ବର୍ଷା ପରେ ଆସୁଛି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର,୧୪।୯(ଏସଏସନିଉଜ)କିଛି ଦିନ ପରେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବାକୁ ଯାଉଛି ।ଏଥର ମୌସୁମୀଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି।ପାଣିପାଗ ବିଜ୍ଞାନୀ ମାନଙ୍କ ମତ ଅନୁସାରେ ଚଳିତ ବର୍ଷ ଶେଷରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସକ୍ରିୟ ହେବା ଦ୍ବାରା ଭାରତ ସମେତ ସମଗ୍ର ବିଶ୍ୱର ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି।ଲା-ନିନା ପ୍ରଭାବ ଯୋଗୁ ଭାରତରେ ଶୀତଦିନ ସାଧାରଣ ଅପେକ୍ଷା ଅଧିକ ଥଣ୍ଡା ହୋଇପାରେ। ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments (0)
Add Comment