Browsing category

ମହାନଗର

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର,୧୩/୬(ଏସଏସନିୟୁଜ) ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବାନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ମୂଲ୍ୟାୟନ କାର‌୍ୟ୍ୟ ସଠିକ୍ ଭାବେ ଚାଲିଥିବାବେଳେ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶାକ୍ଷାଦାନ ଦିଆଯିବ । ଏବେ ସ୍କୁଲ ଖୋଲିବା ସମ୍ଭବ ନଥିବାବେଳେ ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ବୋଲି […]

ଦେଶୀମଦ ସହ ଅଟୋ ଜବତ

ବାରଙ୍ଗ:୧୨/୬(ଏସ ଏସ ନିୟୁଜ) ଦେଶୀମଦ ଚୋରା ଚାଲାଣ କରିବା ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ଜଣକୁ ଗିରଫ କରିଛି।ସୂଚନାନୁସାରେ ଶନିବାର ଅପରାହ୍ନରେ ଢେଙ୍କାନାଳ ରୁ ଭୁବନେଶ୍ୱରକୁ ଦେଶୀମଦ ଚୋରା ଚାଲାଣ ହେଉଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଖବର ପାଇ ବାରଙ୍ଗ ଥାନା ପୋଲିସ ପୁରୀ ମୂଖ୍ୟ କେନାଲ ନିକଟରେ ଚଢ଼ାଉ କରି ଜଣକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଙ୍କରପୁର ଗ୍ରାମର ଜୟାନନ୍ଦ ବେହେରା।ପୋଲିସ ତା ନିକଟରୁ ୮ ଟି ବ୍ଲାଡରରେ […]

ଅସହାୟଙ୍କ ପାଇଁ ସାହାରା ସାଜିଛି ଗୋଲଡେନ ଫର୍ଟି ଫାଉଣ୍ଡେସନ 

ମେଣ୍ଢାଶାଳ,୧୨/୬(ଏସ ଏସ ନିୟୁଜ) କରୋନାର ପାଇଁ ରାଜ୍ୟରେ ଲକ ଡାଉନ ଓ ସଟ ଡାଉନ ଭଳି ସ୍ଥିତି ଉପୁଜିଛି।ଏହାର ପ୍ରଭାବରେ, ଗରିବ, ବିକଳାଙ୍ଗ, ଅନାଥ ଶିଶୁ, ଅସହାୟ ଏବଂ ବାସହିନମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି । ଏହି କରୁଣ ସମୟରେ ମେଣ୍ଢାଶାଳରଗୋଲଡେନ ଫର୍ଟି ଫାଉଣ୍ଡେସନ ଏବଂ ଭୁବନେଶ୍ୱରର କିଛି ସ୍ବେଚ୍ଛାସେବୀ ଯୁବକ ସାହାଯ୍ୟର ହାତ ବଢାଇଛନ୍ତି । ଡ଼ମଣା ଛକ, କଳ୍ପନା ଛକ ଏବଂ ମାର୍କେଟ ବିଲ୍ଡିଂଗ ନିକଟ ବସ୍ତି, ଜଟଣୀ ରେଳ ଷ୍ଟେସନରେ ଥିବା […]

ବିପଦ ବେଳେ ବିଷ ବେଉସା

୧–କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍‌ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୨–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୩-ଓଡିଶା ପୋଲିସ୍ ର ନିଯୁକ୍ତି: […]

ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ ଜେଲରୁ ବାହାରିଛନ୍ତି। ତେବେ ଜେଲରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ମାଲଗୋଦାମ ଥାନା ଧରିଲା ସେକ୍ସ ରାକେଟ

କଟକ,୧୨/୬(ଏସ ଏସ ନିୟୁଜ)କଟକ ପିଲଗ୍ରିମ ରୋଡର ଏକ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ। କୌଣସି ସୂତ୍ରରୁ ଖବର ପାଇଁ ମାଲଗୋଦାମ ଥାନା ପୋଲିସ ହୋଟେଲ ଉପରେ ଚଢାଉ କରି ଜଣେ ବ୍ୟକ୍ତି ଓ ଜଣେ ଯୁବତୀ ଅସଂଯତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଧରିଥିଲା।ଏହାପରେ କିଙ୍ଗପିନ ଓ ହୋଟେଲ ମ୍ୟାନେଜରକୁ ପୋଲିସ ଅଟକ ରଖିଛି ।

ପିକ୍‌ଅପ୍ ଡ୍ରପ ସେବା ଆରମ୍ଭ

କଟକ,୧୨/୬(ଏସ ଏସ ନିୟୁଜ)କୋଭିଡ ସଂକ୍ରମଣ କୁ ନେଇ CMC କମିସନର ଅନନ୍ୟା ଦାସଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,କଟକ ସହରରେ ଦୈନିକ କୋରୋନା ସଂକ୍ରମଣ କମୁଛି। ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା, ମେ’ ୧୫ରୁ କମୁଛି। ସହରରେ ୩.୫ ଲକ୍ଷ ଡୋଜ ଟିକା ଦିଆଗଲାଣି। ୧.୫ ଲକ୍ଷ ଡୋଜ ୧୮ରୁ ୪୪ ବର୍ଷ ବୟସ୍କ ନେଇଛନ୍ତି।ଟିକାକରଣ ପାଇଁ ପିକ୍‌ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି।ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି। କଟକ ସହରବାସୀ କୋଭିଡ ନିୟମ […]

କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ରାଜ୍ଯରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ ସଂକ୍ରମଣ ସଂଖ୍ୟା। ୫ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ଯା। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୭୬୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଏବଂ ଖୋର୍ଦ୍ଧା ଜିଲ୍ଲା ପଛକୁ କଟକ ଜିଲ୍ଲାରୁ ୫୦୫ ଜଣ […]

ଉଦ୍ଧାର ହେଲା ଅଜଗର ସାପ

ବାରଙ୍ଗ,୧୧/୬(ଏସଏସନିୟୁଜ)ଗୁରୁବାର ବିଳମ୍ବିତ ରାତିରେ ଝିଙ୍କରଡିହ ଗ୍ରାମ ସରକାରୀ ବିଦ୍ୟାଳୟ ନିକଟରୁ ଏକ ୪ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।ଅଜଗର ସାପଟିର ବୟସ ୫ ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି।ଗ୍ରାମ ୱାର୍ଡ ମେମ୍ବର ଚିତ୍ରସେନ ପାଣିଙ୍କ ସହଯୋଗରେ ଏହି ଅଜଗର ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଗ୍ରାମ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

କଟକ ରୁ ୬୯ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ ଜବତ

କଟକ,୧୧/୬(ଏସଏସନିୟୁଜ) ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ୧୭ ହଜାର ଫାଭିପିରାଭିର୍ ଟାବଲେଟ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ । କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା।କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଗୁରୁବାର ଦିନ ଚଢ଼ଉ କରି ମେଡିସିନ୍ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ କରି […]