Browsing category

ମହାନଗର

ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ

ପୁରୀ୪/୭(ଏସଏସନିୟୁଜ) ଆଉ ଦିନକେଇଟାପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥର କରୋନାପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।ତେବେ କଟକଣା ଭିତରେ ରଥଯାତ୍ରା ହେବାକୁ ଜିଲ୍ଲାପ୍ରଶାସନ ନିଷ୍ପତି ନେଇଛନ୍ତି । ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବାରେ କଟକଣା ଲଗାଯାଇଛି ।ଏହାପରେ ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି […]

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ସଂସଦର ମୌୀସୁମୀ ଅଧିବେଶନ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବାବେଳେ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁୂ ହିଁ ଅଧିବେଶନରେ ସାମିଲ ହେବାକୁ ଅନିୁମତି ମିଳିବ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ କୋଭିଡ୍ […]

ଅଣାୟତ୍ତ ହେଲାଣି ଡେଙ୍ଗୁ

୧-କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ। ୨-କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି। ୩-ଭୁବନେଶ୍ୱର: ଅଣାୟତ୍ତ ହେଲାଣି ଡେଙ୍ଗୁ, ରାଜଧାନୀରେ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ। ୪-ରଥରେ ସେବାୟତଙ୍କୁ ସେଲ୍‌ଫି, ଭିଡିଓ ରେକର୍ଡିଂ ମନା,ଘୋଷଯାତ୍ରା ନିଷ୍ପତ୍ତି: ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ। ୫-ଭୁବନେଶ୍ୱର: ଜବରଦଖଲରେ […]

ବିଳମ୍ବ ହେବ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର,୩/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବ । ଗର୍ଭବତୀଙ୍କ ଟିକାକରଣ ଟ୍ରେନିଂ ପରେ ସେମାନଙ୍କୁ ଦିଆଯିବ ଟିକା । ଗର୍ଭବତୀଙ୍କୁ ଟିକା ନେଇ କେନ୍ଦ୍ର ଖୁବଶୀଘ୍ର ଓରିଏଣ୍ଟେସନ କାର‌୍ୟ୍ୟକ୍ରମ କରିବ । କେନ୍ଦ୍ର ସାରିଲେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏନେଇ ତାଲିମ ଦିଆଯିବ.ା କେନ୍ଦ୍ର ମାର୍ଗଦର୍ଶିକା ଆସି ସାରିଥିଲେ ବି କର୍ମଶାଳାକୁ ଅପେକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ […]

ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ପୂର୍ବ ପରି ଆଉ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ନାହିଁ । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା ନେଇପାରିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ଆସନ୍ତା ୫ ତାରିଖଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ୧୮-୪୪ ବର୍ଗ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୪୫ରୁ ଅଧିକ ବର୍ଷର ଲୋକମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଜାରି ରହିବ । ଆଧାର କାର୍ଡ […]

ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ!

ଭୁବନେଶ୍ୱର,୩/୭(ଏସଏସନିୟୁଜ) ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ ।ଏଥିନେଇ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ମନ୍ତ୍ରିମଣ୍ଡଳ ବିସ୍ତାରରେ ବ୍ୟାପକ ପରିବର୍ତ୍ତନ କରାଯିବାସହ ନୁଆ ଚେହେରାଙ୍କୁ ଦେଖିବାକୁ ମିଳିପାରେ । ମନ୍ତିମଣ୍ଡଳ ସଂପ୍ରସାରଣରେ ପ୍ରାୟ ୧୨ ଜଣ ମନ୍ତ୍ରୀଙ୍କ ଛୁଟି ହୋଇପାରେ ଓ ୨୪ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ । ସହଯୋଗୀଦଳମାନଙ୍କ ସହ ଏକପ୍ରକାର ଆଲୋଚନା ମଧ୍ୟ ସରିଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ଉତ୍ତର ପ୍ରଦେଶ ସହିତ ପାଞ୍ଚ […]

ଭିଜିଲାନ୍ସ ଜାଲରେ ପଡିଲେ ଭିଜିଲାନ୍ସ ପିପି

କଳାହାଣ୍ଡି, ୩/୭(ଏସଏସନିୟୁଜ) କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ଆଜି ଭିଜିଲନ୍ସ ହାତରେ ଧରାପଡିଛନ୍ତିି । ଭବାନୀପାଟଣାରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ହେଉଛନ୍ତି ଆଶୁତୋଷ ମିଶ୍ର । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏ ଏସ ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଶୁତୋଷ ମିଶ୍ର । ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ୧ଲକ୍ଷ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ […]

ବନ୍ଧୁକ କାରଖାନା ଠାବ

ନବରଙ୍ଗପୁର ୩/୭(ଏସଏସନିୟୁଜ) ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହବାସହ ୨ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହିତ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଓ ଅନ୍ୟାନ୍ୟ ମୋବାଇଲ ସରଞ୍ଜାମ ଜବତ କରାଯାଇଛି ।ପୋଲିସ ଚଢାଉ କରି ବନ୍ଧୁକ କାରିଗର ସଂଗ୍ରାମ ଲୋହରାଙ୍କ ଘରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଏକ ମାମଲା ରୁଜୁ କରି ସଂଗ୍ରାମ ଲୋହରାଙ୍କୁ କୋର୍ଟ ଚାଲାଣ କରିଛି ।

ସେବାୟତମାନେ ଟାଣିବେ ରଥ

ପୁରୀ,୩/୭(ଏସଏସନିୟୁଜ) ଗତବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ଚଳିତବର୍ଷର ରଥଯାତ୍ରା ହେବ ।ବିନାଭକ୍ତରେ ହେବ ରଥଯାତ୍ରା । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଏବର୍ଷ କେବଳ ସେବାୟତମାନେ ରଥ ଟାଣିବେ । ଦକ୍ଷିଣମୋଡ଼ ପାଇଁ ପୋଲିସ ବାହିନୀ ନିୟୋଜିତ ହେବେ । ସେବାୟତମାନେ ରଥଯାତ୍ରାବେଳେ ଫଟୋ ଉଠାଇପାରିବେ ନାହିଁ । ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ଟେଷ୍ଟ ହେବ ବୋଲି ପୁରୀ ରଥଯାତ୍ରାକୁ ନେଇ ଆୟୋଜିତ […]

ଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍

ଢେଙ୍କାନାଳ, ୨/୭(ଏସ ଏସ ନିୟୁଜ) ହିନ୍ଦୋଳ ଜେଲ୍ରେ ଥିବା ଜଣେ ବିଚାରାଧୀନ ଆସାମୀ ଆଜି ସକାଳୁ ପାଚେରୀ ଡେଇଁ ଫେରାର୍ ହୋଇଯାଇଛି । ପରିସରରେ ଥିବା ଏକ ବାଉଁଶ ଦ୍ୱାରା ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବାର କୁହାଯାଉଛି । ଫେରାର ଆସାଢ଼ି ହେଉଛନ୍ତି ହିନ୍ଦୋଳ ବ୍ଳକ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା । ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗବଣ୍ଟା କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । […]