ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଏମ୍‌ସ ହାତକୁ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ଗ୍ରାମବାସୀମାନଙ୍କ ପାଇଁ ଖୁସି ଖବର ।ବ୍ଲକ ହେଡକ୍ୱାଟର ମାନ୍ୟତା ପାଇଥିବା  ମେଣ୍ଢାଶାଳଠାରେ  ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସିଜୁଆସ୍ଥିତ ଏମ୍‌ସ ସଂସ୍ଥା ଅଧିନକୁ ଗଲା । ଏବେଠାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନେ ସବୁପ୍ରକାର ରୋଗୀସେବା ପାଇପାରିବେ ।ଡାକ୍ତରମାନଙ୍କର ଅଭାବ ରହିବନାହିଁ ।ସବୁବିଭାଗର ଡାକ୍ତରମାନେ ପର୍ଯ୍ୟାୟକ୍ରମେ ଏଠାକୁ ଆସି ଆସୁଥିବା ରୋଗୀମାନଙ୍କର ଚିକିସ୍‌ା କରିବେ ।ଯାହାଫଳରେ ଗ୍ରାମାଂଚଳର ଲୋକମାନେ କଟକ ଓ ଭୁବନେଶ୍ୱର ଘରୋଇଡାକ୍ତରଖାନାକୁ ନଯାଇ ପ୍ରାଥମିକତାଭାବେ ମେଣ୍ଢାଶାଳଠାରେ  ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ ଉପରେ ନିର୍ଭର କରିବେ ।ଏହି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ସିଜୁଆସ୍ଥିତ  ଏମ୍‌ସ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ବୋଲି ଗୁରୁବାରଦିନ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିବାବୈଠକରେ ନିଷ୍ପତି ନିଆଯାଇଛି ।ରାଜ୍ୟସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶକ ଡ.ଦିଲିପଷଡଙ୍ଗୀ,ଖୋର୍ଦ୍ଧା ଏଡିଏମଓ ଡ.ଦ୍ୱାରିକାନାଥ ଶତପଥି, ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଡା.ମୋହନ ହେମ୍ରମ ଓ ଶୁଭ୍ରାଂଶୁପ୍ରଧାନ,ଏମ୍‌ସ୍ ପକ୍ଷରୁୃ ଡ.ବିକାଶଚନ୍ଦ୍ରଭାଟିଆ, ଡ.ବିନୋଦକୁମାରପାତ୍ର, ଡ.ମନିହ୍ ତିଆରୀ, ଡ.ରବିରାଜେ କୁମ୍ବେଲଙ୍କୁ ନେଇ ଗଠିତ ଟିମ୍ ବୈଠକରେ  ଏହି ନିଷ୍ପତି ନେଇଛନ୍ତି ।ଏହି ବୈଠକରେ ରୋଗୀସେବାକୁ ଗୁରୁତ୍ୱ ଦେବା ସହ ପ୍ରତ୍ୟେକଦିନ ଏମ୍‌ସର ଯୁବଡାକ୍ତରମାନେ ଆସି ରୋଗୀମାନଙ୍କ ଚିକିସ୍‌ା କରିବେ ବୋଲି ନିଷ୍ପତି ନିଆଯାଇଥିଲା ।ଆସୁଥିବା ଡାକ୍ତରମାନଙ୍କ ରହିବା ନିମନ୍ତେ ନୁଆଘର ନିର୍ମାଣ ହେବାପର୍ଯ୍ୟନ୍ତ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଖାଲି ଓ ଭଗ୍ନ ଅବସ୍ଥାରେ ଥିବାଘରଗୁଡିକର ମରାମତି କରାଯିବାକୁ ନିଷ୍ପତି ହୋଇଛି । ରୋଗୀସେବାକୁ ପ୍ରାଥମିକତାଭାବେ ନେବାକୁ ସମସ୍ତ ଡାକ୍ତରମାନଙ୍କୁ ଏହି ଟିମ୍ ପରାମର୍ଶ ଦେଇଛି ।ା

Comments (0)
Add Comment