Browsing category

ମହାନଗର

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪/୬(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଚଝ ସ୍ତରରେ ଅଦଳବଦଳ କରିଛନ୍ତି । ଯଶବନ୍ତ ଜେଠଓ୍ବା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ। ଆଇପିଏସ୍ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି, ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ, ଆଇପିଏସ୍ ଲଳିତ ଦାସଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶ. ଆଇପିଏସ୍ ଆରକେ ଶର୍ମାଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି , ଆଇପିଏସ୍ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ,ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପରିବହନ କମିସନର ଭାବେ ନୂଆକରି ଦାୟିତ୍ୱ ମିଳିଛି ।

ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

କଟକ,୨୪/୬(ଏସଏସନିୟୁଜ) ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଆଜି ଗିରଫ କରି କଟକ ଜିଲ୍ଲା କୋର୍ଟରେ ହାଜର କରିଛି । ଶିବଜେନା ମେଡିଲୋୟଡ୍ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ବୋଲି ଆରକ୍ଷୀ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ଗତକାଲି ଶିବଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଏହି ମାମଲାରେ ଗିରଫ କରାଗଲାଣି । ଗିରଫ […]

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

  ଭୁବନେଶ୍ବର,୨୪/୬(ଏସ ଏସ ନିୟୁଜ)ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ […]

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷଣ

ଚାନ୍ଦିପୁର,୨୪/୬(ଏସଏସନିୟୁଜ) ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଆଜି ୧୦ଟା ୪୩ ମିନିଟରେ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି । ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରୁଥିବା ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି ।

କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର,୨୪/୬(ଏସ ଏସ ନିିିଉଜ) ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । ପରୀକ୍ଷା ଫଳକୁ ଆସନ୍ତାକାଲି ଅପରାହ୍ଣ ୧ଟାରେ ପରୀକ୍ଷା କମିଟି ନିକଟରେ ଉପସ୍ଥାପନ କରାଯିବ। ପରୀକ୍ଷା କମିଟିର ଅନୁମୋଦନ ପରେ ପରୀକ୍ଷା ଫଳ ଆସନ୍ତା କାଲି ଅପରାହ୍ଣ ୪ଟାରେ କଟକସ୍ଥିତ ମାଧ୍ୟବିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ କରାଯିବ। ସଂଧ୍ୟା ୬ଟା ପରଠାରୁ ଏହା ବୋର୍ଡର ୱେବସାଇଟ  ଏହା ପ୍ରକାଶ ପାଇବ । ଏହା ସହିତ […]

୨୪ ଘଣ୍ଟାରେ ୩୬୫୦ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪ /୬(ଏସ ଏସ ନିୟୁଜ) ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଜଣ ଥିବାବେଳେ ତାପଛକୁ ୪୮୫ ଜଣ କଟକ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା କରୋନାରୁ ୮,୫୩,୦୧୨ ଆରୋଗ୍ଯ ଲାଭ କରିଥିବା ବେଳେ ୩୩,୭୭୦ ଆକ୍ଟିଭ […]

କରୋନା ଯୋଗୁ ନୀତିକାନ୍ତରେ ଶେଷ ହେଲା ଚମ୍ପକ ଦ୍ୱାଦଶୀ ପର୍ବ

ସାକ୍ଷୀଗୋପାଳ, ୨୩/୬(ଏସଏସନିୟୁଜ) କରୋନା ଯୋଗୁ କେବଳ ଠାକୁରଙ୍କ ନୀତିକାନ୍ତରେ ଶେଷ ହେଲା ଚମ୍ପକ ଦ୍ୱାଦଶୀ ପର୍ବ । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁରରେ ଚମ୍ପକ ଦ୍ୱାଦଶୀ ପର୍ବ ବିନାଭକ୍ତରେ ସମ୍ପନ୍ନ ହୋଇଛି । ତାରେଣୀ ମଣ୍ଡପରେ ଗୋପିନାଥ ଦେବଙ୍କ ସହିତ ରୁକ୍ମୀଣିଙ୍କ ଓ ମଣିନାଗ ଦୁର୍ଗାଙ୍କ ମନ୍ଦିର ପରିସରରେ ଲକ୍ଷ୍ମୀନାରାୟଣଙ୍କ ବିବାହ କାର‌୍ୟ୍ୟ ସମ୍ପନ୍ନ କରାଯାଇଥିଲା । ସାମିଲ ହୋଇଥିଲେ ।ପରେ ସୁସଜ୍ଜିତ ବିମାନରେ ବିରାଜମାନ କରି ପରିକ୍ରମାରେ ସାମିଲ ହୋଇଥିଲେ ।ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ […]

ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା

ପୁରୀ,୨୪/୬(ଏସଏସନିୟୁଜ) ଆଜି ହେଉଛି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ହାତୀବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ବଡ଼ ଠାକୁର । ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନ ବେଦୀ । ରତ୍ନସିଂହାସନରୁ ଓହ୍ଲାଇ, ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂରତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ସ୍ନାନପହଣ୍ଡି ଆରମ୍ଭ ହୋଇ […]

ଟିକାକରଣକୁ ନେଇ ରାଜନୀତି

୧. ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ । ୨. କେନ୍ଦ୍ର କ୍ୟାବିନେଟ୍‍: ଟିକସ ସୂଚନା ସଂଗ୍ରହ ସହାୟକ ପ୍ରସ୍ତାବ ମଂଜୁର । ୩. ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ପ୍ରଦାନ । ୪. ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି । ୫. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ଏବଂ ଘୂର୍ଣ୍ଣିବଳୟ ଭଳି […]

ଭଦ୍ରକରେ ୧୧୨ ଗ୍ରାମ ବ୍ରାଉନ ସୁଗାର ଜବତ

ଭଦ୍ରକ,୨୩/୬(ଏସଏସନିୟୁଜ) ଗତକାଲି ଭଦ୍ରକ ଟାଉନ ଥାନା ପୋଲିସ ଯାନବାହାନ ଯାଂଚ କରୁଥିବା ସମୟରେ ସଂଦେହଜନକ ଭାବେ ଯାଉଥିବା ଓଡି ୨୨ପି ୭୩୪୭ ନଂ ଏକ ବାଇକକୁ ଅଟକାଇଥିଲେ । ବାଇକରେ ଥିବା ଜଗବନ୍ଧୁ ଲେଙ୍କା ଓ ଇନ୍ଦ୍ରମଣି ସାହୁଙ୍କଠାରୁ ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିବାନେଇ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ କହିଛନ୍ତି ।