କଟକ,୧୪।୯(ଏସଏସନିଉଜ)ଚଳିତବର୍ଷ ବାଙ୍କୀମହୋତ୍ସବ କମିଟିର ରୌପ୍ୟଜୟନ୍ତୀ ପାଳନ ଅବସରରେ ଜୋନ ସ୍ତରୀୟ ଆଲୋଚନାଚକ୍ରର ଅନ୍ତିମ ପର୍ୟ୍ୟାୟରେ ବାରଙ୍ଗ ବେଲଗଛିଆ ପଞ୍ଚାୟତ ଅଧୀନସ୍ଥ ଏକ କଲ୍ୟାଣ ମଣ୍ଡପରେ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଆଞ୍ଚଳିକ ଶାନ୍ତିକମିଟି ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଆୟୋଜିତ ଆଲୋଚନାଚକ୍ରରେ ଶାନ୍ତିକମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି ସଭାପତିତ୍ଵ କରିଥିଲେ। ।ଆଧୁନିକ ବାରଙ୍ଗର ଏତିହ୍ୟ ଓ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ବାଙ୍କୀମହୋତ୍ସବ କମିଟି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ ବାରଙ୍ଗକୁ ଗୋଟିଏ ସୂତ୍ରରେ ବାନ୍ଧି ସାମଗ୍ରିକ ବିକାସ ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ। ସ୍ୱତନ୍ତ୍ର ଅତିଥିଭାବେ ମହୋତ୍ସବ କମିଟିର ପ୍ରାଣପ୍ରତିଷ୍ଠାତା ପ୍ରକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦେଇ ଆଧୁନିକ ବାରଙ୍ଗର ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବାକୁ ହେଲେ ଆଂଚଳିକ ଶାନ୍ତିକମିଟି, ଅଠଚାଳିଶି ମଣ୍ଡଳ ନାମ ସଂଙ୍କିର୍ତନ ,ବାରଙ୍ଗର ବରିଷ୍ଠ ବୁଦ୍ଧିଜିବୀ ଏବଂ ଯୁବସମାଜ ମିଳିତଭାବେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ ।ମହୋତ୍ସବ କମିଟିର ସାଧାରଣସମ୍ପାଦକ ଡ.ଗଣେଶ୍ୱର ବେହେରା ଯୋଗଦେଇ ବାରଙ୍ଗ ପ୍ରାଚୀନ ସଂସ୍କୃତି,ଏତିହ୍ୟ ଏବଂ ବାରଙ୍ଗ ନାମକରଣର ଯଥାର୍ତତା ଉପରେ ଯୁକ୍ତିସଂଙ୍ଗତ ତଥ୍ୟରଖିଥିଲେ ।କୋଷାଧକ୍ଷ ସମରେନ୍ଦ୍ରମିଶ୍ର,ଡମପଡାବ୍ଲକଅଧକ୍ଷ ପ୍ରଣବପଟେଲ, ଜିଲ୍ଲାପରିଷଦସଭ୍ୟ ଆଶିଷସାହୁ,ବାଙ୍କିଏନଏସିର ଉପାଧକ୍ଷ ସନ୍ତୋଷରଣା, ବାରଙ୍ଗବ୍ଲକଅଧକ୍ଷା
https://www.facebook.com/share/v/1JfUpKYmQc/
ସାବିତ୍ରିଦଳାଇ,ସମିତିସଭ୍ୟନାରାୟଣସେନାପତି,ସରମ୍ପଚଦିଲିପବେହେରା ,ସୁକାନ୍ତବେହେରା ପ୍ରମୁଖ ଯୋଗଦେଇ ବାରଙ୍ଗର ସାଂସ୍କୃତିକ ,ସାମାଜିକ ଓ ଅଧ୍ୟାତ୍ମିକ ଭାବଧାର ସମ୍ବଦ୍ଧରେ ଆଲୋକପାତ କରିଥିଲେ ।ଏହିଅବସରରେ ପ୍ରଶଂସନୀୟ କାର୍ଯ୍ୟ ପାଇ ୫ଗୋଟିସ୍ୱୟଂସହାୟକ ଗୋଷ୍ଠି,୩ସଙ୍କିର୍ତନ ମଣ୍ଡଳୀ,୧୦ଜଣ ସଂସ୍କୃତିପ୍ରେମିଙ୍କୁ ସମ୍ଭର୍ଦ୍ଧିତ କରାଯାଇ ଥିଲା ବିଜୟକୁମାରପଣ୍ଡା, ସଂଗ୍ରାମ ମହାପାତ୍ର, ରଣଜିତବିଶୋଇ, ବୁଲା ବାରିକ,ତପନସେଠୀ ,ସୁରେନ୍ଦ୍ରମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଶାନ୍ତି କମିଟିର କାର୍ୟ୍ୟକାରୀ ସଭାପତି ଅଶୋକ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସରମ୍ପଚ ମାନିନୀସାହୁ ଧନ୍ୟବାଦ ଦେଇଥିଲେ।(ଜିତ୍ ରାଉତଙ୍କ ରିପୋର୍ଟ)