Browsing category

ମହାନଗର

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦।୯(ଏସଏସନିଉଜ) ଶନିବାର ସକାଳୁ ଦାରୁଠେଙ୍ଗ ଗ୍ରାମପାଖ ଜୁଝଗଡ଼ଡ୍ରେନ୍ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ବରଗଡଥାନା ପୁଲିସ।ମୃତ ଯୁବକର ପରିଚୟ ପୋଲିସ ପାଇସାରିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି।ତେବେ ହତ୍ୟାକାଣ୍ଡର ପକୃତ କାରଣ ଜାଣିବାପାଇଁ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।ପୋଲିସ ଏକ ହତ୍ୟା ମାମଲା ରୁଜୁକରିଛି।ମୃତଦେହ ପାଖରେ ଥୁଆ ହୋଇଥିବା ମନିପର୍ସ, ଛତା, ମଦବୋତଲ ଓ ଏକ କାରକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶଯେ,ଶିଶୁପାଳଗଡରେ ରହୁଥିବା ଭାଣପୁର […]

କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

କଟକ,୧୭।୯(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ରାଜ୍ୟ ଶିକ୍ଷାବିଭାଗ ” ମା କେ ଲିୟେ ଏକ ପେଡ ” ଅନୁଯାଇ ପ୍ରାୟ ୫୦୦ ଛୋଟ ବଡ ଗଛ କଲେଜର ଅଧ୍ୟକ୍ଷ ଡ଼. ସେକ ନାଇମୁଦ୍ଦିନଙ୍କ ତତ୍ୱାବଧାନରେ ରୋପଣ କରାଯାଇଛି। ଏଥିରେ ମହାବିଦ୍ୟାଳୟର ୟୁଥ ରେଡକ୍ରସ, ଏନ.ଏସ.ଏସ ଓ ସ୍କାଉଟଗାଇଡ଼ର ସ୍ବେଛାସେବୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରିମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଡ଼. ପ୍ରବୀର ମହାନ୍ତି, ରୋଜାଲିନ ଦେବି, ପ୍ରକାଶ ପରିଡା, ଡ଼. ମାନସ ରଞ୍ଜନ ଦାଶମିଶ୍ର ଡ଼. […]

ଶ୍ରୀମନ୍ଦିରରେ କାର୍ତ୍ତିକବ୍ରତ ପାଇଁ ୧୯ରୁ ଆବେଦନ…

ପୁରୀ,୧୫।୯(ଏସଏସନିଉ ଜ)ଆସନ୍ତା ୧୯ରୁ ଆରମ୍ଭ ହେବ କାର୍ତ୍ତିକବ୍ରତ ପାଇଁ ଆବେଦନ।ଅନଲାଇନ ଲିଙ୍କ httpsedistrict.odisha.gov.in ରେ ହେବ ଆବେଦନ।ହବିଷ୍ୟାଳୀଙ୍କ ରହଣି, ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସହ ନୂଆ ଆବେଦନ କାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ ବୋଲି କୁହାଯାଇଛି।

ବିପଦପୂର୍ଣ୍ଣ ଗାଡ଼ି ଚାଳନା

ଭୁବନେଶ୍ୱର ,୧୫ା୯(ଏସଏସନିଉଜ)ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର ।ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ […]

ଏକାଦଶ ନିଯୁକ୍ତି ମେଳା

ଭୁବନେଶ୍ୱର,୧୫ ସେପ୍ଟେମ୍ବର(ଏସଏସନିଉଜ)ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଏକାଦଶତମ ନିଯୁକ୍ତିମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ […]

ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ

ଭୁବନେଶ୍ୱର, ୧୫।୯(ଏସଏସନିଉଜ) ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। […]

ବାଙ୍କି ମହୋତ୍ସବ ରୋପ୍ୟଜୟନ୍ତି ପାଇଁ

କଟକ,୧୪।୯(ଏସଏସନିଉଜ)ଚଳିତବର୍ଷ ବାଙ୍କୀମହୋତ୍ସବ କମିଟିର ରୌପ୍ୟଜୟନ୍ତୀ ପାଳନ ଅବସରରେ ଜୋନ ସ୍ତରୀୟ ଆଲୋଚନାଚକ୍ରର ଅନ୍ତିମ ପର୍ୟ୍ୟାୟରେ ବାରଙ୍ଗ ବେଲଗଛିଆ ପଞ୍ଚାୟତ ଅଧୀନସ୍ଥ ଏକ କଲ୍ୟାଣ ମଣ୍ଡପରେ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଆଞ୍ଚଳିକ ଶାନ୍ତିକମିଟି ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଆୟୋଜିତ ଆଲୋଚନାଚକ୍ରରେ ଶାନ୍ତିକମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି ସଭାପତିତ୍ଵ କରିଥିଲେ। ।ଆଧୁନିକ ବାରଙ୍ଗର ଏତିହ୍ୟ ଓ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ବାଙ୍କୀମହୋତ୍ସବ କମିଟି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ […]

ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ସମୟରେ କହିଛନ୍ତିଯେ,ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ହୁଣ୍ଡି ପରିବର୍ତ୍ତନ ହେବ।ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ଏହାସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ କହିଛନ୍ତି ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ […]

ଅକ୍ଟୋବରରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଅକ୍ଟୋବର ମାସ ଆସିଲେ ଓଡିଶାକୁ ବାତ୍ୟାଭୟ ଆରମ୍ଭ ହୁଏ ।ଆଉ ଦିନକେଇଟା ପରେ ଅକ୍ଟୋବରମାସ ଆସୁଛି।ତାଆଗରୁ ଓଡିଶା ଉପରେ ବାତ୍ୟାନେଇ ଆଶଙ୍କା ବଢିବାରେ ଲାଗିଛି।ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶାର ପାଣିପାଗ କଣ ରହିବବଡ଼ ସୂଚନା ଦେଇଛନ୍ତି ।ସାଧାରଣତଃ ବଙ୍ଗୋପସାଗର ଏବଂ ଆରବସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ।ତାଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ ।ମାତ୍ର ଏବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ।ହେଲେ ଅକ୍ଟୋବରରୁ ଡିସେମ୍ବର […]

ବର୍ଷା ପରେ ଆସୁଛି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର,୧୪।୯(ଏସଏସନିଉଜ)କିଛି ଦିନ ପରେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବାକୁ ଯାଉଛି ।ଏଥର ମୌସୁମୀଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି।ପାଣିପାଗ ବିଜ୍ଞାନୀ ମାନଙ୍କ ମତ ଅନୁସାରେ ଚଳିତ ବର୍ଷ ଶେଷରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସକ୍ରିୟ ହେବା ଦ୍ବାରା ଭାରତ ସମେତ ସମଗ୍ର ବିଶ୍ୱର ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି।ଲା-ନିନା ପ୍ରଭାବ ଯୋଗୁ ଭାରତରେ ଶୀତଦିନ ସାଧାରଣ ଅପେକ୍ଷା ଅଧିକ ଥଣ୍ଡା ହୋଇପାରେ। ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ […]