Browsing category

ମହାନଗର

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ,

ଭୁବନେଶ୍ୱର, ୨୫/୬(ଏସଏସନିୟୁଜ) ଶୁକ୍ରବାର ଅପରାହ୍ନ ୧ଟା ବେଳେ କଟକ ବୋର୍ଡ କାର‌୍ୟ୍ୟାଳୟରେ ଏକଜାମିନେସନ୍ କମିଟିର ଅନୁମୋଦନ ଲାଭ କରିବା ପରେ ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ www.besodisha.ac.in , bseodisha.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ଛାତ୍ରଛାତ୍ରୀମାନେ  ମୋବାଇଲ୍ ଯୋଗେ ‘ଓଆର୍‌୦୧ ରୋଲ୍ ନମ୍ବର’ ଲେଖି ୫୬୭୬୭୫୦ ନମ୍ବରରେ ଏସ୍‌ଏମ୍‌ଏସ୍ କଲେ ରେଜଲ୍ଟ ଦେଖିପାରିବେ ।

ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି,୨୫/୬(ଏସଏସନିୟୁଜ) ମହାପ୍ରଭୁଙ୍କର ସ୍ନାନବେଦୀରେ ଗଜାନନ ବେଶ ସରିଛି । ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ୧୫ ଦିନ ଅଣସର ପିଣ୍ତିକୁ ବିଜେ କରିବା ସହ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ଶ୍ରଦ୍ଧାଳୁ ମାନେ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରନ୍ତି ନାହିଁ। ଏହିସମୟରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।କିନ୍ତୁ କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ […]

ବୋମା ମାଡ କରିବୁ

୧. ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨. ଜଳପଥ ପରିବହନକୁ କାର୍ଯ୍ୟକାରୀ ପାଇଁ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦରେ ଦାବୀ କଲା ଓଡିଶା । ୩. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ୪. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍‌ସିଜେନ ପ୍ଲାଣ୍ଟ […]

ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୪/୬(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି ସମେତ ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant  ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ […]

ରାଷ୍ଟ୍ରପତି ଟ୍ରେନରେ ଯିବେ କାନପୁର

ଭୁବନେଶ୍ୱର,୨୪/୬(ଏସଏସନିୟୁଜ) ମହାମହିମ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନରେ କାନପୁର ଯାତ୍ରା କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦନିଜ ଜନ୍ମ ସ୍ଥାନ ଉତ୍ତରପ୍ରଦେଶ ଯିବାପାଇଁ ଦିଲ୍ଲୀରୁ ପ୍ରେସିଡେନ୍ସିଆଲ୍ ଟ୍ରେନ୍ ଯୋଗେ ଦୁଇ ଦିନିଆ ଗ୍ରସ୍ଥରେ ଯିବେ ।ଏଥିରେ ଦୁଇଟି ସ୍ପେଶାଲ ବଗି ଲଗାଯାଇଛି । ଏଥିପାଇଁ ଟ୍ରେନରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ତଥା ଏନଏସଜି କମାଣ୍ଡୋଙ୍କ ସୁରକ୍ଷା ସହ ରେଲୱେ ଲାଇନର ଉଭୟ କଡରେ ପୋଲିସର କଡା ପହରାରେ ସାଢେ୫ ଘଣ୍ଟାର ଏହି ଯାତ୍ରା କରିବେ । ଆସନ୍ତାକାଲି […]

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪/୬(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଚଝ ସ୍ତରରେ ଅଦଳବଦଳ କରିଛନ୍ତି । ଯଶବନ୍ତ ଜେଠଓ୍ବା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ। ଆଇପିଏସ୍ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି, ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ, ଆଇପିଏସ୍ ଲଳିତ ଦାସଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶ. ଆଇପିଏସ୍ ଆରକେ ଶର୍ମାଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି , ଆଇପିଏସ୍ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ,ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପରିବହନ କମିସନର ଭାବେ ନୂଆକରି ଦାୟିତ୍ୱ ମିଳିଛି ।

ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

କଟକ,୨୪/୬(ଏସଏସନିୟୁଜ) ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଆଜି ଗିରଫ କରି କଟକ ଜିଲ୍ଲା କୋର୍ଟରେ ହାଜର କରିଛି । ଶିବଜେନା ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ବୋଲି ଆରକ୍ଷୀ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ଗତକାଲି ଶିବଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଏହି ମାମଲାରେ ଗିରଫ କରାଗଲାଣି । ଗିରଫ […]

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

  ଭୁବନେଶ୍ବର,୨୪/୬(ଏସ ଏସ ନିୟୁଜ)ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ […]

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷଣ

ଚାନ୍ଦିପୁର,୨୪/୬(ଏସଏସନିୟୁଜ) ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଆଜି ୧୦ଟା ୪୩ ମିନିଟରେ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି । ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରୁଥିବା ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି ।

କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର,୨୪/୬(ଏସ ଏସ ନିିିଉଜ) ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । ପରୀକ୍ଷା ଫଳକୁ ଆସନ୍ତାକାଲି ଅପରାହ୍ଣ ୧ଟାରେ ପରୀକ୍ଷା କମିଟି ନିକଟରେ ଉପସ୍ଥାପନ କରାଯିବ। ପରୀକ୍ଷା କମିଟିର ଅନୁମୋଦନ ପରେ ପରୀକ୍ଷା ଫଳ ଆସନ୍ତା କାଲି ଅପରାହ୍ଣ ୪ଟାରେ କଟକସ୍ଥିତ ମାଧ୍ୟବିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ କରାଯିବ। ସଂଧ୍ୟା ୬ଟା ପରଠାରୁ ଏହା ବୋର୍ଡର ୱେବସାଇଟ  ଏହା ପ୍ରକାଶ ପାଇବ । ଏହା ସହିତ […]