ବାହାହେଲେ ବିଜେଡି ବିଧାୟକ

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ବିବାହ ବନ୍ଧନରେ ଆବଦ୍ଧ ହେଲେ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ । ବିଧାୟକ ରାୟ ଆଜି ନିଜ ଜନ୍ମଦିନରେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚିଲିକାର ଏକ ରିସୋର୍ଟରେ କୋଭିଡ କଟକଣାଭିତରେ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ନିଜର ଦୀର୍ଘଦିନର ବାନ୍ଧବୀ ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ଶ୍ରୀ ରାୟ ପ୍ରେମ ବିବାହ କରିଥିଲେ। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି, ଯାହାର ବୟସ ଏବେ ୫ବର୍ଷ ବୋଲି ଜଣାପଡ଼ିଛି।

Comments (0)
Add Comment