କଟକ,୧୭।୯(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ରାଜ୍ୟ ଶିକ୍ଷାବିଭାଗ ” ମା କେ ଲିୟେ ଏକ ପେଡ ” ଅନୁଯାଇ ପ୍ରାୟ ୫୦୦ ଛୋଟ ବଡ ଗଛ କଲେଜର ଅଧ୍ୟକ୍ଷ ଡ଼. ସେକ ନାଇମୁଦ୍ଦିନଙ୍କ ତତ୍ୱାବଧାନରେ ରୋପଣ କରାଯାଇଛି। ଏଥିରେ ମହାବିଦ୍ୟାଳୟର ୟୁଥ ରେଡକ୍ରସ, ଏନ.ଏସ.ଏସ ଓ ସ୍କାଉଟଗାଇଡ଼ର ସ୍ବେଛାସେବୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରିମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।
ଡ଼. ପ୍ରବୀର ମହାନ୍ତି, ରୋଜାଲିନ ଦେବି, ପ୍ରକାଶ ପରିଡା, ଡ଼. ମାନସ ରଞ୍ଜନ ଦାଶମିଶ୍ର ଡ଼. ସନ୍ତୋଷ ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଏହାସହ ଲାଗିଥିବା ଗଛଗୁଡିକର ସମସ୍ତେ ଯତ୍ନ ନେବାପାଇଁ ମଧ୍ୟ ଶପଥ ନେଇଥିଲେ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)