପାରିନଥିଲେ। ଏହି କାଠଗୁଡିକ କଟକରୁ ଭୁବନେଶ୍ବର ଚୋରା ଚାଲାଣ ହେଉଥିଲା ।ଯାହାର ଆନୁମାନିକ […]

ଦୁର୍ଘଟଣାଗ୍ରସ୍ତ ହେଲା ସାମରିକ ବିମାନ

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ଫିଲିପାଇନ୍ସର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।୯୨ ଜଣଙ୍କୁ ନେଇ ଯାତ୍ରା କରୁଥିଲା ଏହି ସାମରିକ ବିମାନ।ଦୁର୍ଘଟଣାରେ ୧୭ ଜଣଙ୍କର ମୃତ ଆଶଙ୍କା କରାଯାଇଥିବାବେଳେ ୪୦ ଜଣଙ୍କୁ ଉଦ୍ଧାର କରିହସ୍ପିଟାଲକୁ ପଠାଯାଇଛି।ସାମରିକ ବିମାନ C-130ରେ ଯାତ୍ରାକରୁଥିବା ୯୨ ଜଣଙ୍କ ମଧ୍ୟରେ ୮୫ ଜଣ ସୈନିକ, ୩ ଜଣ ପାଇଲଟ୍‌ ଓ ୫ ବିମାନ କର୍ମଚାରୀ ରହିଥିବାର ଜଣାପଡିଛି।ସୁଲୁ ଅଞ୍ଚଳର ଜୋଲୋ ଦ୍ବୀପରେ ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।