ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ

ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ସମୟରେ କହିଛନ୍ତିଯେ,ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ହୁଣ୍ଡି ପରିବର୍ତ୍ତନ ହେବ।ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି।
ଏହାସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ କହିଛନ୍ତି ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ ହୋଇଥିଲା। କିଭଳି ପ୍ରକଳ୍ପ ଠିକ୍ ସମୟରେ ସରିବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଦୁର୍ଗାପୂଜା ପୂର୍ବରୁ ସହରର ସବୁ ଖାଲଖମା ରାସ୍ତା ମରାମତି ହେବ ବୋଲି କହିଛନ୍ତି ।

Comments (0)
Add Comment