ମେଣ୍ଢାଶାଳରେ ଶାରଦୀୟ ଦୂର୍ଗାଉତ୍ସବ ଉଦଯାପିତ
ମେଣ୍ଢାଶାଳ,୩।୧୦(ଏସଏସନିଉଜ) ମେଣ୍ଢାଶାଳରେ ଥିବା ବିଭିନ୍ନ ମନ୍ଦିର ଓ ମେଣ୍ଢାଶାଳ ବଜାରରେ ଥିବା ଦୁର୍ଗାପୂଜା କମିଟି ମାଧ୍ୟମରେ ୨୬ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଜି ସନ୍ଧ୍ୟାରେ ବଜାରକମିଟି ସଭ୍ୟମାନଙ୍କ ଦ୍ଵାରା ଦୁର୍ଗାମୂର୍ତ୍ତି ବିସର୍ଜନ କରାଯାଇଛି।ଗ୍ରାମର ବାସନ୍ତୀସାମନ୍ତରାଙ୍କ ବାଡି ରେ ମାଟିତଳୁ ବାହାରି ଥିବା ବାନଦୂର୍ଗାପୀଠକୁ ମଙ୍ଗଳବାରଠାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।ସେହିପରି ଶାନ୍ତିକୌଶଲ୍ୟା କଲ୍ୟାଣମଣ୍ଡପ ଠାରେ ଥିବା ମାଦୁର୍ଗାଣୀଙ୍କ ଠାରେ ମହାଷ୍ଟମୀଦିନ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା। ଶ୍ମଶାନ […]