କଟକ, ୨୮।୯ (ଏସଏସନିଉଜ)ବର୍ଷାପାଣି ନିଷ୍କାସନ ହୋଇପରିବାରୁ ବାରଙ୍ଗ ଅଂଚଳର ମୁଖ୍ୟରାସ୍ତାଗୁଡ଼ିକ ଅତି ଶୋଚନୀୟ ହୋଇ ଖାଲଖମାରେ ପରିଣତ ହୋଇଛି।ଏହା ଭିତରେ ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ରାସ୍ତାରୁ ପାଣିଯିବାର ବ୍ୟବସ୍ତା ମଧ୍ୟ ହୋଇପାରୁନି।ଯାହାଫଳରେ ସାଧାରଣ ଲୋକ ହିନସ୍ଥା ଭୋଗ କରୁଛନ୍ତି। ପ୍ରତ୍ୟେକଦିନ ଛୋଟବଡ ଦୃଘଟଣା ଘଟି ଧନଜୀବନ କ୍ଷତି ମଧ୍ୟ ହେଉଛି।ତ୍ରିଶୂଳିଆ-ବାରଙ୍ଗ ଏବଂ ତ୍ରିଶୂଳିଆ-ବାଙ୍କୀ ରାସ୍ତାରେ ଏଭଳି ଘଟଣାମାନ ଘଟୁଥିବାର ଦେଖିବାକୁ ମିଳିଛି।ଏହାଭିତରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ମୈଜା ଅଂଚଳରେ ଏକ ଘରୋଇ ଆପାର୍ଟମେଣ୍ଟ ସମ୍ମୁଖ ମୁଖ୍ୟରାସ୍ତାକୁ ଶନିବାର ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଜମି ରହିଥିବା ପାଣିକୁ ନିଷ୍କାସନ ପାଇଁ ରାସ୍ତାଟିକୁ ତାଡ଼ି ଦେଇଛି।ଯାହାଫଳରେ ରବିବାର ସକାଳୁ ଉକ୍ତ ରାସ୍ତାଟି କୂତ୍ରିମ ବନ୍ୟାକୃତ ହୋଇଛି।ଏହି ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣ ଦୃଘଟଣାଗ୍ରସ୍ତ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେବା ଆରମ୍ଭ କରୁଛନ୍ତି।ଏହାସତ୍ତ୍ୱେ ଉକ୍ତ ରାସ୍ତା ଦାୟିତ୍ଵରେ ଥିବା କଟକରାସ୍ତା ଓ କୋଠାବାଡ଼ି ବିଭାଜନ ବିଭାଗର ନିଦ ଭାଙ୍ଗି ନଥିବା ଭଳି ମନେହେଉଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)