Browsing category

ମହାନଗର

ଏହି ମାସରେ ବହୁତ କିଛି ହେବ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଏହି ମାସରେ ବହୁତ କିଛି ହେବ।ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି।ବୋର୍ଡନିଗମ,ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର।ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତି।ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ ଯୁବବର୍ଗ ଓ ଏହା ତାଙ୍କର ପ୍ରାଥମିକତା ବୋଲି ତୋମାର କହିଛନ୍ତି।

୨୭ରେ ବ୍ରହ୍ମପୁର ଆସିବେ ମୋଦି

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ସେବାପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।ଅନ୍ୟପଟେ ମିଜୋରାମରେ ଗଡ଼ିଲା ଟ୍ରେନ୍‌। ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦି ବଡ଼ଭେଟି ଦେଇଛନ୍ତି।ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ।୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍‌।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ବୈରାବୀ- ସୈରାଙ୍ଗ ରେଲୱେ ଲାଇନ ଉଦ୍‌ଘାଟନ କଲେ।୩ଟି ନୂଆ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି ଶୁଭାରମ୍ଭ କଲେ।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।ମିଜୋରାମ ବାସୀଙ୍କପାଇଁ […]

ପୂଜା ଦେଖିବେନି ଦାଗୀ

ଭୁବନେଶ୍ୱର,୧୨।୯( ଏସଏସନିଉଜ)ପୂଜାପୂର୍ବରୁ ମୋଷ୍ଟୱାଣ୍ଟେଡଙ୍କୁ ଖୋଜୁଛି ପୁଲିସ୍‌ ।ୱାରେଣ୍ଟିଙ୍କୁ ଧରିବାପାଇଁ ତିଆରି ହୋଇଛି ତାଲିକା ।ଜେଲରେ କଟିବ ଦାଗୀଙ୍କ ଦଶହରା ।ଅସାମାଜିକଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି।

ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ

ଭୁବନେଶ୍ବର,୧୨।୯(ଏସ ଏସନିଉଜ)ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ ହୋଇଥିବାର ଅଭିଯୋଗ ଆସିଛି।ସୂର୍ଯ୍ୟନଗରରୁ ନିଖୋଜହେବା ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି।୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜିପର୍ଯ୍ୟନ୍ତ ପତ୍ତା ମିଳିପାରିନ ଥିବାର ଜଣାପଡିଛି।

ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା

କଟକ,୧୨।୯(ଏସଏସନିଉଜ) ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରାଆରମ୍ଭ ହେବ।ନଭେମ୍ବର ୫ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ। ତଳ ପଡ଼ିଆର ୬୦ ଏକର ଜାଗାରେ ଚଳିତଥର ବାଲିଯାତ୍ରା ହେବ।ଆଗରୁ ୩୪ ଏକର ପରିମିତ ତଳ ପଡ଼ିଆର ଜଗାରେ ବାଲିଯାତ୍ରା ହେଉଥିଲା। ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ।

ଲୁଚାଇ ଆଣୁଥିଲେ ଆସ୍କାଫଟି ,ଧରିଲା ପୋଲିସ

ଜଟଣୀ,୧୧।୯(ଏସଏସନିଉଜ) ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ଆଧାରରେ ୪୨୪/୨୫କେସ ନମ୍ୱରରେ ଏକ ମାମଲା ଜଟଣୀଥାନାରେପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ କାହ୍ନୁଚରଣ ବେହେରାଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟଚାଲାଣ କରାଯାଇଛି। ବିଶ୍ୱସ୍ତସୂତ୍ର ସୂଚନା ଆଧାରରେ, ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୋଲିସଟୀମ ଖୁଦୁପୁର ଛକ ନିକଟରେ ଦୃତଗତିରେ ଆସୁଥିବାଏକ ଅଶୋକ ଲେଲ୍ୟାଣ୍ଡ ବଡ଼ ଗାଡ଼ିକୁ ଅଟକାଇଥିଲେ। ଚାଲକ କାହ୍ନୁ ଗାଡ଼ିଟି ନିଜର ବୋଲି କହିଥିଲେ।ପୋଲିସ ତଲାସି ସମୟରେ ଗାଡ଼ି […]

ଫ୍ରାନ୍ସରେ ବିକ୍ଷୋଭ,୨୦୦ ଗିରଫ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀା ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀାରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀା ଏହି ଘଟଣାରେ ୨୦୦ଜଣ ଗିରଫ ମଧ୍ୟ ହୋଇଥିବାର ଜଣାପଡିଛି ।

ଏନଓସି ନନେଲେ କଟକରେ ପୂଜାମଣ୍ଡପ ମନା

କଟକ,୧୦ା୯(ଏସଏସନିଉଜ)ଏନଓସି ନନେଲେ ଏଥର ପୂଜା ମଣ୍ଡପକୁ ମିଳିବନି ଆୟୋଜନର ଅନୁମତିାପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହିଭଳି ସୂଚନା ଦେଇଛନ୍ତି ।କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛିାକେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତିା୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତିାଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ସିପି ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତି

ଭୁବନେଶ୍ୱର,୯ା୯(ଏସଏସନିଉଜ)ଏନଡିଏପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ ।

ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ

ଭୁବନେଶ୍ବର,୯।୯(ଏସଏସନିଉଜ)ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା ହେବ।ପରିବହନ,ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ଆଦି ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇ ଥିଲା।ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।୩ ବିଭାଗ ରିପୋର୍ଟ ଆଧାରରେ ଆସନ୍ତାକାଲି ସୁଭଦ୍ରା […]