Browsing category

ମହାନଗର

ଚକୁଳିଆ ପଣ୍ଡା ବେଶରେ ଗୀତ ବୋଲିଲେ

ମେଣ୍ଢାଶାଳ,୩୧।୭(ଏସଏସନିଉଜ)ଭୁବନେଶ୍ୱର ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ବଜ୍ରପାତରୁ ସୁରକ୍ଷା ପାଇବାପାଇଁ ଚକୁଳିଆ ପଣ୍ଡାଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଗୁରୁବାରଦିନ ମେଣ୍ଢାଶାଳ ପଞ୍ଚାୟତରେ ଆରମ୍ଭ କରାଯାଇଛି।ଚକୁଳିଆ ପଣ୍ଡା ସେମାନଙ୍କ ଗୀତ ମାଧ୍ୟମରେ ମେଣ୍ଢାଶାଳ ଗ୍ରାମ ଓ ବଜାରରେ ଗ୍ରାମବାସୀ ଓ ଦୋକାନୀମାନଙ୍କ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରଂପଚ କୌଶଲ୍ୟା ବଳିଆର ସିଂହ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦିପ୍ତିମୟୀ ନାୟକ ପରିଚାଳନା କରିଥିଲେ।ଚଳିତବର୍ଷ ବର୍ଷାଋତୁରେ ମେଣ୍ଢାଶାଳ ଗାଆଁରେ ଘଟି ଦୁଇଟି ନଡିଆଗଛ ଓ ଏକ ଚାଳଘର ଉପରକୁ […]

ବାରଙ୍ଗ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

କଟକ,୩୧। ୭(ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ଦିନ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଫାଣ୍ଡି ପୁଲିସ। ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ। ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି […]

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

କେନ୍ଦ୍ରା‌ପଡ଼ା,୩୧।୭(ଏସଏସନିଉଜ) କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ଥିବା ଭିତରକନିକା ଜାତୀୟଉଦ୍ୟାନ ଆସନ୍ତାକାଲି ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ

ଭୁବନେଶ୍ବର,୩୦ା୭(ଏସଏସନିଉଜ) OAS ଅଧିକାରୀଙ୍କ ନାଁରେ ମହିଳାଥାନାର ଦ୍ବାରସ୍ଥ ହେଲେ ପତ୍ନୀାOSDMA ଡିଜିଏମ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଆଣିଲେ ଅଭିଯୋଗାପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଅଭିଯୋଗାନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା ପତ୍ନୀଙ୍କ ଅଭିଯୋଗାହସ୍ପିଟାଲ ବେଡ୍‌ରେ ନବଜାତ ପୁଅ ଓ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗାସ୍ବାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କଲେ ପତ୍ନୀାସବୁ ଅଭିଯୋଗର ଜବାବ ଥାନାରେ ଦେବି କହିଲେ OAS […]

ନନ୍ଦନକାନନ ପାଳିଲା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଭୁବନେଶ୍ୱର,୨୯।୭(ଏସଏସନିଉ ଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ମଙ୍ଗଳବାରଦିନ ଅନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ କରାଯାଇଛି।ପ୍ରତିବର୍ଷ ଜୁଲାଇମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ରଦିବସ ପାଳନ କରାଯାଏ। ବାଘମାନଙ୍କ ସଂରକ୍ଷଣ ଏବଂ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଉଛି। ନନ୍ଦନକାନନ ବାଘମାନଙ୍କ ପ୍ରଜନନରେ ଏକ ମାଇଲ ଖୁଣ୍ଟ ହାସିଲ କରିଛି। ଧଳାବାଘ, ମହାବଳବାଘ ଏବଂ ମେଲାନିଷ୍ଟିକ ବା କଳାଲୋମଯୁକ୍ତ ବାଘ ପାଇଁ ନନ୍ଦନକାନନ ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଚିଡ଼ିଆଖାନାରେ ୩୬୦ରୁ […]

କାନ୍ଦ ବୋବାଳିରେ ଫାଟିଲା ବିଦ୍ୟାଳୟ

କଟକ,୨୯।୭(ଏସଏସନିଉଜ) ସାନମୁଣ୍ଡଳୀ ସ୍କୁଲର ଦୁଇଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶ ସୋମବାର ଅପରାହ୍ନରେ ଜଣାପଡିବା ପରେ ମଙ୍ଗଳବାର ସକାଳୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।ପିଲାମାନେ ଏହି ବଦଳି ଆଦେଶକୁ ବାତିଲ କରିବା ପାଇଁ ସ୍କୁଲ ସାମ୍ନାରେ ଧାରଣରେ ବସିଥିଲେ।ପରେ ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପିଲାମାନେ ଶୋକାକୁଳ ପରିବେଶ ଭିତରେ କାନ୍ଦିକାନ୍ଦି ବଦଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦାୟ ଦେଇଥିଲେ। ପ୍ରକାଶଯେ, ସାନମୁଣ୍ଡଳୀ ସ୍କୁଲର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ରଙ୍କର […]

ଆମର ଦରକାର ଜଗନ୍ନାଥ ସାର୍

କଟକ,୨୯।୭(ଏସଏସନିଉଜ)ଶିକ୍ଷକଙ୍କ ବଦଳି ବାତିଲ ଦାବୀରେ ଛାତ୍ରୀଛାତ୍ରମାନେ ପାଠପଢା ବନ୍ଦ କରି ପ୍ରାୟ ୧ଘଣ୍ଟା ଧରି ଧାରଣାରେ ବସିଥିଲା।ପରେ ପୋଲିସ ଆସି ବୁଝାସୁଝା କରି ଆଲୋଚନା ମାଧ୍ୟମରେ ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଉଠିଥିଲେ।   ପ୍ରକାଶ ଯେ,ରାମଦାସପୁର ପଞ୍ଚାୟତ ଅନ୍ତର୍ଗତ ରତାଗଡ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ଶ୍ରେଣୀଗୃହ ରହିଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି।ସେଥିମଧ୍ୟରୁ ଦୀର୍ଘ ବର୍ଷ ହେବ ରହିଥିବା ଜଗନ୍ନାଥ ମାରାଣ୍ଡି ନାମକ […]

ସ୍କୁଲପିଲାଙ୍କ ପରିଚୟପତ୍ରରେ ଲାଗିବ ଗେରୁଆରଙ୍ଗ

ଭୁବନେଶ୍ୱର,୨୮।୭(ଏସଏସନିଉଜ) ପ୍ରାଥମିକବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଗେରୁଆରଙ୍ଗ ହେବ ।ଆଗରୁ ଥିବା ସବୁଜରଙ୍ଗର ଆଇ-କାର୍ଡ ଏଥର ପରିବର୍ତ୍ତନ ହେବା।୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁଥିରେ ପିଲାଙ୍କ ନାମ,ଶ୍ରେଣୀ,ଜନ୍ମତାରିଖ, ରୋଲନମ୍ବର ଓ ଫୋନ୍‌ ନମ୍ବର ରହିବ।ସେଥିରେ ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବାହାର ପିଲାମାନେ ବିଭିନ୍ନ ସମୟରେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇକାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।ପିଲାମାନେ ସ୍କୁଲକୁ ଆସିବା ସମୟରେ ତାହାକୁ ବେକରେ ଆଇ-କାର୍ଡ […]

ଶୁଣିଲେନି ପ୍ରଶାସନ !

କଟକ, ୨୭।୭(ଏସଏସନିଉଜ) କୁହ୍ନେଇଁପଡ଼ା ଗ୍ରାମପଞ୍ଚାୟତର ପାଟପୁର ଶଅରସାହିର ମୁଖ୍ୟ ରାସ୍ତାକୁ ରବିବାର ଦିନ ମରାମତି କରୁଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ। ପ୍ରକାଶଯେ, ପାଟପୁର ଶଅର ସାହିର ମୁଖ୍ୟରାସ୍ତାଟି ଦୀର୍ଘବର୍ଷ ହେବ ଖାଲଖମାରେ ପରିପୂର୍ଣ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିଲା।ପର୍ଯ୍ୟାୟ କ୍ରମେକୈାଣସି ମରାମତି କାର୍ଯ୍ୟ କରାଯାଉନଥିବାରୁ ରାସ୍ତାଟି ର ଅବସ୍ଥା ସୋଚନୀୟ ହୋଇ ପଡ଼ିଥିଲା। ଗ୍ରାମବାସୀମାନେ ବିଭିନ୍ନ ସମୟରେ ବହୁବାର ଲୋକ ପ୍ରତିନିଧିମାନଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ରାସ୍ତାର ଅବସ୍ଥା […]

ଫୁଲୁଛି ମହାନଦୀ

କଟକ,୨୭।୭(ଏସଏସନିଉଜ)ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ସମେତ ଅନ୍ୟ ଶାଖାନଦୀରେ ଜଳସ୍ତର ବଢିବାରେ ଲାଗୁଛି।ଯାହାଫଳରେ ମହାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପର ମୁଣ୍ଡରେ ପ୍ରବଳବର୍ଷା ହେବା ନେଇ ପାଣିପାଗବିଭାଗ ଆକଳନ କରିଛି।ଏବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ସକାଳ ସୁଦ୍ଧା ହୀରାକୁଦକୁ ୫ ଲକ୍ଷ ୪୨ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ହୀରାକୁଦ ତାର ୨୦ଟି ଗେଟଦେଇ ୩ ଲକ୍ଷ ୪୧ […]