ସାବଧାନ!

ଦାଢ଼ାପାଟଣାରେ ମାତିଛି ପାତିମାଙ୍କଡ

ବାରଙ୍ଗ,୨୮।୯(ଏସଏସନିଉଜ) ରବିବାର ସକାଳେଦାଢାପାଟଣା ଗ୍ରାମରେ ପାତିମାଙ୍କଡ କାମୁଡାରେ ଦୁଇଜଣ ଯୁବକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।ରବିବାର ସକାଳେ ଶିବପ୍ରସାଦ ସାହୁ ନାମକ ବ୍ୟକ୍ତି ଘରୁ ବାହାରି ତାଙ୍କ ଗ୍ରୋଷରୀ ଦୋକାନ ଖୋଲିବାକୁ ଯାଉଥିଲେ। ଏହିସମୟରେ ଦଳେ ମାଙ୍କଡ ଆସି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ ।ଏହି ଘଟଣା ଦେଖି ଦୂରରେ ଥିବା ବିମଳ ସାହୁ ନାମକ ବ୍ୟକ୍ତି ଶିବପ୍ରସାଦଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ।କିନ୍ତୁ ସିଏ ବି ମଧ୍ୟ ପାତୀମାଙ୍କଡମାନଙ୍କ ଆକ୍ରମଣର ଶିକାର ହୋଇଥିଲେ।କିଛି ଯୁବକ ସଂଗବୋଧ ହୋଇ ଆସିବାରୁ ଉଭୟଙ୍କୁ ମାଙ୍କଡ କବଳରୁ ଉଧାର କରିବାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇ ଥିଲା ।ତେବେ ଗ୍ରାମବାସୀମାନଙ୍କ ଅଭିଯୋଗ ଆଧାରରେ କିଛିଦିନ ପୂର୍ବରୁ ୬୦ଟି ମାଙ୍କଡକୁ ଦାଢାପାଟଣା ଗ୍ରାମରୁ ଧରି ବନବିଭାଗ ଜଙ୍ଗଲରେ ଛାଡ଼ିଥିଲେ।ଅଳକା ରହିଯାଇଥିବା ପାତୀମାଙ୍କଡ ମାନଙ୍କର ପୁଣି ବଂଶବୃଦ୍ଧି ଘଟି ଉପଦ୍ରବ ଆରମ୍ଭ କରିଛନ୍ତି।ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

Comments (0)
Add Comment