Browsing category

ମହାନଗର

ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ) ମାଟ୍ରିକ୍ ଆଧାରରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବା ନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି । ମୂଲ୍ୟାୟନ ପାଇଁ ମାଟ୍ରିକ୍ ମାର୍କ ବେଷ୍ଟ ବୋଲି ସେ କହିଛନ୍ତି । ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବା ପରେ ଶେଷ ନିଷ୍ପତ୍ତି ସରକାର ନେବେ ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ […]

IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବା ନେଇ ଅଭୟଙ୍କ ଓକିଲ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି। ମୋଟ ୩ଟିରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ଅଭୟ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ. ହୋଇଛି।

ପୂର୍ବତନ ଫୁଟୁବଲ ଖେଳାଳିଙ୍କ ବିୟୋଗ

ବାରଙ୍ଗ,୧୬/୬(ଏସ ଏସ ନିୟୁଜ) ମରିଚିଆ ୟୁଥ ସ୍ପୋର୍ଟସ କ୍ଲବର ଜଣେ ଆଗ ଧାଡ଼ିର ଫୁଟୁବଲ ଖେଳାଳି କବିନ୍ଦ୍ର ପରିଡା (କବି)ଙ୍କର ଆଜି ୫୬ ବର୍ଷରେ ଅଚାନକ ମୃତ୍ୟୁ ଘଟିଛି।ଆଜି ସେ ସକାଳୁ ସବୁଦିନ ପରି ନିଜର ନିତ୍ୟ କର୍ମ ସାରି ଘରେ ଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡି ହୃଦଘାତ ରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।କବିଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଘଟିତ ହେବା ପରେ ବହୁ କ୍ରୀଡ଼ାପ୍ରେମୀମାନେ ତାଙ୍କ ବାସଭବନରେ ପହଂଚି […]

୧୯ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ବର,୧୭/୬(ଏସ ଏସ ନିୟୁଜ)୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିବ ପ୍ରବଳ ବର୍ଷା ।ଏଥିନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରପଡ଼ା ଓ ୧୮ ତାରିଖରେ ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାସହ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବାର ସମ୍ଭାବନା ରହିଛି ।୨୦ […]

ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

➡️୧-ଏଥର ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ରଥଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଦେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି । ➡️୨-ଆଜିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି’ କାଟାଗୋରୀରେ ବିଭକ୍ତ କରାଗଲା । ➡️୩-ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ […]

ବିହାର ଅସ୍ତବ୍ୟସ୍ତ

➡️୧-ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ➡️୨-ଅନଲକ୍‍ ପ୍ରକ୍ରିୟା ନେଇ ନିଆଯିବ ଖୁବଶୀଘ୍ର ନିଷ୍ପତି । ଏନେଇ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ➡️୩-ଆଜିଠାରୁ ପଞ୍ଜାବରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ । ସଂକ୍ରମଣ ହାର ୨%କୁ ଖସିବା ପରେ ପ୍ରସାସନର ନିଷ୍ପତ୍ତି । ➡️୪-ମୌସୁମୀ ପ୍ରଥମ ବର୍ଷାରେ ବିହାର ଅସ୍ତବ୍ୟସ୍ତ, ବିଭିନ୍ନ ସ୍ଥାନରେ […]

ସାଧାରଣ ଜନତାଙ୍କୁ ଝଟକା

୧-ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ୨-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ। ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ କଳାକାର ସାମିଲ ହେଲେ । ୩- କରୋନା ଯୋଗୁଁ ଅନାଥ ହୋଇଥିବା ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ହେବେ ସାମିଲ । ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ଅର୍ଥ […]

ରାଜଧାନୀରେ ଗୋଧି ମାଂସ ବିକ୍ରି ବେଳେ ଚଢାଉ କଲା ପୋଲିସ

  ଭୁବନେଶ୍ବର,୧୪/୬(ଏସ ଏସ ନିୟୁଜ) ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର ପୋଲିସ ଦେଖିବାକୁ ପାଇଥିଲା। ଲକ୍ଷ୍ମୀସାଗର ପୋଲିସ ମାଂସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ବଢିଲା OJEEର ଆବେଦନ ଅବଧି

ଭୁବନେଶ୍ୱର,୧୪/୬(ଏସ ଏସ ନିୟୁଜ) କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆବେଦନ ଅବଧିକୁ ପୁଣି ବଢାଯାଇଛି । ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ହେବାର ଥିଲା। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଅନଲାଇନ ଆବେଦନକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବଢାଯାଇଛି।  

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୧୪/୬(ଏସ ଏସ ନିଇଜ) କରୋନା ମହାମାରୀ ଯୋଗୁଁ ଦେଶରେ ବନ୍ଦ ଥିବା ଐତିହ୍ୟସ୍ଥଳଗୁଡିକ ଆସନ୍ତା ୧୬ ତାରିଖରୁ କୋଭିଡ କଟକଣା ଭିତରେ ଏସବୁ ଐତିହ୍ୟସ୍ଥଳ ଖୋଲିବାକୁ ଅନୁମତି ମିଳିଛି।ଏବେ ସଂକ୍ରମଣ କମିବା ପରେ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ଏପ୍ରିଲ ୧୫ରୁ ଐତିହ୍ୟସ୍ଥଳଗୁଡିକ ବନ୍ଦ କରାଯାଇ ଥିଲା । ଏ ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । […]