Browsing category

ମହାନଗର

ଆମେ ବି କମ୍ ନୁହେଁ

ଭୁବନେଶ୍ୱର,୧୦/୧୧-ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନେ ଶରୀରର ଅକ୍ଷମତା । ଯଦି ମନରେ ଦୁନିଆ ପାଇଁ କିଛି କରି ଦେଖାଇବାର ଇଛାଶକ୍ତି ଯାଗ୍ରତ ହୁଏ , ତେବେ ସମୁଦ୍ର ବି ତା ଆଗରେ ନଇ ଭଳି ଦେଖାଯାଏ । ଏକଥା କହିବାର ତାପର୍ଯ୍ୟ ଏହିକିଯେ , ଦୁନିଆ ନଜରରେ ସେମାନେ ଆଜି ଭିନ୍ନକ୍ଷମ ହୋଇଥିଲେ ମଧ୍ୟ କାହାଠାରୁ କମ୍ ନୁହେଁ ବୋଲି ଜଣେଇଦେଇଛନ୍ତି ଦୃଷ୍ଟିହୀନ କ୍ରିକେଟ୍ ଖେଳାଳୀ । ଦାରୁଠେଙ୍ଗ ପିଣ୍ଡିକ୍ ୟୁଥ୍ କ୍ଲବ ଖେଳ ପଡିଆ […]

ମହିଳାକବାଡି ଟୁର୍ଣାମେଂଟ

ଭୁବନେଶ୍ୱର-ବାରଙ୍ଗ କୁଞବିହାରୀକଲେଜରେ ଉକ୍ତଳବିଶ୍ୱବିଦ୍ୟାଳୟ ମହିଳା ଆନ୍ତ ମହାବିଦ୍ୟାଳୟ କବାଡିଟୁର୍ଣାମେଂଟ୍ ଉଦଯାପିତ ହୋଇଯାଇଛି ।ଏଥିରେ ୪୧୫ଟି ମହାବିଦ୍ୟାଳୟ ଭାଗ ନେଇଥିଲେ । ତିନିଦିନଧରି କଲେଜ ଖେଳପଡିଆରେ ଅନୁଷ୍ଠିତ ଏହି ଟୁର୍ଣାମେଂଟର ଫାଇନାଲ ମ୍ୟାଚ୍ ଜିପିଇ ମହାବିଦ୍ୟାଳୟ ଓ ବାରଙ୍ଗକୁଞବିହାରୀମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା । ଜିପିଇକୁ ୩୩-୨୦ରେ ପରାସ୍ତକରି ବାରଙ୍ଗକୁଞବିହାରୀମହାବିଦ୍ୟାଳୟ ଚମ୍ପିୟାନ ହୋଇଥିଲା । କଲେଜର ଅଧକ୍ଷ ବିମଳଚରଣଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନିଉସ୍ବରେ ଉକ୍ତଳବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନ ସିଲର ନିର୍ଦ୍ଦେଶକ ମହେଶସାହୁ,ପ୍ରଫେସର ସୁର୍ଯକାନ୍ତପଣ୍ଡା,ପ୍ରଫେସର ସୁଧାଂଶୁଲେଙ୍କା,ପ୍ରକାସପରିଡା,ଅଧ୍ୟାପିକା ଲକ୍ଷ୍ମୀସ୍ୱାଇଁପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ […]

ନିଆରା ପୁଜା

ଭୁବନେଶ୍ୱର,୧୦/୧୧-ବାରଙ୍ଗର ଐତିହାସିକ ଗଣପର୍ବ କାର୍ତିକେଶ୍ୱର ପୁଜାକୁ ମାତ୍ର ଅଳ୍ପଦିନ ବାକି ରହିଛି । ହେଲେ ଏବେ ଠାରୁ ଚଳଚଂଚଳ ହୋଇଉଠିଛି ବାରଙ୍ଗ ଅଂଚଳ । ୧୦୦ରୁ ଉର୍ଦ୍ଧ ପୁଜାମଣ୍ଡପରେ ପୁଜାପାଇବାକୁ ଯାଉଛନ୍ତି ପ୍ରଭୂ କାର୍ତିକେୟ ଓ ମା ନିଳେଦ୍ରୀ ।ପ୍ରାୟ ସବୁ ପୁଜା ମଣ୍ଡପ ଗୁଡିକରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳା ଓ ଉଚ୍ଚ ତୋରଣ ପ୍ରତି ଗୁରୁତ୍ୱ ଦିଆଯାଇଛି ।କେତେକ ପୁଜାମଣ୍ଡପ ଗୁଡିକରେ ମୁର୍ତୀର ନିର୍ମାଣ ଶୈ÷ଳୀକୁ ଆକର୍ଷଣୀୟ କରିବାପାଇଁ ମଧ୍ୟ ଉଦ୍ୟମ ହେଉଥିବାର ଦେଖିବାକୁ ମିଳିଛି […]

ନୂଆ ରୁପରେ ବାଘ ସଫାରୀ ଓ ଆକ୍ୱାରିୟମକୁ ଆସିବ ନୁଆ ପଶୁପକ୍ଷୀ

ନନ୍ଦନକାନନର ବିକାଶ ପାଇଁ ୨୪କୋଟି ୯୦ଲକ୍ଷ ଓ ବଟାନିକାର୍ଲ ଗାର୍ଡେନ ପାଇଁ ୧ କୋଟି ୭୨ଲକ୍ଷ ଭୁବନେଶ୍ୱର: ନନ୍ଦନକାନନର ବିକାଶ ପାଇଁ ଖର୍ଚ୍ଚହେବ ୨୪କୋଟି ୯୦ଲକ୍ଷଟଙ୍କା ।ଏହି ଟଙ୍କା ହେଉଛି ନନ୍ଦନକନାନର ରାଜସ୍ୱବାବଦରେ ଆୟ ।ଏହି ଆୟ ଟଙ୍କାକୁ ସୋସାଇଟ ମାଧ୍ୟମରେ ଖର୍ଚ୍ଚ କରିବାପାଇଁ ୨୦୧୯-୨୦ ଅର୍ଥିକବର୍ଷପାଇଁ ବ୍ୟୟବରାଦ ହୋଇଛି ।ଏହି ଅନୁଦାନରେ ନନ୍ଦନକାନନ ସହ ବଟାନିକାର୍ଲଗାର୍ଡେନର ବିକାଶର ଚିତ୍ର ରହିଛି ।ନୁଆ ଏନ୍‌କ୍ଲୋଜର ସାଙ୍ଗକୁ ନୁଆପଶୁପକ୍ଷୀ ଆଣିବା ,ପୁନଉଦ୍ଧାରକାର୍ଯ୍ୟ,ନୁଆପ୍ରକଳ୍ପ,ମରାମତି ଆଦି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ […]

ସୁରଭି-୨୦୧୯ ଉଦ୍‌ଯାପିତ

ଭୁବନେଶ୍ୱର: ପିଲାମାନେ ଦେଖାଇଲେ ସେମାନଙ୍କ ପ୍ରତିଭା ।ଅଭିଭାବକମାନେ ଅପେକ୍ଷାକରି ରହିଥିଲେ ସେମାନଙ୍କପିଲାମାନଙ୍କ ଦ୍ୱାରା ପରିବେଷଣ ହେବାକୁ ଥିବା କାର୍ଯ୍ୟକ୍ରମକୁ ।କେବଳ ଅଭିଭାବକନୁହଁନ୍ତି ଦେଖଣାହାରୀଙ୍କୁ ବିମୁଗ୍ଧ କରିଦେଇଥିଲେ ପିଲାମାନେ ।ଆଧୁନିକ ଓ ପୈାରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ମନୋରଞନର ଖୋରକ୍ ଦେବାସହ ଦାୟିତ୍ୱବୋଧର ବାର୍ତା ବାଂଟିଥିଲେ ।ଏହାଥିଲା ଭୁବନେଶ୍ୱର ବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନର ଦୃଶ୍ୟ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନବିହାରୀ ନାଥଙ୍କ ଉଦ୍ୟମ ଓ ପ୍ରଚେଷ୍ଠାରେ […]

କାର୍ତିକେଶ୍ୱର ଭଷାଣିରେ ଡିଜେ ବନ୍ଦ

ଭୁବନେଶ୍ୱର: ବାରଙ୍ଗର ଗଣପର୍ବ ପବିତ୍ର କାର୍ତିକେଶ୍ୱରପୁଜା ଓ ଭଷାଣିଉସ୍‌ବ ଆଉମାତ୍ର ଅଳ୍ପଦିନ ବାକି ରହିଛି ।ଏହାକୁ ନେଇ ଚଳଚଂଚଳ ହୋଇଉଠିଛି ବାରଙ୍ଗ ଅଂଚଳ । ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳିବାକୁ ସମସ୍ତ ପୁଜାକମିଟି ପକ୍ଷରୁ ଏକପ୍ରକାର ଉଦ୍ୟମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ପ୍ରାୟ ପୁଜାମଣ୍ଡପମାନଙ୍କରେ ମୃଣୟମୁର୍ତୀମାନଙ୍କର ନିର୍ମାଣ କାମ ଏକମାଟି ସରିଥିବାବେଳେ ଅଳ୍ପକିଛି ଜାଗାରେ ନିର୍ମାଣ ଚାଲିଛି । ପୁଜାମଣ୍ଡପର ସାଜସଜ୍ଜା ସଙ୍ଗକୁ ସଉଚ୍ଚ ରଙ୍ଗବେରଙ୍ଗର ଆଲୋକମାଳରେ ସଜେଇବାକୁ  କେତେକ ପୁଜାକମିଟିକର୍ମକର୍ତାମାନେ ଉଦ୍ୟମ […]

ନଭେମ୍ବର ୭ରେ ବାରଙ୍ଗ ଆସିବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ନଭେମ୍ବର ୭ତାରିଖରେ ବାରଙ୍ଗକୁ ଆସିବେ ଓ ୮ତାରିଖରେ ପ୍ରବଚନ ଦେବେ ଶ୍ରୀମଦ୍ ଜଗତଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ପୁରୀଗୋବର୍ଦ୍ଧନପୀଠାଧିଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ବାରଙ୍ଗରେ ଶଙ୍କରାଚାର୍ଯ୍ୟଙ୍କର ଦୁଇଦିନିଆ ଗ୍ରସ୍ଥ ର କାର୍ଯ୍ୟକ୍ରମ ରହିଛି ।ବାରଙ୍ଗ ଶ୍ରୀମଦ୍ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର କର୍ମକର୍ତାମାନେ ଏହାକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଖପାଖ ଗ୍ରାମର ମୁରବୀ ଓ ଭଗବତପ୍ରେମୀ ଲୋକମାନଙ୍କୁ ନେଇ ପ୍ରସ୍ତୁତିବୈଠକ ଚାଲିଛି।ଆଦିତ୍ୟବାହିନି,ବାରଙ୍ଗ୪୮ସଙ୍କିର୍ତନମଣ୍ଡଳ,ବାରଙ୍ଗଆଂଚଳିକ ଶାନ୍ତିକମିଟି,ବାରଙ୍ଗ ବରିଷ୍ଠ ନାଗରିକସଂଘ, ବାରଙ୍ଗପ୍ରେସ୍‌କ୍ଲବ,ଶିକ୍ଷାବିତ,ମୁରବୀମାନଙ୍କ ସହ ଯୁବକମାନଙ୍କୁ ବୈଠକରେ […]

ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ 

ଭୁବନେଶ୍ୱର: ନନ୍ଦନକାନନ କର୍ତୁପକ୍ଷ ପରିସରକୁ ପ୍ରଦ୍ୟୁଷଣ ମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।ଯାହାର ଫଳସ୍ୱରୁପ ନନ୍ଦନକାନନରେ ହେବାକୁ ଯାଉଛି  ୫ଟି ମଇଳାପାଣି ବିଶୋଧନ ପ୍ରକଳ୍ପ ।ଏଥିରେ ବିଭିର୍ଣ ଏନକ୍ଲୋଜରରୁ ବାହାରୁଥିବା ମଇଳା ପାଣି ଓ ନର୍ଦ୍ଦମାପାଣିକୁ ବିଶୋଧନ କରାଯାଇ ପୁଣି ତାକୁ ବ୍ୟବହାର ଉପଯୋଗୀ କରାଯିବ ।ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତପର୍ବ । ଜାଗା ଚିହ୍ନଟ ସରିଥିବାବେଳେ ଟେଣ୍ଡର ପ୍ରକିୟାର ଅବଧିକୁ ଅପେକ୍ଷାକରି  ରହିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।୧କୋଟି ଟଙ୍କାର ବ୍ୟୟବରାଦରେ ହେବାକୁ ଥିବା ଏହି […]

ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଏମ୍‌ସ ହାତକୁ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ଗ୍ରାମବାସୀମାନଙ୍କ ପାଇଁ ଖୁସି ଖବର ।ବ୍ଲକ ହେଡକ୍ୱାଟର ମାନ୍ୟତା ପାଇଥିବା  ମେଣ୍ଢାଶାଳଠାରେ  ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସିଜୁଆସ୍ଥିତ ଏମ୍‌ସ ସଂସ୍ଥା ଅଧିନକୁ ଗଲା । ଏବେଠାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନେ ସବୁପ୍ରକାର ରୋଗୀସେବା ପାଇପାରିବେ ।ଡାକ୍ତରମାନଙ୍କର ଅଭାବ ରହିବନାହିଁ ।ସବୁବିଭାଗର ଡାକ୍ତରମାନେ ପର୍ଯ୍ୟାୟକ୍ରମେ ଏଠାକୁ ଆସି ଆସୁଥିବା ରୋଗୀମାନଙ୍କର ଚିକିସ୍‌ା କରିବେ ।ଯାହାଫଳରେ ଗ୍ରାମାଂଚଳର ଲୋକମାନେ କଟକ ଓ ଭୁବନେଶ୍ୱର ଘରୋଇଡାକ୍ତରଖାନାକୁ ନଯାଇ ପ୍ରାଥମିକତାଭାବେ ମେଣ୍ଢାଶାଳଠାରେ  ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ ଉପରେ ନିର୍ଭର କରିବେ ।ଏହି […]